ଯୌତୁକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଦେଲେ ଇଞ୍ଜିନିୟରଙ୍କ ସ୍ତ୍ରୀ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…

ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ବନ୍ଧ ସାହିର ଏ.ବାବା ରାଓଙ୍କ ଝିଅ ଏ.ସୋନାଲି ପାତ୍ର(୩୦) ରବିବାର ଭୋର୍‌ରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତ ୨୦୧୯ରେ ସୋନାଲି ଜର୍ମାନୀରେ ଏରୋନେଟିକ୍‌ ଇଞ୍ଜିନିୟର ଚାକିରି କରୁଥିବା ବ୍ରହ୍ମପୁର ବଡ଼ ବଜାର ଥାନା ପାଣିଗ୍ରାହୀ ପେଣ୍ଠ ଗଣପତି ନଗରର ବଳରାମ ସୁବୁଦ୍ଧିଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ଶାଶୁଘର ଲୋକଙ୍କ ଦାବି ଅନୁଯାୟୀ ବିବାହ ସମୟରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହର କିଛିଦିନ ହସଖୁସିରେ କଟିବା ପରେ ଅଧିକ ଯୌତୁକ ପାଇଁ ସ୍ବାମୀ, ଶାଶୁ ଓ ଶ୍ବଶୁର ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବାରୁ ସେ ଶାଶୁଘରୁ ଆସି ଦିଗପହଣ୍ଡି ବଡ଼ବନ୍ଧ ସାହିସ୍ଥିତ ବାପଘରେ ରହୁଥିଲେ। ରବିବାର ଭୋର୍‌ରେ ଘରେ ପରିବାର ଲୋକେ ଶୋଇଥିବା ବେଳେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଅଚେତ୍‌ ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋନାଲିଙ୍କ ବାପା ଏନେଇ ଏତଲା ଦେବା ପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୫୮/୨୫ ଅନୁଯାୟୀ ଅଭିଯୁକ୍ତମାନଙ୍କ ନାଁରେ ମୋକଦ୍ଦମା ରୁଜୁ କରି ଥାନା ଏସ୍‌ଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ମୃତଦେହକୁ ପୋଲିସ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅପରାହ୍ନରେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri