ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ କରିଥିବା ଆବେଦନ ପ୍ରତ୍ୟାହାର କରିଥିଲେ। ଏହା ମଧ୍ୟରେ ଗତକାଲି ମୁମ୍ବାଇରେ ରାଖୀଙ୍କ ସହ ଫୋନ୍ରେ କଥା ହେବା ସମୟରେ ସୁନୀତା ଆହୁଜା ଖୁଲାସା କରିଥିଲେ ଯେ ଗୋବିନ୍ଦା ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି। ସେତେବେଳେ ରାଖୀଙ୍କ ଫୋନ ସ୍ପିକର୍ରେ ଥିଲା। ଫଳରେ ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଏହି କଥା ଶୁଣିଥିଲେ। ଏବେ ଏହି ଖବର ଚାରିଆଡ଼େ ପ୍ରଚାରିତ ହେଉଛି। ତେବେ ୬୨ ବର୍ଷ ବୟସରେ ଗୋବିନ୍ଦା କେଉଁ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି, ଆସନ୍ତୁ ଜାଣିବା।
ସୂଚନା ଅନୁସାରେ, ଗୋବିନ୍ଦାଙ୍କ ନାମ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ ଯୋଡ଼ାଯାଉଛି। ନିକଟରେ ଉଭୟଙ୍କୁ ବିମାନବନ୍ଦରରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ଜୁଲାଇ ମାସରେ ଗୋବିନ୍ଦା କୋମଲଙ୍କୁ ନିଜ ଆଗାମୀ ଫିଲ୍ମ ‘ରୂପା’ର ନୂଆ କୋ-ଷ୍ଟାର ଭାବେ ଗଣମାଧ୍ୟମ ସମ୍ମୁଖରେ ପରିଚିତ କରାଇଥିଲେ। ଏବେ ସୁନୀତା ଦାବି କରିଛନ୍ତି ଯେ ଗୋବିନ୍ଦା ଦ୍ୱିତୀୟ ବିବାହ ପାଇଁ ଯୋଜନା କରୁଛନ୍ତି।
କୋମଲ ରାଣୀ ସ୍ବର୍ଣ୍ଣକାର ଜଣେ ନୂଆ ଚେହେରା, ଯିଏ ବଲିଉଟରେ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଗୋବିନ୍ଦାଙ୍କ ଆଗାମୀ ପ୍ରୋଜେକ୍ଟ ‘ରୂପା’ ସହ ଯୋଡ଼ି ହେବା ପୂର୍ବରୁ ସେ ସାଧାରଣ ଲୋକଙ୍କ ମଧ୍ୟରେ ବିଶେଷ ପରିଚିତ ନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ଉତ୍ତରପ୍ରଦେଶର ବାସିନ୍ଦା ଏବଂ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ। ତାଙ୍କ ଶିକ୍ଷା, ପରିବାର କିମ୍ବା ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସାର୍ବଜନୀନ ଭାବେ ଅଧିକ ତଥ୍ୟ ଉପଲବ୍ଧ ନାହିଁ। ତାଙ୍କ ବୟସ ସମ୍ପର୍କରେ ମଧ୍ୟ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ।
ଗୋବିନ୍ଦାଙ୍କ ସହ ଡେଟିଂ ଚର୍ଚ୍ଚାରେ ଥିବା କୋମଲ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହନ୍ତି। ତାଙ୍କର ୧୫,୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ନିୟମିତ ଭାବେ ନିଜର ଫଟୋ ଓ ଭିଡିଓ ଶେୟାର କରିବା ସହ ନିଜ ଜୀବନ ସହ ଜଡ଼ିତ ବିଭିନ୍ନ ଅପଡେଟ ମଧ୍ୟ ଫଲୋଅର୍ସଙ୍କ ସହ ଶେୟାର କରନ୍ତି।

