ଦେଶୀଡଙ୍ଗାରେ ଜଳବନ୍ଦୀବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା
ତେନ୍ତୁଳିଖୁଣ୍ଟି, ୩୧।୧୨(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଜଳବନ୍ଦୀ ଅଞ୍ଚଳବାସୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ମୋଟର ଚାଳିତ ଲଞ୍ଚରେ ଛିଦ୍ର ରହିଛି। ଠିକ୍ ସମୟରେ ଏହାର ମରାମତି କରାଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଯାତାୟତ ପାଇଁ…
କାନାଡା ଗ୍ୟାଙ୍ଗ୍ଷ୍ଟର ଲଖ୍ବୀରଙ୍କୁ ଆତଙ୍କବାଦୀ ଘୋଷଣାକଲା କେନ୍ଦ୍ର
ନୂଆଦିଲ୍ଲୀ,୩୧ା୧୨: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ନୂଆଦିଲ୍ଲୀ ଏବଂ ଓଟାଓ୍ବା ମଧ୍ୟରେ କୂଟନୈତିକ ସ୍ତରରେ ଉତ୍ତେଜନା ଲାଗିରହିଥିବାବେଳେ କାନାଡ଼ାରେ ଥାଇ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଗ୍ୟାଙ୍ଗ୍ଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ କେନ୍ଦ୍ର ସରକାର ଆନୁଷ୍ଠାନିକ…
ଛତିଶଗଡ଼ ନେଉଛି ଓଡ଼ିଶା ଧାନ
ମାଥିଲି,୩୧ା୧୨(ସୁବାସ ଚନ୍ଦ୍ର ଖୁଡୁପିଆ)ଛତିଶଗଡ଼ ମୁହାଁ ଓଡ଼ିଶା ଧାନ। ଟୋକନ ଅଛି କିନ୍ତୁ ମଣ୍ଡିକୁ ଚାଷୀ ଆଣୁନାହାନ୍ତି ଧାନ। ମାଥିଲି ବ୍ଲକର ଧାନମଣ୍ଡି ଏବେ ଖାଁ ଖାଁ। ପ୍ରତିବର୍ଷ ମଣ୍ଡିରେ ଧାନ ରଖିବାକୁ ଜାଗା ମିଳୁ ନ ଥାଏ। ତେବେ ଚଳିତ ବର୍ଷ…
ନୂଆବର୍ଷ ଦିନ ମହାକାଶକୁ ପିଓଇଏମ୍ ପଠାଇବ ଇସ୍ରୋ
ନୂଆଦିଲ୍ଲୀ,୩୧ା୧୨: ନିଉଟ୍ରନ୍ ଷ୍ଟାର ଏବଂ ବ୍ଲାକ୍ ହୋଲ୍ ଉପରେ ଅଧ୍ୟୟନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷ ଦିନ ସ୍ବତନ୍ତ୍ର ଅବ୍ଜରଭେଟୋରୀ ପଠାଇବାକୁ ଯାଉଥିବାବେଳେ ମହାକାଶକୁ ପିଓଇଏମ୍ ପଠାଇବାକୁ ଯୋଜନା କରିଛି। ପିଏସ୍ଏଲ୍ଭି ଅର୍ବିଟାଲ ଏକ୍ସପେରିମେଣ୍ଟାଲ ମଡ୍ୟୁଲ୍ (ପିଓଇଏମ୍)…
୩ ବର୍ଷ ପରେ କର୍ତ୍ତବ୍ୟପଥରେ ଓଡ଼ିଶା ପ୍ରଜ୍ଞାପନ ମେଢ଼
ଭୁବନେଶ୍ୱର,୩୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ତିନିବର୍ଷ ଧରି ନିରାଶ ହେବା ପରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିବ। ସାରା ବିଶ୍ବ ଦେଖିବ ଓଡ଼ିଶା କଳାସଂସ୍କୃତିର ଝଲକ ଓ ମହାନ୍ ପରମ୍ପରାର ଐତିହ୍ୟ। ଶୁକ୍ରବାର ଦିଲ୍ଲୀଠାରେ ଅନୁଷ୍ଠିତ ୪ର୍ଥ ବୈଠକରୁ ଏଭଳି…
ମିସେସ୍ ଗ୍ରାଣ୍ଡ୍ ଇଣ୍ଟରନ୍ୟାଶନାଲ ମୁକୁଟ ପିନ୍ଧିଲେ ସାଇପ୍ରସନ୍ନା
ଭୁବନେଶ୍ୱର,୩୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ମ୍ୟାନ୍ମାରରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଭା ପ୍ରତିଯୋଗିତା ‘ମିସେସ ଗ୍ରାଣ୍ଡ୍ ଇଣ୍ଟରନ୍ୟାଶନାଲ ୨୦୨୩’ର ବିଜେତା ହୋଇ ମୁକୁଟ ପିନ୍ଧିଛନ୍ତି ଡ. ସାଇପ୍ରସନ୍ନା ବେହେରା। ୨୫ରୁ ଅଧିକ ଦେଶରୁ ଆସିଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି।…
ଆମେରିକାରେ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି, ଝିଅଙ୍କ ସନ୍ଦେହଜନକ ମୃତ୍ୟୁ
ନୂଆଦିଲ୍ଲୀ,୩୧ା୧୨: ଆମେରିକାର ମାସାଚୁସେଟ୍ସସ୍ଥିତ ସବୁଠୁ ବିଳାସପୂର୍ଣ୍ଣ ଏନ୍କ୍ଲେଭ୍ ବାସଭବନରେ ଏକ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି ଓ ସେମାନଙ୍କ ନାବାଳିକା ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛିି। ରାକେଶ କମଲ(୫୭), ସ୍ତ୍ରୀ ଟିନା(୫୪) ଏବଂ ସେମାନଙ୍କ ଝିଅ ଆରିଆନା(୨୮)ଙ୍କ ମୃତଦେହ ଗୁରୁବାର ସନ୍ଧ୍ୟାରେ…
ମାଲାବାରରେ ‘ଡାଇମଣ୍ଡ ଶୋ’
ଭୁବନେଶ୍ୱର, ୩୧।୧୨ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର ‘ଡାଇମଣ୍ଡ ଶୋ’ ନିକଟରେ ଆୟୋଜିତ ହୋଇଯାଇଛି। ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଶହୀଦଗନର ଶୋ’ରୁମ୍ରେ ହୀରା ଅଳଙ୍କାର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି…
ମା’ ବାପାଙ୍କ ଆଗରେ ଛୁଆ ଉପରେ ଚଢ଼ିଗଲା ଟ୍ରକ୍
ରାଇଘର, ୩୧।୧୨(କିରଣ ପଟ୍ଟନାୟକ)ବାହାଘରର ୧୭ ବର୍ଷ ପରେ କୋଳକୁ ଆସିଥିଲା ପୁଅ। କିନ୍ତୁ ଅସାବଧାନତାରୁ କୁନିପୁଅ ଉପରେ ଚଢ଼ିଗଲା ଟ୍ରକ୍। ମା’ ବାପାଙ୍କ ଆଗରେ ଚାଲିଗଲା ତା ଜୀବନ। ପିଲାଟିର ମୃତଦେହ ଧରି ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦୁଥିଲେ ମା’…
କୁଦୋପାଲି ହେବ ଦେଶର ପ୍ରମୁଖ ତୀର୍ଥକ୍ଷେତ୍ର
ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର)ଓଡ଼ିଆ ଜାତି ବୀର ପୁରୁଷଙ୍କ ଜାତି। ଏହି ଜାତି କଦାପି ପରାଧୀନତାକୁ ସ୍ବୀକାର କରେ ନାହିଁ। ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଏହାର ଜ୍ୱଳନ୍ତ ଉଦାହରଣ। ସେମାନେ ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବେ।…
‘ପ୍ଲାଷ୍ଟିକ୍ମୁକ୍ତ ପିକ୍ନିକ୍’ ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୩୧।୧୨(ଅସମାପିକା ସାହୁ)ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ସାରା ବିଶ୍ୱ ପାଇଁ ବଡ଼ ବିପଦ ପାଲଟିଛି। ଏହାର ବ୍ୟବହାରକୁ ରୋକିବା ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ ଭାବେ ଶନିବାରଠାରୁ ‘ପ୍ଲାଷ୍ଟିକ୍ମୁକ୍ତ…
ରେଳଧାରଣାରୁ ୩ ମୃତଦେହ ଜବତ
ବ୍ରହ୍ମପୁର,୩୧ା୧୨ (ସୁବାସ ଚନ୍ଦ୍ର ପାଢ଼ୀ)ସରକାରୀ ରେଳବାଇ ପୋଲିସ (ଜିଆରପି) ପୃଥକ ପୃଥକ ରେଳଧାରଣାରୁ ୩ ମୃତଦେହ ଜବତ କରିଛି। ଦୁଇଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଶୁକ୍ରବାର ଛତ୍ରପୁର ରେଳଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ…
Archives


