ଭାରତରେ ଏଣ୍ଟ୍ରି କରିବାକୁ ଉଦ୍ୟମ ଚଳାଇଛି ଟେସଲା, ଖୁବ୍ଶୀଘ୍ର ପୀୟୁଷ ଗୋୟଲଙ୍କ ସହ ମ୍ୟାନେଜ୍ମେଣ୍ଟ କରିବ ଆଲୋଚନା
ନୂଆଦିଲ୍ଲୀ,୨୫।୭: ଏଲନ ମସ୍କଙ୍କ ଇଲେକ୍ଟ୍ରିିକ କମ୍ପାନୀ ଟେସଲା ଦୀର୍ଘ ଦିନ ଧରି ଭାରତରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି। ତେବେ କେନ୍ଦ୍ର ସରକାରଙ୍କ କଠୋର ମନୋଭାବ ଏବଂ ସର୍ତ୍ତ ଯୋଗୁ କମ୍ପାନୀ ଏହାର ଯୋଜନା କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇ…
ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଓ୍ବେଷ୍ଟଇଣ୍ଡିଜ୍ ଦଳ ଘୋଷଣା
ନୂଆଦିଲ୍ଲୀ,୨୫।୭:ଟେଷ୍ଟ ସିରିଜ ପରେ ବର୍ତ୍ତମାନ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହି ସିରିଜ୍ ପାଇଁ ଓ୍ବେଷ୍ଟଇଣ୍ଡିଜ୍ ୧୫ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ କ୍ରିକେଟ ବୋର୍ଡ ଦିନିକିଆ ସିରିଜ ପାଇଁ ନିଜ…
ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଶୈଫଙ୍କ ମୃତ୍ୟୁ
ଓ୍ବାଶିଂଟନ,୨୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ପ୍ରାଇଭେଟ ଶୈଫଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଓବାମାଙ୍କ ରୋଷେୟାଙ୍କର ତାଙ୍କ ଘର ନିକଟରେ ହିଁ ଏକ ଦୁର୍ଘଟଣା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୈଫ ମାର୍ଥା ଓ୍ବାଇନୟାର୍ଡ ତଫରି କ୍ୟାମ୍ପବେଲ ନିକଟରେ ଏକ…
ହୃଦୟ ଜିତିଲେ ଇଶାନ କିଶନ
ତ୍ରିନିଦାଦ,୨୫।୭: ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚ୍ରେ ହୃଦୟ ଜିଣିଛନ୍ତି ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ। ଏହି ମ୍ୟାଚରେ କିଶାନ ମାତ୍ର ୩୩ ବଲରେ…
ଆଜି ଇମ୍ରାନ୍ ଖାନ ହୋଇପାରନ୍ତି ଗିରଫ, ଜାରି ହେଲା ଜାମିନ ବିହୀନ ୱାରେଣ୍ଟ
ଇସଲାମାବାଦ,୨୫।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫର ମୁଖ୍ୟ ଇମ୍ରାନ୍ ଖାନଙ୍କ ସମସ୍ୟା ସମାପ୍ତ ହେଉନାହିଁ। ସୋମବାର ପାକିସ୍ତାନର ନିର୍ବାଚନ ଆୟୋଗ ଏକ ଅବମାନନା ମାମଲାରେ ଇମ୍ରାନ୍ ଖାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ…
ଉତ୍ତର ପ୍ରଦେଶର ୬ ଜିଲାରେ ଲୁଚି ରହିଛନ୍ତି ରୋହିଙ୍ଗ୍ୟା! ୭୪ଙ୍କୁ ଗିରଫ କଲା ଏଟିଏସ
ଲକ୍ଷ୍ନୌ,୨୫।୭: ଉତ୍ତରପ୍ରଦେଶର ଆତଙ୍କବାଦ ବିରୋଧୀ ସ୍ବାଡ (ଏଟିଏସ) ସୋମବାର ରାଜ୍ୟବ୍ୟାପୀ ଅପରେସନ କରି ବେଆଇନ ଭାବେ ରହୁଥିବା ୭୪ ରୋହିଙ୍ଗ୍ୟାଙ୍କୁ ଗିରଫ କରିଛି। ରାଜ୍ୟର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ପୋଲିସ (ଆଇନ ଏବଂ ଆଦେଶ) ପ୍ରଶାନ୍ତ କୁମାର ଏଠାରେ ଏକ ବୟାନରେ କହିଛନ୍ତି…
ଜରାଜୀର୍ଣ୍ଣ ଅବସ୍ଥାରେ ୧୩୪ ବର୍ଷର ବିଦ୍ୟାଳୟ
ବାଲିଗୁଡ଼ା,୨୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଖରା ହେଲେ ବାରଣ୍ଡାରେ ପାଠପଢ଼ା, ବର୍ଷା ହେଲେ ଛତା ଧରି ଛାତ ତଳେ ପାଠ ପଢ଼ା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ବ୍ରିଟିଶ ଅମଳର ବଡ଼ଗାଁ ପ୍ରାଥମିକ…
ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିକି
ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ବିଦେଶରୁ ଆସି ବଲିଉଡ୍ରେ ପାଦ ରଖି ସଫଳ ହେବ କମ ବଡ଼ କଥା ନୁହେଁ। ଏଥିପାଇଁ କ୍ୟାଟ୍ କଠିନ ପରିଶ୍ରମ କରିଛନ୍ତି। ତାଙ୍କ ପରିଶ୍ରମକୁ ସଲାମ କରିଛନ୍ତି…
୭୬ ବର୍ଷର ବରକୁ ୪୬ର କନିଆଁ
ମୋହନା,୨୫ା୭(ମନ୍ମଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ (୭୬) ଏବଂ ଭଞ୍ଜନଗର କୁଲାଡ଼ ଗ୍ରାମର ସୁରେଖା ସାହୁ (୪୬)ଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାମଚନ୍ଦ୍ର ଆଡ଼ପଡା ଗ୍ରାମର ମୂଳ ବାସିନ୍ଦା। ସେ ପୂର୍ବରୁ…
ମଣିପୁର ପ୍ରସଙ୍ଗ, ସଞ୍ଜୟ ସିଂଙ୍କ ନିଲମ୍ବନକୁ ନେଇ ଇଣ୍ଡିଆ ଏକଜୁଟ, ସାରା ରାତି ସ୍ଥାନେ ସ୍ଥାନେ ଧାରଣାରେ ବସିଲେ ବିରୋଧୀ ଏମପି
ନୂଆଦିଲ୍ଲୀ,୨୫।୭: ମଣିପୁରରେ ଜାରି ରହିଥିବା ହିଂସାକୁ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପାର୍ଲାମେଣ୍ଟ ବାହାରେ ଓ ଭିତରେ ସରକାର ତଥା ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି। ଏହାକୁ ନେଇ ସଭାପତି ଲଗାତାର ତୃତୀୟ ଦିନରେ ବି ଗୃହର କାର୍ଯ୍ୟକୁ ସ୍ଥଗିତ ରଖିଥିଲେ।…
ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩ କି.ମି. ଚଲାଇଲେ ଚାଷୀ
କରଞ୍ଜିଆ,୨୫ା୭(କବିତା ମହାନ୍ତ): ମୟୂରଭଞ୍ଜ ଜିଲା ଦୁଧିଆଣୀ ପଞ୍ଚାୟତର ବିଭିନ୍ନ ଗାଁରେ ଚାଷ ଜମିକୁ ଜଳଯୋଗାଣ ଦାବିରେ ଚାଷୀ ହାତୀବାରିସ୍ଥିତ ଦେଓନଦୀ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩ କି.ମି. ଚଲାଇଛନ୍ତି। ନିଅଣ୍ଟିଆ ବର୍ଷା କାରଣରୁ ଚାଷ ପଛେଇ ଯାଇଥିବାରୁ କେନାଲରେ ଜଳ ଯୋଗାଣ…
୭ ହଜାର ନୂଆ ମେଡିକାଲ ଅଫିସର ନିଯୁକ୍ତ ହେବେ
ଭୁବନେଶ୍ୱର,୨୫।୭(ଅଭିଜିତ ଦାସ): ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ୭ ହଜାର କ୍ଲାସ-୧ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିଛନ୍ତି। ସେଥିରେ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୨,୫୦୦ ପଦବୀ ରହିଥିବାବେଳେ ସାମାଜିକ-ଶିକ୍ଷାଗତ ପଛୁଆ ବର୍ଗଙ୍କ…
Archives


