Posted inଜାତୀୟ

ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି ମନେ ହେଉଛି। ସୂଚନା ଅନୁଯାୟୀ, ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗରେ ବିବାଦରେ ରହିଥିବା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ଟିକେଟ କାଟି ଦେଇଛି ଭାଜପା। ତାଙ୍କ ସ୍ଥାନରେ ତାଙ୍କ ସାନ ପୁଅ କରଣ ଭୂଷଣ ସିଂଙ୍କୁ ଟିକେଟ ଦିଆଯାଇଛି। ଯଦିଓ ଏହା ଆନୁଷ୍ଠାନିକ ଭାବେ ଭାଜପା ଘୋଷଣା କରିନାହିଁ, କିନ୍ତୁ କରଣ ଟିକେଟ ପାଇବେ ବୋଲି ବ୍ରିଜ ଭୂଷଣ ଶରଣ ସିଂ ତାଙ୍କ ସମର୍ଥକଙ୍କୁ କହିଛନ୍ତି। କରଣ ଭୂଷଣ ସିଂ ୩ ମେ’ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ।
ସୋସିଆଲ ମିଡିଆରେ ସମର୍ଥକମାନେ ମଧ୍ୟ କହିଛନ୍ତି ଯେ କରଣ ଭୂଷଣ ଟିକେଟ ପାଇବେ। ଏହି ସମୟରେ କରଣ ଭୂଷଣ ସିଂ ତାଙ୍କ ପିତାଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଥିଲେ। ଏହା ପରେ ବ୍ରିଜ ଭୂଷଣ ତାଙ୍କ ସମର୍ଥକଙ୍କୁ କରଣଙ୍କ ଅଭିଯାନରେ ସାମିଲ ହେବାକୁ କହିଛନ୍ତି। କୁହାଯାଉଛି ଯେ ଦଳ ଗୁରୁବାର ରାଏବରେଲି ଏବଂ କେସରଗଞ୍ଜ ଆସନରୁ ପ୍ରାର୍ଥୀ ଘୋଷଣା କରିପାରନ୍ତି।

ୟୁପି ରେସଲିଂ ଆସୋସିଏସନର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ସାନପୁଅ କରଣ ଭୂଷଣ ସିଂ। ଏହା ବ୍ୟତୀତ କରଣ ମଧ୍ୟ ଜାତୀୟ ସ୍ତରର ସୁଟର। ସେ ଅଷ୍ଟ୍ରେଲିଆରୁ ବିଜନେସ ମ୍ୟାନେଜମେଣ୍ଟ ଉପରେ ଅଧ୍ୟୟନ କରିଛନ୍ତି। କରଣଙ୍କ ବଡ ଭାଇ ପ୍ରତୀକ ଭୂଷଣ ସିଂ ବର୍ତ୍ତମାନ ଜଣେ ବିଧାୟକ। ସୂଚନାଯୋଗ୍ୟ ଯେ କେସରଗଞ୍ଜ ଆସନରୁ ବ୍ରିଜଭୂଷଣ ଶରଣ ସିଂ ତିନିଥର ଏମପି ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri