ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ବସ୍ତି
କଟକ ୪।୭: ଗଜପତି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଜାରି ହୋଇଥିବା ଏନବିଡବ୍ଲୁ ଉପରେ ରୋକ ଲଗାଯାଇଛି। ହାଇକୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଏସଡିଜିଏମ୍ଙ୍କ ନିର୍ଦ୍ଦେଶ ଉପରେ ବିଦ୍ୟାଭାରତୀଙ୍କୁ…
ମାନହାନି ମାମଲା: ଝାଡଖଣ୍ଡ ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି
ରାଞ୍ଚି,୪।୭: ମାନହାନି ମାମଲାରେ ଫସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ, ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟ ବର୍ତ୍ତମାନ ୧୬ ଅଗଷ୍ଟରେ ଏହି…
ବୁଲା ପଶୁଙ୍କ ପ୍ରତି ମାନବିକତା ଦେଖାଇବାକୁ ଟୁଇଟ୍ କରି ନିବେଦନ କଲେ ରତନ ଟାଟା
ନୂଆଦିଲ୍ଲୀ,୪।୭: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଟୁଇଟ ମାଧ୍ୟମରେ ଏକ ଅପିଲ କରିଛନ୍ତି। ଏହି ଟୁଇଟରେ ସେ ବର୍ଷା ଋତୁରେ ମୁମ୍ବାଇ ରାସ୍ତାରେ ରହୁଥିବା କୁକୁର ଓ ବିଲେଇମାନଙ୍କର ଯତ୍ନ ନେବାକୁ ନିବେଦନ କରିଛନ୍ତି। ଟୁଇଟ ମାଧ୍ୟମରେ…
ଅଟୋକୁ ଧକ୍କା ଦେଲା ଓଏସ୍ଆର୍ଟିସି ବସ : ୩ ଗୁରୁତର
ପୁରୁଷୋତ୍ତମପୁର,୪।୭(ସିମାଞ୍ଚଳ ମିଶ୍ର): ରାସ୍ତାରେ ଯିବା ଆସିବା ପାଇଁ ଲୋକେ ଭୟ କରୁଛନ୍ତି। କାରଣ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ହାନୀ ଘଟୁଛି। ମଙ୍ଗଳବାର ହିଞ୍ଜିଳିକାଟୁରୁ ଓଏସ୍ଆରଟିସି ବସ ( ଓଡି୧୩ଓ୧୮୨୨)ପୁରୀ ଯାଉଥିବା ବେଳେ ଧୋବାଡ଼ି ପାଟପୁର ନିକଟରେ ଏକ ଅଟୋ…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି
ନୂଆଦିଲ୍ଲୀ,୪।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ୟୁନିଫର୍ମ ସିଭିଲ କୋର୍ଡ ସମେତ ଅନେକ ପ୍ରସଙ୍ଗ ଉପରେ…
ବେଆଇନ ବେଧଡ଼କ ପଥର ବ୍ଲାଷ୍ଟିଂ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଲିଗୁଡା ଥାନା ଅଞ୍ଚଳ ବୁଡ଼ାଗୁଡା ହାଟ ପଦା ନିକଟରେ ବେଆଇନ ପଥର ବ୍ଲାଷ୍ଟିଂରେ ଲକ୍ଷାଧିକ ଟଙ୍କାର ସରକାରୀ ଓ ବେସରକାରୀ ସଂସ୍ଥାର ଧନ ସମ୍ପତ୍ତି ନଷ୍ଟ ହୋଇଛି। ପ୍ରକାଶ ଯେ, ସିମନବାଡି…
ଧରିତ୍ରୀ ଖବରକାଗଜର ୫୦ ବର୍ଷ ପାଳନ ଅବସରରେ ବକୃତା ପ୍ରତିଯୋଗିତା
ଛତ୍ରପୁର,୪।୭(ସନ୍ତୋଷ ପାଢ଼ୀ ): ଧରିତ୍ରୀ ଖବରକାଗଜର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ମଙ୍ଗଳବାର ଆୟୋଜନ କରାଯାଇଥିଲା। ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢୀ ବିଷୟ ଉପରେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ, ୨୦ ଆହତ
ମୁମ୍ବାଇ, ୪।୭: ମହାରାଷ୍ଟ୍ରର ଧୁଲେ ଜିଲାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍ଟି ଭାରସାମ୍ୟ ହରାଇ ଅନ୍ୟ ଗାଡି ଏବଂ ହୋଟେଲ ସହ ଧକ୍କା ହୋଇଛି।…
ଭାରତ-କୁଏଟ୍ ଟକ୍କର
ବେଙ୍ଗାଲୁରୁ,୪।୭: ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍ ଫୁଟବଲ ଚାମ୍ପିୟନଶିପ୍ର ଫାଇନାଲ ଭାରତ ଓ କୁଏଟ୍ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ…
ପିଲାଙ୍କଠାରେ ବ୍ୟାପୁଛି ଚର୍ମରୋଗ
ଝରିଗାଁ,୪।୭(କିଶୋର ଚନ୍ଦ୍ର ମଣ୍ଡଳ): ସଚେତନତା ସହ ଆନ୍ତରିତା ଅଭାବ ଯୋଗୁ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ମିଳି ପାରୁନି। ଯାହାଫଳରେ କୋମଳମତି ଶିଶୁମାନେ ରୋଗାକ୍ରାନ୍ତ ହୋଇଛନ୍ତି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଶିଶୁ…
ଆନ୍ଧ୍ର ସିଆର୍ପିଏଫ୍ ଯବାନଙ୍କ ଓଡ଼ିଶାରେ ଡକାୟତି
ନନ୍ଦପୁର, ୪ା୭ (ଶଙ୍କର ପୂଜାରୀ): ନନ୍ଦପୁର ଅଞ୍ଚଳକୁ ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ଲୁଟ୍ କରି ଖସି ପଳାଉଥିବା ୨ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ କୋରାପୁଟ ଜିଲା ପାଡୁଆ ପୋଲିସ ସଫଳ ହୋଇଛି। ଧରାପଡି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଜକୁମାର…
କାର୍ଯ୍ୟକ୍ଷମ ହେଉନି ମାର୍କେଟ କମ୍ପ୍ଲେକ୍ସ
ପାଲଲହଡ଼ା,୪ା୭(ଦିବ୍ୟଜ୍ୟୋତି ଦାଶ): ପାଲଲହଡ଼ା ସଦର ମହକୁମା ମୁଖ୍ୟ ବଜାର ମଧ୍ୟରେ ଚାଲୁଥିବା ଦୈନିକ ପରିବା ବଜାର ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ଓ ପାର୍କିଂ ସମସ୍ୟାର ସମାଧାନ ନିମନ୍ତେ ବାଟ ବାହାର କରାଯାଇଥିଲା। ଏଥିପାଇଁ ଉପଖଣ୍ଡ ନିୟନ୍ତ୍ରିତ ବଜାର କମିଟି ଏବଂ…
Archives


