ଭୁବନେଶ୍ୱର ଏକାମ୍ରରେ ବାବୁ ସିଂ ବିଜୟୀ
ଭୁବନେଶ୍ୱର,୪ା୬(ଅସମାପିକା ସାହୁ): ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି। ବାବୁ ସିଂ ୭୪୩୯୯ ଭୋଟ ପାଇଛନ୍ତି। ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ୬୯୪୨୯ ଭୋଟ ପାଇ ପଛୁଆ ଅଛନ୍ତି।
ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ
ଭୁବନେଶ୍ୱର,୪।୬: ଖୋର୍ଦ୍ଧାରୁ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ। ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮୫୯୮ ଭୋଟରେ ପରାସ୍ତ କରିଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ୮୦,୫୬୪ ଭୋଟ ପାଇଥିବା ବେଳେ ରାଜେନ୍ଦ୍ର କୁମାର ୭୧,୯୬୬ ଭୋଟ ପାଇଛନ୍ତି।
ବାରାଣସୀରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ମୋଦି
ବାରାଣସୀ,୪।୬: କେନ୍ଦ୍ରରେ ଭାଜପାର ‘୪୦୦ ପାର୍’ ସ୍ଲୋଗାନ ଫେଲ୍ ମାରିଥିବା ପ୍ରତ୍ୟୟ ହେଉଛି। ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଉଛି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ବିଜେତା ହୋଇଛନ୍ତି। ଏହି ଆସନରେ ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ…
ନିରଞ୍ଜନ ପୂଜାରୀଙ୍କ ବଡ଼ ବିଜୟ
ଭୁବନେଶ୍ୱର,୪।୬: ସୋନପୁରରୁ ଜିତିଛନ୍ତି ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ। ଭାଜପା ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କୁ ୧୫,୧୨୧ ଭୋଟରେ ହରାଇ ସେ ବିଜୟୀ ହୋଇଛନ୍ତି।
ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ: ୧୬୪ ଆସନରେ ଆଗରେ ଥିବାରୁ ଟିଡିପି, ଭାଜପା, ଜେଜେପି ମନାଇଲେ ଉତ୍ସବ
ନୂଆଦିଲ୍ଲୀ,୪।୬: ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ,ନିର୍ବାଚନ କମିଶନ କହିଛନ୍ତି, ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେଏନଡିଏ ସହଯୋଗୀ ଦଳମାନେ ବହୁ ଆଗରେ ରହିଛନ୍ତି।ଏହିସବୁ ସହଯୋଗୀ ଦଳ ମଧ୍ୟରୁ ଟିଡିପି, ଭାଜପା ଓ ଜନସେନା ଉତ୍ସବ ମୁଡରେ ଅଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ…
ଏତିକି କମ୍ ଭୋଟରେ ଜିତିଲେ ଅରୁଣ ସାହୁ
ଭୁବନେଶ୍ୱର,୪।୬:ନୟାଗଡର ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟୀ ହୋଇଛନ୍ତି। ୮୧,୪୭୦ ଭୋଟ ପାଇ ସେ ଭାଜପାର ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ହେଲେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଅରୁଣ ମାତ୍ର ୩୯୬ ଭୋଟରେ ବିଜୟୀ…
ଖଲ୍ଲିକୋଟରେ ଭାଙ୍ଗିଲା ବିଜେଡି ଦୁର୍ଗ, ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ
ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୨୨ହଜାର ୯୩୦ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି। ସେ ୨୦୦୮…
ମହାକାଳପଡ଼ାରେ ହାରିଗଲେ ଅତନୁ, ବାଜି ମାରିଲେ ଦୁର୍ଗାପ୍ରସନ୍ନ
ମହାକାଳପଡ଼ା,୪ା୬: ମହାକାଳପଡ଼ା ବିଧାନସଭା ଆସନରେ ଭାଜପା ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ୩୩,୪୫୧ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି।
ହୋଇପାରେ ବଡ଼ ଖେଳ! ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ଯୋଗାଯୋଗରେ ଶରଦ ପାୱାର
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ମ୍ୟାଜିକ୍ ନମ୍ବରଠାରୁ ବହୁ ଦୂରରେ ରହିଛି। ଏପରି ସ୍ଥିତିରେ ଦଳ ଏକାକୀ ସରକାର ଗଢିବାକୁ ସକ୍ଷମ ନ ହୋଇପାରେ ବୋଲି କୁହାଯାଇଛି। ତେଣୁ ଭାଜପାକୁ ସହଯୋଗୀ ଦଳଙ୍କର…
ସମ୍ବଲପୁର ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ
ସମ୍ବଲପୁର,୩।୬: ଓଡ଼ିଶାର ପ୍ରାୟ ୧୯ ଲୋକ ସଭା ଆସନରେ ଆଗରେ ଥିବା ବେଳେ ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର…
ସନ୍ଧ୍ୟା ୭ଟାରେ ଭାଜପା କାର୍ଯ୍ୟାଳୟ ଯିବେ ମୋଦି, ୫ଟାରେ ରାହୁଲ କହିବେ ପ୍ରେସ କନଫରେନ୍ସ
ନୂଆଦିଲ୍ଲୀ,୪।୬: ମଙ୍ଗଳବାର ଲୋକ ସଭା ନିର୍ବାଚନର ଫଳାଫଳ ଆସୁଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ଭାଜପା ନେତୃତ୍ୱାଧୀନ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ତେବେ ଏହି ନିର୍ବାଚନରେ ଆଶା କରାଯାଉଥିବା ପରି ଭାଜପା ପ୍ରଦର୍ଶନ କରୁ ନ ଥିବା ଜଣାପଡିଛି। ସମାଜବାଦୀ…
ବିଜେଡି ହାତରୁ ଖସିଗଲା ଚିଲିକା ଆସନ, ଫୁଟିଲା ପଦ୍ମ
ଭୁବନେଶ଼୍ବର,୪।୬: ବହୁ ଚର୍ଚ୍ଚିତ ଚିଲିକା ବିଧାନସଭା ମଣ୍ଡଳୀ ଶାସକ ଦଳ ହାତରୁ ଖସି ଯାଇଛି। ଭାଜପା ଦଳର ପ୍ରାର୍ଥୀ ପୃଥ଼୍ବୀରାଜ ହରିଚନ୍ଦନ ଏଠାରୁ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ପୃଥ଼୍ବୀରାଜ ୪,୫୬୬ ମାର୍ଜିନରେ ପରାସ୍ତ କରିଛନ୍ତି। ପୃଥ଼୍ବୀରାଜଙ୍କୁ ମୋଟ…

