ଆଇଇଡି ବ୍ଲାଷ୍ଟରେ ଜୀବନ ହାରିଲା ହାତୀ
ରାଉରକେଲା,୬।୭(ସଙ୍ଗୀତା ଜେନା): ପ୍ରାୟ ସପ୍ତାହ ତଳେ ଝାଡ଼ଖଣ୍ଡ-ଓଡ଼ିଶା ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲରେ ଏକ ହାତୀ ଶାବକକୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା। ଗତ ଜୁନ୍ ୨୭ ତାରିଖରେ ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ ଡ୍ରୋନ୍ ସର୍ବେକ୍ଷଣରେ ଉକ୍ତ ହାତୀ ଏକ ନାଳ…
ଓଡ଼ିଶା ଭାଜପା ସଭାପତି ନିର୍ବାଚନ: ଭୋଟର ତାଲିକା ପ୍ରକାଶ, ଏହିମାନେ ଦେବେ ଭୋଟ
ଭୁବନେଶ୍ୱର,୬।୭: ଓଡ଼ିଶା ଭାରତୀୟ ଜନତା ପାର୍ଟି (ଭାଜପା) ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ମୋଟ ୨୭୩ ଜଣ ଭୋଟରଙ୍କ…
ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ: ଯନ୍ତ୍ରୀଙ୍କ ଘରେ ବୁଲିଲା କଳାକନା
ବଲାଙ୍ଗୀର,୬।୭: ବଲାଙ୍ଗୀର ସହର ରଘୁନାଥ ନଗରରେ ଚୋର ଆତଙ୍କ ବଢିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ୭ରୁ ଅଧିକ ଲୋକଙ୍କ ଘରେ କଲାକନା ବୁଲାଇଲେଣି ଦୁର୍ବୃତ୍ତ। ଶନିବାର ରାତିରେ ଅବସରପ୍ରାପ୍ତ ଲୋୟର ସୁକତେଲ ମୁଖ୍ୟ ଯନ୍ତ୍ରୀ ବେଳାର ସିଂହ ଭୋଇଙ୍କ…
ପୁଣି ତାରା ବାହିନୀପତିଙ୍କଙ୍କ ପତ୍ନୀଙ୍କୁ ମିଳିଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ବଡ଼ ଦାୟିତ୍ୱ
ଭୁବନେଶ୍ୱର,୬।୭: ଅଖିଳ ଭାରତ କଂଗ୍ରେସ କମିଟି (AICC) ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ କରିଛି। AICC ସଭାପତିଙ୍କ ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଜାରି କରାଯାଇଛି। ଏହା…
୯ରେ ସର୍ବ ଭାରତୀୟ ଧର୍ମଘଟ, ପ୍ରସ୍ତୁତି ଜୋରଦାର
ଗଞ୍ଜାମ,୬।୭(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତ୍ୟାହାର ଦାବି ନେଇ ଜୁଲାଇ ୯ ତାରିଖରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟକୁ ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ସଫଳ କରିବା ନିମନ୍ତେ ଏଆଇଟିୟୁସି,…
ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା
ଗୟା,୬।୭: ବିହାରର ଗୟା ଜିଲ୍ଲାରେ ଏକ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଗିଯାଇଥିବା ଅଭିଭାବକମାନେ ଜଣେ ଶିକ୍ଷକଙ୍କୁ ନିର୍ମମ ଭାବେ ପ୍ରହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏହି…
ସୁନାବେଶରେ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଭକ୍ତ ଆତୁର
ପୁରୀ,୫ା୭: ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥି। ମହଣ ମହଣ ସୁନାରେ ଆଭୂଷିତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜିଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡ ତଢାଉ ବେଶ ଅନ୍ୟତମ । ୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ…
ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ପ୍ରସୂତି ଛୁଟି ପାଇବାକୁ ହକଦାର: ଓଡ଼ିଶା ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ
କଟକ,୬ା୭: ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ମଧ୍ୟ ପ୍ରସୂତି ଛୁଟି ପାଇବାକୁ ହକଦାର। ନିଯୁକ୍ତିର ପ୍ରକାର ଆଧାରରେ ଏହି ଅଧିକାରକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଅଦାଲତ ମତ ପୁନରାବୃତ୍ତି କରିଛନ୍ତି।…
ସେନା ଡାକ୍ତରଙ୍କ ଅବିଶ୍ୱସନୀୟ ସାହାଯ୍ୟ: ହେୟାର କ୍ଲିପ୍, ପକେଟ୍ ଛୁରୀରେ ରେଳ ପ୍ଲାଟଫର୍ମରେ ହେଲା ଶିଶୁକନ୍ୟାର ଜନ୍ମ
ଝାନ୍ସୀ,୬ା୭: ଝାନ୍ସୀ ରେଳ ଷ୍ଟେସନର ପ୍ଲାଟଫର୍ମରେ ଏକ ଅବିଶ୍ୱସନୀୟ ଘଟଣାରେ ଜଣେ ଯୁବ ସେନା ଡାକ୍ତର ହେୟାର କ୍ଲିପ୍ ଓ ପକେଟ୍ ଛୁରୀ ବ୍ୟବହାର କରି ଜଣେ ଗର୍ଭବତୀ ମହିଳାଙ୍କର ଶିଶୁକନ୍ୟାର ଜନ୍ମ ସଫଳତାର ସହ ସମ୍ପନ୍ନ କରାଇଛନ୍ତି। ଏହି ଘଟଣା…
ଟ୍ରାଫିକ ପୋଲିସ ସାଜିଲେ ସିଦ୍ଧାନ୍ତ ମହାପାତ୍ର, ଅମାନିଆ ଚାଳକଙ୍କ ସହ କଲେ ଏମିତି
ଭୁବନେଶ୍ୱର,୬ା୭: ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ହେଲମେଟ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ବିଧାୟକ ମହାପାତ୍ର ଟ୍ରାଫିକ ପୋଲିସ ବେଶରେ ନିଜେ ଉପସ୍ଥିତ ରହି ଦୁଇ ଚକିଆ ଗାଡ଼ି ଚାଳକମାନଙ୍କୁ ହେଲମେଟ…
ବିନିକାରେ ବାହୁଡ଼ାଯାତ୍ରାରେ ଅଘଟଣ: ରଥରେ ଚାପି ହୋଇ ୬ ଆହତ, ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ
ବିନିକା,୬ା୭: ବିନିକା କଂସାରୀପଡ଼ାରେ ଅନୁଷ୍ଠିତ ବାହୁଡ଼ାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ରଥରେ ଚାପି ହୋଇ ୩ ନାବାଳକ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆହତମାନଙ୍କ…
କାନ୍ଥ ପଡ଼ି ୨ ମହିଳାଙ୍କ ଜୀବନ ଗଲା, କୁନି ଝିଅ ଗୁରୁତର
ନୂଆପଡ଼ା,୬ା୭(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ଅଧୀନସ୍ଥ ଶିଲଭା ପଞ୍ଚାୟତ ପଟପରପାଲି ଗାଁରେ ରବିବାର କୁକୁଡ଼ା ଫାର୍ମ କାନ୍ଥ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପଟପରପାଲି ଗାଁର ରୂପେ ଶବର…

