ଜ୍ଞାନବାପି ମସ୍ଜିଦ ସର୍ଭେ ବନ୍ଦ ଆବେଦନ ଖାରଜ
ବାରାଣସୀ,୩୦ା୯: ଜ୍ଞାନବାପି ମସ୍ଜିଦ ପରିସରରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ କରାଯାଉଥିବା ବିଜ୍ଞାନଭିତ୍ତିକ ସର୍ଭେକୁ ବନ୍ଦ କରିବା ଲାଗି ମସ୍ଜିଦ ପରିଚାଳନା କମିଟି କରିଥିବା ଆବେଦନକୁ ବାରାଣସୀର ଏକ ଅଦାଲତ ଖାରଜ କରିଦେଇଛନ୍ତି। ସର୍ଭେ ପାଇଁ ଆଲ୍ଲାହାବାଦ ହାଇକୋର୍ଟ…
ଲଘୁଚାପ: ୩ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩୦ା୯(ଅନିଲ ଦାସ): ଉତ୍ତର-ପୂର୍ବ ଏବଂ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗ ଦେଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ଗତି କରିବ। ଏହାର…
ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା
ହାଙ୍ଗଝୋ, ୩୦।୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଶୁଟିଂ ରେଞ୍ଜରେ ଭାରତୀୟ ଶୁଟରମାନେ ଅତ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଏଥର ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା ମିଳିଛି। ଭାରତର ଯୁବ ଶୁଟରମାନେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ଶୁକ୍ରବାର…
ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ
କଟକ,୩୦୯ (କାର୍ତ୍ତିକ ସାହୁ): କଟକ ଚୌଧୁରୀବଜାରଠାରେ ଥିବା ସାଲାସର ନାମକ ଏକ ବଡ଼ ଶାଢ଼ି ଶୋ’ରୁମ୍ରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୪ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂର ତଳ ମହଲା ସମେତ ୩ଟି ମହଲାକୁ ଅଗ୍ନି ସମ୍ପୂର୍ଣ୍ଣ ବ୍ୟାପୀ…
ପୁଣି ରତ୍ନଭଣ୍ଡାର ଖେଳ
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କରାଯାଉ ଏବଂ ତା’ ଭିତରେ ଥିବା ମହାପ୍ରଭୁଙ୍କ ରତ୍ନ ସବୁ ଗଣତି ହେଉ। ଏନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଛି। ରତ୍ନଭଣ୍ଡାର ଚାବି ହଜିବା ପରେ ସମସ୍ତଙ୍କ ସନ୍ଦେହ ବଢ଼ିଥିବାରୁ ଏହି ଦାବି ଅଧିକ ଗୁରୁତ୍ୱବହନ…
ବଳାତ୍କାରୀଙ୍କୁ ୧୪ବର୍ଷ ଜେଲ
ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୂଆମୂଳ ରାମପୁର ଥାନା ଅଞ୍ଚଳରେ ୨୦୧୬ରେ ଜଣେ ନାବାଳିକା ସ୍କୁଲ ଛାତ୍ରୀ ବଳାତ୍କାର ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଭବାନୀପାଟଣା ଜିଲା ସ୍ବତନ୍ତ୍ର ବିଚାରପତି (ପୋକ୍ସୋ) ଶୁଭଞ୍ଜନ ମହାନ୍ତି ମାମଲାର ୧୭ଜଣ ସାକ୍ଷ୍ୟ…
୫ ଦିନ ହେଲା ଯାଉନାହାନ୍ତି ହାତୀପଲ
ଘଣ୍ଟାପଡ଼ା,୨୯ା୯(ପ୍ରଭାତ କୁମାର ସାହୁ): ଜଙ୍ଗଲ ଯିବାକୁ ନା ଧରୁନାହାନ୍ତି ହାତୀପଲ। ରାତିରେ ଚାଷୀଙ୍କ ଜମିରୁ ଫସଲ ଖାଇ ସକାଳୁ ପୁଣି ନଦୀ ତଟରେ ରହୁଛନ୍ତି। ଏହାକୁ ନେଇ ବୌଦ୍ଧ ଜିଲା କଣ୍ଟମାଳ ରେଞ୍ଜ ଅଧୀନ ଘଣ୍ଟାପଡ଼ା ଓ କଣ୍ଟାମାଳ ସେକ୍ସନର ତେଲ…
ମର୍ଡେକା କପ୍: ୨୬ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷଣା
ନୂଆଦିଲ୍ଲୀ,୨୯ା୯: ମଲେସିଆରେ ଅକ୍ଟୋବର ୧୩ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ମର୍ଡେକା କପ୍ ଫୁଟ୍ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ ୨୬ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷଣା କରିଛନ୍ତି। ମର୍ଡେକା କପ୍ ୪…
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି
କରାଚୀ,୨୯ା୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସ୍ଜିଦରେ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନ ପାଳନ ବେଳେ…
ମହିଳା, ପୁରୁଷ ଦଳର ବିଜୟ ଅଭିଯାନ
ହାଙ୍ଗ୍ଝୋ, ୨୯ା୯: ଏସିଆନ ଗେମ୍ସ ଚେସ୍ ଇଭେଣ୍ଟରେ ଭାରତର ପୁରୁଷ ଏବଂ ମହିଳା ଦଳ ବିଜୟ ହୋଇ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ଉଭୟ ଯଥାକ୍ରମେ ମଙ୍ଗୋଲିଆ ଓ ଫିଲିପାଇନ୍ସ ବିପକ୍ଷରେ ସହଜ ବିଜୟ ହାସଲ କରିଛନ୍ତି। ଦୁଇ ଦଳ ପ୍ରଥମ…
ନ୍ୟୁଜିଲାଣ୍ଡକୁ ୩୪୬ରନ୍ର ଟାର୍ଗେଟ ଦେଲା ପାକିସ୍ତାନ
ହାଇଦ୍ରାବାଦ,୨୯।୯: ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଓ୍ବାର୍ମଅପ୍ ମ୍ୟାଚ୍ ଖେଳାଯାଉଛି। ଏଥିରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡକୁ ଦଳ ୫୦ ଓଭରରେ ୩୪୬ ରନ୍ର ଟାର୍ଗେଟ ଦେଇଛି। ଜବାବରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ…
ସ୍କ୍ରବ୍ ଟାଇଫସ୍ ନେଲା ଯୁବକଙ୍କ ଜୀବନ
ଟିଟିଲାଗଡ଼,୨୯।୯(ଶରତ ମିଶ୍ର): ସ୍କ୍ରବ୍ ଟାଇଫସ୍ର ଶିକାର ହୋଇ ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତର ବାଗଡେର ଗ୍ରାମର ହିମାଂଶୁ ସାହୁ(୩୫)ଙ୍କ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଗୁରୁବାର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି। ମିଳିଥିବା…
Archives


