ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧବନ୍ଦୀ ବିନିମୟ: ୩୦୭ ବନ୍ଦୀ ମୁକ୍ତ
କିଭ୍,୨୪ା୫: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ୨୦୨୨ ଫେବୃଆରୀରୁ ଯୁଦ୍ଧ ଲାଗିରହିଥିବା ବେଳେ ଗତ ସପ୍ତାହରେ ଇସ୍ତାନବୁଲରେ ପ୍ରଥମ ଥର ପାଇଁ ଉଭୟ ପକ୍ଷ ଶାନ୍ତି ଆଲୋଚନାରେ ଯୋଗଦେଇଥିଲେ। ଏହି ଅବସରରେ ଉଭୟ ମସ୍କୋ ଏବଂ କିଭ୍ ୧,୦୦୦ ଲେଖାଏ ଯୁଦ୍ଧବନ୍ଦୀ…
ଜୋତାରେ ବିୟର ଢାଳି ପିଇଗଲେ ସାଂସଦ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
କାନବେରା,୨୪।୫: ଅଷ୍ଟ୍ରେଲୀୟ ସାଂସଦ କାଇଲ ମ୍ୟାକଗିନ, ଅଷ୍ଟ୍ରେଲୀୟ ସଂସଦରେ ତାଙ୍କର ଶେଷ ଦିନକୁ ନିଜ ପାଇଁ ବହୁତ ସ୍ମରଣୀୟ କରିଦେଇଥିଲେ। ସଂସଦରେ ନିଜର ଶେଷ ଭାଷଣ ଦେବା ସମୟରେ କାଇଲ ମ୍ୟାକଗିନ ଏପରି କିଛି କରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ…
‘ଇଡି ଅଥବା ମୋଦି କାହାକୁ ଡରି ନାହିଁ DMK’, ଉଦୟନିଧି ଷ୍ଟାଲିନ କହିଲେ, କିଛି ବି ହୋଇଯାଉ…
ଚେନ୍ନାଇ,୨୪।୫: ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଏବଂ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶନିବାର (୨୪ ମଇ, ୨୦୨୫) ପୁଡୁକ୍କୋଟାଇରେ ଅଟକି ରହିଥିବା ଇଣ୍ଡୋର କ୍ରୀଡା ହଲ ଯାଞ୍ଚ କରିଥିଲେ। ଏହା AIADMK ଶାସନ ସମୟରେ ଆରମ୍ଭ ହୋଇଥିଲା। ସେ ଘୋଷଣା କରିଛନ୍ତି ଯେ…
ଦୁର୍ନୀତି ଅଭିଯୋଗ ଆଣିବାରୁ ହତ୍ୟା: ଗାଁ ସାଥୀଙ୍କ ସମେତ ୫ ଅଭିଯୁକ୍ତ ଗିରଫ
ଗାଇସିଲେଟ୍,୨୪।୫(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ଗାଇସିଲେଟ୍ ଥାନା ଅଧୀନ ସେମେଲଗୁଡ଼ିଆ ଗ୍ରାମରେ ଏକ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିରୁ ହତ୍ୟାକାଣ୍ଡ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାକାଣ୍ଡରେ ଗ୍ରାମର କଳାକୁମର ମହାନନ୍ଦ(୫୫)ଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ…
୨୫ ହଜାର ଟଙ୍କା ଋଣ ନେଇ ପୁଅକୁ ବନ୍ଧା ରଖିଥିଲେ ପରିବାର, ହେଲେ ମା’ଟଙ୍କା ନେଇ ପହଞ୍ଚିଲା ବେଳକୁ …
ତିରୁପତି,୨୪।୫: ଆନ୍ଧ୍ରପ୍ରଦେଶର ତିରୁପତିରେ ଜଣେ ଆଦିବାସୀ ମହିଳା ଏବଂ ତାଙ୍କ ତିନି ପିଲାଙ୍କୁ ୨୫,୦୦୦ ଟଙ୍କା ଋଣ ପାଇଁ ବାଧ୍ୟ କରି ବନ୍ଧନ ଶ୍ରମିକ କରିବା ଅଭିଯୋଗରେ ଜଣେ ବତକ ଚାଷୀ ଏବଂ ତାଙ୍କ ପରିବାରକୁ ଗିରଫ କରାଯାଇଛି। ଅଭିଯୁକ୍ତ ତାଙ୍କୁ…
ସାରା ବିଶ୍ୱରେ X Down, ଗାଏବ ହୋଇଗଲାଣି ଫିଡ, ହେଲେ କାହିଁକି ହୋଇଛି ଏହି ସମସ୍ୟା ଜାଣନ୍ତୁ…
ଓ୍ବାଶିଂଟନ,୨୪।୫: ମାଇକ୍ରୋବ୍ଲଗିଂ ସାଇଟ X (ପୂର୍ବରୁ ଟୁଇଟର) ଶନିବାର ସାରେ (୨୪ ମଇ, ୨୦୨୫) ହଠାତ କ୍ରାସ ହୋଇଗଲା। ଭାରତୀୟ ସମୟ ଅନୁସାରେ ସା ୬:୦୭ ସମୟରେ ଭାରତରେ X ଏକ ପ୍ରକାର ଅସ୍ତ ହୋଇଥିଲା। X ବ୍ୟବହାରକାରୀମାନେ ପୋଷ୍ଟ କରିବା…
ଗାଁରେ ମାତିଛି କିଡ୍ନୀ ରୋଗ: ୧୪ ମଲେଣି, ୧୯ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ
କର୍ଲାମୁଣ୍ଡା:୨୪।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ବଲାଙ୍ଗୀର ଜିଲାର ସୀମାନ୍ତରେ ରହିଛି ଧରାଖମନ ଗାଁ। ବ୍ଲକ ସଦରମହକୁମାରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏହି ଗାଁ ରହିଛି । ଗାଁର ପରିବାର ସଂଖ୍ୟା ପ୍ରାୟ ୯୦।…
ବିବାହର ୧୪ ବର୍ଷ ପରେ ବି ଯୌତୁକ ଦାବି, ସ୍ତ୍ରୀଙ୍କୁ କାତିରେ ହାଣି ହତ୍ୟା ଉଦ୍ୟମ, ସ୍ବାମୀଙ୍କ ନାଁରେ…
ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୁଡୁ ସେଠୀ ତାଙ୍କ ସ୍ତ୍ରୀ ରଶ୍ମୀ ସେଠୀଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରଶ୍ମୀଙ୍କ ଭାଇ ଲକ୍ଷ୍ମୀ ଚରଣ ସେଠୀ ଏନେଇ…
ବିଶ୍ୱକପ୍ ପୂର୍ବରୁ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଗୁରୁଦାୟିତ୍ୱ
ନୂଆଦିଲ୍ଲୀ,୨୪ା୫: ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ହକି ଇଣ୍ଡିଆ (ଏଚ୍ଆଇ) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।…
ଫିଟିଲା ଗୁମର, ଲାଲୁ ପ୍ରସାଦଙ୍କ ପୁଅ ତେଜପ୍ରତାପ ଅଛନ୍ତି ରିଲେସନଶିପରେ, କହିଲେ ମୁଁ ଆଉ ଅନୁଷ୍କା…
ପାଟନା,୨୪।୫: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଅନୁଷ୍କା ଯାଦବଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ବିଷୟରେ ପ୍ରକାଶ କରିଥିଲେ। ତାଙ୍କର ପୋଷ୍ଟ…
ଜେସିବିରେ କାମ କରିବା ବେଳେ ମାଟି ପଡ଼ିଗଲା, ଚାଷଜମିରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ
ରେଢାଖୋଲ ୨୪।୫(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗ୍ରାମରେ ଜମିବାଡି ବିବାଦରୁ ଏକ ହତ୍ୟାକାଣ୍ଡ ଘଟିଛି। ବଡମାଳ ଗ୍ରାମର ପ୍ରଫୁଲ୍ଲ ନାଏକଙ୍କୁ ଶନିବାର ସକାଳ ୧୦ଟାରେ ସେହି ଗ୍ରାମର ବିଭୂତି ପ୍ରଧାନ ଟାଙ୍ଗିଆରେ ହାଣି ହତ୍ୟା…
EPF ହିତାଧିକାରୀଙ୍କ ପାଇଁ ଖୁସି ଖବର, ସୁଧହାର ଉପରେ ସରକାର ଲଗାଇଲେ ମୋହର, ୭ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ,୨୪।୫: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ମଧ୍ୟ EPF ଉପରେ ସୁଧ ହାର ସମାନ ଥିଲା। ପୂର୍ବରୁ,…
Archives


