୭ମ ଦିନରେ ମା’ ଠାକୁରାଣୀଙ୍କ ଯାତ୍ରା, ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ରବିବାର ୭ମ ଦିନରେ ପହଞ୍ଚିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରାପୀଠ ଆଶ୍ୱିନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ସେବା ପୂଜା ମଣୋହି କରାଯାଇଥିଲା। ମା’ଙ୍କୁ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ମା ’ଙ୍କୁ ସନ୍ଧ୍ୟା ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା ’ ଙ୍କୁ ଆବାହନ କରିଥିଲେ। ମା’ଙ୍କ ଆଜ୍ଞାମାଳ ପରେ ପାର୍ଶ୍ୱ ଘଟ ଧାରୀ ମହିଳାମାନେ ମା ’ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ। ମୁଖ୍ୟଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲିଝୁଲି ଯାତ୍ରାପୀଠରୁ ଶୋଭାଯାତ୍ରାରେ ବାହାରି ଜନତାଲେନ୍‌ ଦେଇ ରାଣୀ ସାହି, ଆନନ୍ଦ ନଗର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡ୍‌ଠାରେ ପହଞ୍ଚିଥିଲେ। ଭାବକୁଣ୍ଡଳେଶ୍ୱର ବ୍ୟବସାୟୀ ସଂଘ ପକ୍ଷରୁ ମା’ଙ୍କୁ ବିଧି ମୁତାବକ ନିମନ୍ତ୍ରଣ କରାଯାଇଥିଲା। ବ୍ୟବସାୟୀ ସଂଘ ପକ୍ଷରୁ ପୂଜା ପାଉଥିବା ମା’ ଦୁର୍ଗାଙ୍କ ମେଢ଼ ମଣ୍ଡପରେ ମା ’ ବୁଢ଼ୀ ଠାକୁରାଣୀଙ୍କ ଭେଟ୍‌ଘାଟ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା କମିଟିର କାର୍ଯ୍ୟକର୍ତ୍ତା ଅଳକ ନାଥ ମିଶ୍ର,ସଂଗ୍ରାମ କେଶରୀ ରଥ, ଅଶୋକ କୁମାର ନନ୍ଦ, ପ୍ରଦୀପ କୁମାର ରଥ, ଜେ. ମିଟୁ ରାଓ,ସୁଧାକର ସାହୁ, ଅଜିତ କୁମାର ନନ୍ଦ, ପି. ଦୁଷ୍ମନ୍ତ ଦୋରା, ସୁରେଶ କୁମାର ସାହୁ, ହରିକୃଷ୍ଣ ଗୌଡ଼, ଉଦୟ ସାମନ୍ତ, ସୁବାସ ପାଣିଗ୍ରାହୀ, ଅରୁଣ ପ୍ରଧାନ, ବାବୁଲା ରେଡ୍ଡୀ, ଏ. ବଦ୍ରି ରାଓ, ସୁଦର୍ଶନ ଗୌଡ଼, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ମା’ଙ୍କୁ ବନ୍ଦାପନା କରି ବର୍ଷକ ପାଇଁ ବିଦାୟ ଦେଇଥିଲେ। ମା’ଙ୍କ ଶୋଭାଯାତ୍ରା ବସ୍‌ଷ୍ଟାଣ୍ଡ ମୁଖ୍ୟରାସ୍ତା ପରିକ୍ରମା କରି ପୁଣି ଜନତା ଲେନ୍‌ ଦେଇ ଯାତ୍ରା ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଯାତ୍ରାପୀଠରେ ସକାଳେ ଦିଗପହଣ୍ଡିର ଗୋଲା ନାଚ, ସନ୍ଧ୍ୟାରେ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ମୁଖ୍ୟ ଆଲୋକ ବିଷୋୟୀ ଏବଂ କଳାକାର ବୃନ୍ଦ ନୃତ୍ୟ ଗୀତ ପରିବେଷଣ କରିଥିଲେ। ରାତି ପ୍ରାୟ ୧୧ ଟାରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସାନ ଆଖଡ଼ାର ନିର୍ଦ୍ଦେଶକ କୁରେଶୁ ସାହୁଙ୍କ ନିର୍ଦ୍ଦେଶନାରେ ଅପେରା ‘ହାଏ କୃଷ୍ଣ ବୋଲି ଯାଉ ଏ ଜୀବ’ ମଞ୍ଚସ୍ଥ ହୋଇଥିଲା। ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ବିକାଶ ପଶୁପାଳକ, ଏ . ସାକିଲି , ବିଚିତ୍ରାନନ୍ଦ ପଟ୍ଟନାୟକ, ଦୀପକ କୁମାର ମିଶ୍ର, ଆଶିଷ ପଟ୍ଟନାୟକ, କୁରେଶୁ ମହାରଣା, ନୀଳମାଧବ ଗୌଡ଼ , ପ୍ରଦୀପ କୁମାର ପଣ୍ଡା, ରବୀନ୍ଦ୍ର ମାର୍ଥା, ଶିବଶଙ୍କର ମହାକୁଡ଼ , ଏ . ଗୋବିନ୍ଦଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବାହିନୀ ଉପସ୍ଥିତ ରହି ଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ ଇଣ୍ଡିଆକୁ ମିଳିଥିଲା କି ପୁରସ୍କାର ରାଶି? ଜାଣନ୍ତୁ ICC ନିୟମ ବିଷୟରେ

ନୂଆଦିଲ୍ଲୀ,୮।୧୧: ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପ୍ରତି ୨୦୨୫ ODI ବିଶ୍ୱକପ ଜିତିଛି। ଏଥିପାଇଁ, ସେମାନେ ପ୍ରାୟ ୪୦ କୋଟି ଟଙ୍କା ପୁରସ୍କାର ରାଶି ପାଇଛନ୍ତି।...

ହାତୀ ଆକ୍ରମଣରେ ୫ ବର୍ଷର ଶିଶୁର ମୃତ୍ୟୁ ଘଟଣା: ସହାୟତାର ହାତ ବଢ଼ାଇଲେ ସମାଜସେବୀ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବନାଞ୍ଚଳ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ହରଡIଗୁଡା  ଗ୍ରାମରେ ଗତ ୩...

ଭାରତର ସ୍ଥାନ ନିଶ୍ଚିତ! କିନ୍ତୁ ପାକିସ୍ତାନ ଅଲିମ୍ପିକ୍ସରେ ଖେଳିପାରିବ ନାହିଁ, ICC ବୈଠକରୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ

ନୂଆଦିଲ୍ଲୀ,୮।୧୧: ଭାରତ ବନାମ ପାକିସ୍ତାନ। କ୍ରିକେଟର ସବୁଠାରୁ ବଡ଼ ଏବଂ ଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରୁ ଗୋଟିଏ, କିନ୍ତୁ ଏହି ଦୁଇ ଦଳ ଏବେ କେବଳ ICC...

ଚନ୍ଦ୍ର ମେରୁର ରାଡାର ଫଟୋ ପଠାଇଲା ଚନ୍ଦ୍ରାୟନ-୨

ନୂଆଦିଲ୍ଲୀ,୮ା୧୧: ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍‌ ପଠାଇଲାଣି। ମିଶନର...

ଜିଲାସ୍ତରୀୟ ଶିଶୁ ମହୋତ୍ସବରେ ମୋହନା ଛାତ୍ରୀଛାତ୍ରଙ୍କ ସଫଳତା

ମୋହନା,୮।୧୦(ମନ୍ମଥ ମିଶ୍ର): ପାରଳାଖେମୁଣ୍ଡି ରେ ଆୟୋଜିତ ଗଜପତି ଜିଲା ସ୍ଥରୀୟ ସୁରଭି କାର୍ଯ୍ୟକ୍ରମରେ ମୋହନା ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହିଲଟପ୍‌ ମାଧ୍ୟମିକ ଉଚ୍ଚ...

ଅଷ୍ଟ୍ରେଲିଆ ମାଟିରେ ଟିମ୍‌ ଇଣ୍ଡିଆର ସିରିଜ୍‌ ବିଜୟ

ବ୍ରିସ୍‌ବେନ,୮ା୧୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ କେବଳ ୪.୫ ଓଭର...

ମୁନିରଙ୍କୁ ବଡ଼ ଦାୟିତ୍ୱ! ଜାଣନ୍ତୁ ତାଙ୍କ କ୍ଷମତା ସମ୍ପର୍କରେ

ଇସଲାମାବାଦ,୮।୧୧: ଭାରତ ସହିତ ସାମ୍ପ୍ରତିକ ଉତ୍ତେଜନାରୁ ‘ଅନେକ ଶିକ୍ଷା’ ପାଇଥିବା ଦାବି କରି, ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା...

RBIର ନୂଆ ଉପହାର! ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ, ଲଞ୍ଚ ହେବ Junio UPI Wallet  

ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri