Home Left

ଏ ବର୍ଷ ଭଲ ମୌସୁମୀ ବର୍ଷା: ଦୁର୍ବଳ ହେଉଛି ଏଲ୍‌ ନିନୋ ସ୍ଥିତି

ନୂଆଦିଲ୍ଲୀ,୧୧।୨(ପି.ଟି.) ୨୦୨୩ରେ ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଆସନ୍ତା ଜୁନ୍‌ ସୁଦ୍ଧା ଏଲ୍‌ ନିନୋ ସ୍ଥିତି ଦୁର୍ବଳ ହେବାକୁ ଥିବାରୁ ଚଳିତବର୍ଷ ଭଲ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ପ୍ରଶାନ୍ତ ମହାସାଗରର ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ଉତ୍ତପ୍ତ…

ଜାଣନ୍ତି ପ୍ରେମୀଯୁଗଳ କାହିଁକି ପାଳନ କରନ୍ତି ହଗ୍‌ ଡେ’

ଯଦିଓ ପ୍ରେମ ପାଇଁ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ ଡେ’ ଅର୍ଥାତ୍‌ ୧୪ ତାରିଖରେ ଶେଷ ହେବ। ଭାଲେଣ୍ଟାଇନ୍‌ ସପ୍ତାହର ଷଷ୍ଠ…

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର,୧୧ା୨(ସୁବାସ ଚନ୍ଦ୍ର ପାଢ଼ୀ)- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ ହେଲେ କେ. ଦୁର୍ଯ୍ୟୋଧନ ରେଡ୍ଡୀ ଓରଫ ଚିନାଲି। ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚିନାଲି ଗୋଇଲୁଣ୍ଡି ଶ୍ରୀନଗର ଛକରେ ଛିଡ଼ା…

ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି,୧୧ା୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ରବିବାର ରାତିରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଉଛନ୍ତି। ଅଗ୍ନିକାଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ପଲିଥିନ ଓ ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଛି। ନିଆଁ କିଭଳି ଲାଗିଲା…

ଠାକୁରଙ୍କୁ ନେଇ ଆନନ୍ଦଲାଭ କରିବା ହିଁ ଉତ୍ସବ

ଭୁବନେଶ୍ୱର,୧୧।୨: ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ ଏବଂ ସ୍ଥାନୀୟ ସତ୍‌ସଙ୍ଗ ବିହାର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ଉତ୍ସବ ରବିବାର ମଞ୍ଚେଶ୍ୱରସ୍ଥିତ ରେଳବାଇ ଖେଳ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ସତ୍‌ସଙ୍ଗର ଶ୍ରୀ ଶ୍ରୀ…

ଏମ୍‌ପି ରମେଶ ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଉମରକୋଟ ୧୧।୨ (ସନ୍ତୋଷ ଶତପଥୀ): ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଓ ଚିକଲପଦର ମଝିରେ ଗାଡ଼ିଟି ରାସ୍ତାକଡରେ ଥିବା ଏକ ଖାଲ ଭିତରକୁ ପଶିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଏମ୍‌ପି…

ଶୀତ ଉଭାନ: ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା)- ୪୮ ଘଣ୍ଟା ପରେ ଏବେ ପୁଣି ରାଜ୍ୟରୁ ଶୀତ କମିଛି। ୨ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଉତ୍ତର-ପଶ୍ଚିମାଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେଉଥିଲା। ମାତ୍ର ଏବେ ପୁଣି ଥରେ ଓଡ଼ିଶାରୁ ଶୀତ ଉଭାନ ହୋଇଛି। ରାତି…

ଭିଏସ୍‌ଏସ୍‌ ଷ୍ଟାଡିୟମର ହେବ ଆଧୁନିକୀକରଣ

ସମ୍ବଲପୁର,୧୧ା୨(ପ୍ରମୋଦ ବହିଦାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ରବିବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳରେ କ୍ରୀଡ଼ାର ବିକାଶକୁ ଗୁରୁତ୍ୱ ଦେଇଆସିଛନ୍ତି।…

କାହା ପାଇଁ ଭାଙ୍ଗିଲା ଭାରତ ଓ୍ବାର୍ଲଡ କପ ଜିତିବାର ସ୍ବପ୍ନ, କିଏ ସେହି ହରଜସ ସିଂ ଯିଏ ଓଲଟାଇ ଦେଲେ ମ୍ୟାଚ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ କ୍ରିକେଟ ଦଳ ଆଇସିସି ଅଣ୍ଡର -୧୯ ବିଶ୍ୱକପ ୨୦୧୪ ଟାଇଟଲ ଜିତିଛି। ଭାରତ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଦଳ ରେକର୍ଡ ସ୍କୋର କରିବା ପରେ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଦଳ ଟୁର୍ଣ୍ଣାମେଣ୍ଟର ଫାଇନାଲ ଇତିହାସରେ ସର୍ବାଧିକ…

ସାତକଡି ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): ବିଶିଷ୍ଟ ସାହିତି୍ୟକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡି ହୋତାଙ୍କ ପରଲୋକରେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଜଣେ ପ୍ରତିଷ୍ଠିତ ତଥା ଖ୍ୟାତିସମ୍ପନ୍ନ ସାହିତି୍ୟକ…

ଆସିଲା ମିଥୁନଙ୍କ ପ୍ରଥମ ଭିଡିଓ, କଥା ହେଉଛନ୍ତି ଡାକ୍ତରଙ୍କ ସହ

ମୁମ୍ବାଇ: ବଲିଉଡ ସେଲିବ୍ରିଟି ମିଥୁନ ଚକ୍ରବର୍ତ୍ତି ଯେବେଠାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେବେଠାରୁ ତାଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଚାଲିଛନ୍ତି। ପ୍ରଶଂସକମାନେ ଏବେ ଜାଣିବାକୁ ଚାହୁଁଥିବେ ଯେ ତାଙ୍କ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଏବେ କେମିତି ଅଛି। ଏବେ…

ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri