ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ୮୮ ରନ୍ରେ ହରାଇଲା ଭାରତ
କଲମ୍ବୋ,୫ା୧୦: ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାକିସ୍ତାନକୁ ୮୮ ରନ୍ରେ ପରାସ୍ତ କରି ଏକ ବିଶାଳ ବିଜୟ ହାସଲ କରିଛି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି…
ଦଶହରା ଷୋହଳ ପୂଜା ମହୋତ୍ସବ: ଦେବୀଙ୍କୁ ଅର୍ପଣ ହେଲା ୩୨ ଜୁଗାର
ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ମାଁ ପର୍ହାପାଟ ଦେବୀଙ୍କ ଦଶହରା ଷୋହଳ ପୂଜା ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ଜୁଗାର ଯାତ୍ରା ସମ୍ପନ୍ନ ହୋଇଛି। ଏହି ଅବସରରେ ବରାହଗୋଡ଼ା ଗ୍ରାମର ବିଭିନ୍ନ ପଡ଼ାରୁ ୩୨ଟି ଜୁଗାର ବାହାରିଥିଲା।…
ବାଇକ୍ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଆହତ
ହିଞ୍ଜିଳିକାଟୁ,୫ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ-ଆସିକା ଏନ୍ଏଚ୍- ୫୯ ଆସିକା ଥାନା ଅନ୍ତର୍ଗତ ଚେରମାରିଆ ଛକ ନିକଟରେ ରବିବାର ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ଆସିକା ଲାଲା ଶାସନର ହିମାଂଶୁ ଶେଖର…
ଖୋଲିଲା ମା’ ସମଲେଶ୍ୱରୀ ମନ୍ଦିରର ଦାନବାକ୍ସ, ଏଥିରୁ ମିଳିଲା…
ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ରହିଥିବା ଦାନବାକ୍ସ(ହୁଣ୍ଡି)କୁ ବର୍ଷକ ପରେ ରବିବାର ସନ୍ଧ୍ୟାରେ ଖୋଲାଯାଇଥିଲା। ରାତି ପ୍ରାୟ ୯ଟା ୩୦ମିନିଟ୍ ପର୍ଯ୍ୟନ୍ତ ଦାନବାକ୍ସରୁ ମିଳିଥିବା ଭକ୍ତଙ୍କ ଦାନ ରାଶି ଗଣତି ଚାଲିଥିଲା। ତେବେ ଗଣତି…
ବରୁଣେଇରେ ବାର୍ହା ଆତଙ୍କ, ଉଦ୍ଧାର ପାଇଁ ଯାଇ ଫସିଲା ପୋଲିସ
ଖୋର୍ଦ୍ଧା,୫ା୧୦: ଜିଲ୍ଲାର ବରୁଣେଇ ପାହାଡ଼ରେ ଏକ ହିଂସ୍ର ବାର୍ହାର ଆତଙ୍କ ଯୋଗୁଁ ୩୦ରୁ ଅଧିକ ପର୍ଯ୍ୟଟକ ଓ ଉଦ୍ଧାରକାରୀ ଟିମ୍ ଗଛ ଉପରେ ଫସି ରହିଛନ୍ତି। ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ନିଖୋଜ ଥିବା ବେଳେ ଜଣେ ପର୍ଯ୍ୟଟକ ଆହତ…
୭ମ ଦିନରେ ମା’ ଠାକୁରାଣୀଙ୍କ ଯାତ୍ରା, ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼
ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ରବିବାର ୭ମ ଦିନରେ ପହଞ୍ଚିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରାପୀଠ ଆଶ୍ୱିନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସେବା ପୂଜା…
ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଦିଗପହଣ୍ଡି ଚଳଚଞ୍ଚଳ
ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ୟ ଲେନ୍ରେ ପ୍ରତିବର୍ଷ ଭଳି ଚଳିତବର୍ଷ ମା ’ ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ଚଳଚଞ୍ଚଳ ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ରବିବାର ଜଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ସମ୍ଭବ…
ପୁରୁଣା ସ୍ମୃତି ବାଣ୍ଟିଲେ ଛାତ୍ର, କିଛି କ୍ଷଣ ପାଇଁ ପିଲାଦିନକୁ ଫେରିଯାଇ ହେଲେ ଭାବବିହ୍ବଳ
ପୁରୁଷୋତ୍ତମପୁର,୫ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପୁର ଆରଟି ବିଦ୍ୟାପୀଠ ୧୯୯୨ ମାଟ୍ରିକ୍ ବ୍ୟାଚ୍ ଛାତ୍ରଙ୍କ ପକ୍ଷରୁ ଏକ ବନ୍ଧୁମିଳନ ବୈଠକ ରବିବାର ତାରାତାରିଣୀଠାରେ ପ୍ରାକ୍ତନଛାତ୍ର ଜୟନାରାୟଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପରସ୍ପର ମଧ୍ୟରେ ପୁରୁଣା…
ସର୍ପଦଂଶନରେ ଚାଲିଯାଇଥିଲା ନାବାଳିକାଙ୍କ ଜୀବନ, ସହାୟତାର ହାତ ବଢ଼ାଇ…
ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବାଲିସାହିର ବର୍ଷା ପରିଜା (୧୩) ଶନିବାର ସର୍ପ ଦଂଶନରେ ମୃତ୍ୟୁବରଣ କରିଥିଲେ। ପୋଲିସ ଏନେଇ ୧୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର…
ଯୌତୁକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଦେଲେ ଇଞ୍ଜିନିୟରଙ୍କ ସ୍ତ୍ରୀ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…
ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ବନ୍ଧ ସାହିର ଏ.ବାବା ରାଓଙ୍କ ଝିଅ ଏ.ସୋନାଲି ପାତ୍ର(୩୦) ରବିବାର ଭୋର୍ରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତ ୨୦୧୯ରେ ସୋନାଲି ଜର୍ମାନୀରେ ଏରୋନେଟିକ୍ ଇଞ୍ଜିନିୟର ଚାକିରି କରୁଥିବା ବ୍ରହ୍ମପୁର ବଡ଼…
ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ: ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି
ଭୁବନେଶ୍ୱର,୫ା୧୦: ଓଡ଼ିଶା ପୋଲିସ ସବ୍-ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱରର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି। ଏହାସହ ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି…
ବଲାଙ୍ଗୀରରେ ମା’ଙ୍କୁ ମେଲାଣି
ବଲାଙ୍ଗୀର,୫ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରିଜର୍ଭ ପୋଲିସ ମନୋହରପୁରରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ପୂଜାର ଅନ୍ତିମ ଦିବସରେ ମା’ଙ୍କ ଘଟ ବିସର୍ଜନ କରାଯାଇଥିଲା। ପୋଲିସ ପକ୍ଷରୁ ରବିବାର ଧୂମ୍ଧାମରେ ମା’ଙ୍କ ଭସାଣି ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା। ଦୁର୍ଗାପୂଜା କମିଟିର ସଭାପତି…

