Home Left

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଅମୀର ନସୀରଜାଦେହ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ୮ ଥରର ଚାମ୍ପିୟନ କର୍ନାଟକକୁ ପଛରେ ପକାଇ ପାରସ ଡୋଗ୍ରାଙ୍କ ନେତୃତ୍ୱାଧୀନ…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାତୃଭୂମିର ରକ୍ଷା ପାଇଁ ଶତ୍ରୁପକ୍ଷକୁ ଉଚିତ ଶିକ୍ଷା ଦେବାର ସମୟ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି। ଏନେଇ ଦଳ ପକ୍ଷରୁ ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି। ବିଜେଡିରୁ…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ, ତାହା ଆଜି(ଶନିବାର) ଖେଳାଯାଉଥିବା ମ୍ୟାଚ୍‌ରୁ ସ୍ପଷ୍ଟ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୮ଜଣଙ୍କ ଜୀବନ, ୬ଜଣ ଗୁରୁତର

ଭେଟ୍‌ଲାପାଲେମ୍‌,୨୮ା୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ଥିବା ଏକ ବାଣ କାରଖାନାରେ ଶନିବାର ଭୟଙ୍କର ବିସ୍ପୋରଣ ଘଟିଛି। ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର ହୋଇଛନ୍ତି। ସମରଲକୋଟା ମଣ୍ଡଳ ଅଧୀନ ଭେଟ୍‌ଲାପାଲେମ୍‌ ଗାଁରେ ହୋଇଥିବା ଏହି ବିସ୍ଫୋରଣ ଏତେ…

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି। ଫଟାମୁଣ୍ତାର ଟଙ୍କଧର ରଣା ଏହି କ୍ୟାବିନରେ ତେଜରାତି ସାମଗ୍ରୀ ବିକ୍ରି କରୁଥିଲେ।…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ଦେଶୀ ଡଙ୍ଗା ଓଲଟି ପଡ଼ିବାରୁ ଜଣେ…

ବାଇକ ଧକ୍କାରେ ୬ ବର୍ଷର ଶିଶୁ ଗୁରୁତର

ମୋହନା,୨୮।୨( ମମ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ସ୍କୁଲ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର  ଅପରାହ୍ନ ସାଢ଼େ ଚାରିଟା ସମୟରେ ରାମଗିରିରୁ ଏକ ବାଇକ ଯୋଗେ ସ୍ବାମୀ ଆଦିତ୍ୟ…

ମହିଳାଙ୍କ ମହତ୍ କାମ : ଶିବିର ଆୟୋଜନ କରି …

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡିଶାର ବରଗଡ଼ ଜିଲାରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଯଥେଷ୍ଟ କମ୍ ରହିଛି। ୨୦୨୩ ବର୍ଷ ତଥ୍ୟ ଅନୁସାରେ ବରଗଡ଼ରେ ମୋଟ ୧୯୧୫୮ ଜଣ ରକ୍ତଦାତା ରକ୍ତଦାନ କରିଥିବା ବେଳେ ସେଥିରୁ କେବଳ ୯୭୭…

କେମିତି ରୋକାଯିବ ଘୋଡ଼ା ବେପାର: ନବୀନଙ୍କ ସହ କ’ଣ ଆଲୋଚନା ହୋଇଛି ସବୁ ଖୋଲି କହିଦେଲେ ଭକ୍ତ 

ଭୁବନେଶ୍ୱର, ୨୮।୨: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନେଇ ସବୁ ଖୋଲି କହିଲେ ଭକ୍ତ ଦାସ। ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡିଡେଟ କରିବା ନେଇ  ସେ ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି, ଗତ ସୋମବାର ନବୀନଙ୍କ ସହ ମୋର ଆଲୋଚନା…

କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ

ଫୁଲବାଣୀ, ୨୮ା୨(ରାକେଶ କୁମାର ରାଉତ): ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ସାଇମନ୍ଦିର ନିକଟ ବିଚ୍‌ ରାସ୍ତାରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଛୁରିରେ ଭୁସି ହତ୍ୟା ଉଦ୍ୟମ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା କନଷ୍ଟେବଳ ହେଲେ ମନୋରଞ୍ଜନ ସାବତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri