Home Left

‘ଯୁବ କ୍ରିକେଟର ସତ୍ତ୍ୱେ ପନ୍ତ ଦେଇଛନ୍ତି ପ୍ରେରଣା’

ନୂଆଦିଲ୍ଲୀ,୧୯।୯: ଆସନ୍ତା ବିଶ୍ୱକପ୍‌ରେ ଖେଳିବା ଲାଗି ଫିଟ୍‌ ନାହାନ୍ତି ଋଷଭ ପନ୍ତ। କାର ଦୁର୍ଘଟଣାରେ ଆହତ ହେବା ପରେ ସେ ଏବେ ଏନ୍‌ସିଏରେ ରିହାବିଲିଟେଶନରେ ଅଛନ୍ତି। ଏଣୁ ଆସନ୍ତା ବର୍ଷ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି। ଏସବୁ ମଧ୍ୟରେ…

୨୫ ବର୍ଷ ପରେ କରନ୍‌ଙ୍କ ଫିଲ୍ମରେ ନଜର ଆସିବେ ସଲମାନ୍‌; ଡିସେମ୍ବରରୁ ଶୁଟିଂ

ବମ୍ବେ: ପ୍ରାୟ ୨୫ ବର୍ଷ ପରେ ଲୋକପ୍ରିୟ ବଲିଉଡ୍‌ ଫିଲ୍ମନିର୍ମାତା କରନ୍‌ ଜୋହରଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି ସୁପରଷ୍ଟାର ସଲମାନ ଖାନ୍‌। କରନ୍‌ ନିର୍ଦ୍ଦେଶନା ନ ଦେଲେ ବି ଧର୍ମା ପ୍ରଡକ୍ସନ ଅଧୀନରେ ଏହି ଆକ୍ସନ ଥ୍ରିଲର ଫିଲ୍ମଟି ନିର୍ମାଣ…

ରାଜାମୌଳିଙ୍କ ନୂଆ ମୁଭି ‘ମେଡ ଇନ ଇଣ୍ଡିଆ’

ମୁମ୍ବାଇ: ନାମୀ ନିର୍ଦ୍ଦେଶକ ଏସଏସ ରାଜାମୌଳି ତାଙ୍କ ଅଗାମୀ ଫିଲ୍ମର ଘୋଷଣା କରିଛନ୍ତି। ବାହୁବଳୀ ଓ ଆରଆରଆରର ସଫଳତା ପରେ ନିର୍ଦ୍ଦେଶକ ଏହି ପ୍ରୋଜେକ୍ଟର ଡିଟେଲ୍ସ ସେୟାର କରିଛନ୍ତି। ଫିଲ୍ମର ଟାଇଟଲ ସହ କାହଣୀ ଉପରୁ ବି ପରଦା ହଟାଇଛନ୍ତି ରାଜାମୌଳି।…

ହରଦୀପ ସିଂହ ନିଜ୍ଜର କିଏ? ଯାହାଙ୍କ ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି କାନାଡା, ୧୦ ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା…

ନୂଆଦିଲ୍ଲୀ,୧୯।୯: ଜଣେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଯୋଗୁ ଭାରତ ସହ ମଧୁର ସମ୍ପର୍କ ଖରାପ କରୁଛି କାନାଡା। ଦେଶରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଅପରପକ୍ଷେ ଆତଙ୍କବାଦୀ ଗତିବିଧିକୁ ନେଇ ଭାରତ କାନାଡା ସରକାରଙ୍କୁ କଟାକ୍ଷ କରିଥିବା ଯୋଗୁ ଏଭଳି…

‘କେବେ ଭାବିଛନ୍ତି କି ମୋଦି ଜୀ କାହିଁକି ୧୦ ବର୍ଷ ଅପେକ୍ଷା କରିଥିଲେ …’ ମହିଳା ସଂରକ୍ଷଣ ବିଲ୍‌ ଉପରେ କହିଲେ କପିଲ ସିବଲ

ନୂଆଦିଲ୍ଲୀ,୧୯।୯: ମହିଳା ସଂରକ୍ଷଣ ବିଲ୍‌ ଉପରେ ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଓକିଲ କପିଲ ସିବଲ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଯେତେବେଳେ ସମସ୍ତ ଦଳ ଏହି ବିଲ୍‌କୁ ସମର୍ଥନ କରୁଥିଲେ, ସେତେବେଳେ ୧୦ ବର୍ଷ…

୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ନନ୍ଦପୁର, ୧୯ା୯(ଶଙ୍କର ପୂଜାରୀ): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନର ଜିଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୨ ତାରିଖରେ ସଂଘ ଅଧୀନ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଭୁବନେଶ୍ୱର ଯାଇ ପିଏମଜି ଛକରେ ଏକତ୍ରିତ ହେବେ।…

ବାରମ୍ବାର ଜଣାଇ ଶୁଣୁନାହାନ୍ତି ବିଧାୟକ, ପ୍ରଶାସନ

ସେମିଳିଗୁଡା/ସୁନାବେଡା,୧୯ା୯ (ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ ନିଜସ୍ବ ବାସଗୃହ ଥିବା ପାକଝୋଲା ପଞ୍ଚାୟତରୁ ମାତ୍ର ଦେଢ଼ କିମି ଦୂର କୁମ୍ବିଗୁଡା ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଫଳରେ କୁମ୍ଭିଗୁଡା ଗ୍ରାମବାସୀ ଖରାଦିନ ଯାହା ଯେମିତି…

ଏହି ସଂସଦ ଧାରା ୩୭୦କୁ ହଟାଇଛି: ପୁରୁଣା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ରେଡ ଦୁର୍ଗରୁ କହିଥିଲି ଯେ ଏହା ହେଉଛି ସଠିକ୍‌ ସମୟ ।ଦେଶ…

୬ମାସରେ ଧସିଲା ରାଜପଥ ଗାର୍ଡୱାଲ

ଦାରିଙ୍ଗବାଡି,୧୯ା୯(ଅରୁଣ ସାହୁ): ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଗାର୍ଡୱାଲ ଧସି ଯାଇଛି। ଅତି ନିମ୍ମ ମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଗାର୍ଡୱାଲ ଭୁଶୁଡି ପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହା…

ଆଇଏମଏଫରୁ ଫଣ୍ଡିଂ ପାଇଁ ନିଜ ଅସ୍ତ୍ରଶସ୍ତ୍ରର କାରବାର କଲା ପାକିସ୍ତାନ, ରିପୋର୍ଟର ଦାବି ଉପରେ ଆସିଲା ପଡୋଶୀ ଦେଶର ବୟାନ

ଇଓଲାମାବାଦ,୧୯।୯: ନିକଟରେ ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ଏକ ଗୁରୁତ୍ୱପୂର୍ଣ୍ଣ ବେଲଆଉଟ ପ୍ୟାକେଜ ହାସଲ କରିବା ପାଇଁ ପାକିସ୍ତାନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ବିକ୍ରି କରିଛି। ତେବେ ପାକିସ୍ତାନ…

ପୁରୁଣା ସଂସଦ ଭବନରେ ଚାଲିଛି ଫଟୋ ସେସନ

ନୂଆଦିଲ୍ଲୀ,୧୯।୯: ସଂସଦର ବିଶେଷ ଅଧିବେଶନର ମଙ୍ଗଳବାର ହେଉଛି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି। ଜି -୨୦ ରୁ ଭାରତର ବିଶ୍ୱସନୀୟତାର ଶକ୍ତି ବିଷୟରେ ପ୍ରଧାନମନ୍ତ୍ରୀ…

ଇମ୍ଫାଲ ଘାଟୀରେ ମହିଳା ସଂଗଠନର ୪୮ ଘଣ୍ଟା ବନ୍ଦ ଡାକରା, ଗିରଫ ହୋଇଥିବା ୫ ଯୁବକଙ୍କୁ ମୁକ୍ତ କରିବାକୁ ଦାବି

ଇମ୍ଫାଲ,୧୯।୯: ମଣିପୁରର ଇମ୍ଫାଲ ଘାଟୀ ଜିଲାରେ ମେଇତେଇ ମହିଳା ସଂଗଠନର ମୀରା ପୈବି ଏବଂ ଅନ୍ୟାନ୍ୟ ସ୍ଥାନୀୟ କ୍ଲବ ମଧ୍ୟରାତ୍ରିରୁ ୪୮ ଘଣ୍ଟା ପାଇଁ ବନ୍ଦ ଡାକରା ଦେଇଛନ୍ତି। ବନ୍ଧୁକ ଧରିବା ଏବଂ ୟୁନିଫର୍ମ ପିନ୍ଧିବା ଅଭିଯୋଗରେ ଗିରଫ ହୋଇଥିବା ୫ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri