ନୂଆପଡ଼ା ଉପନିର୍ବାଚନ: ପ୍ରଚାର ପାଇଁ ଲୋକ କିଣୁଛନ୍ତି ସବୁ ଦଳ

ନୂଆପଡ଼ା,୩ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ତାରିଖରେ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଛି। ଏଥିରେ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ସମୁଦାୟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଭାଜପାରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝୀ ଏବେ ଜୋରଦାର ପ୍ରଚାର କରୁଛନ୍ତି। ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜମିବାରେ ଲାଗିଛି। ଦଳୀୟ ପ୍ରାର୍ଥୀ ଓ କର୍ମୀ ଦିନରାତି ଏକ କରିଦେଇଛନ୍ତି। ପ୍ରତ୍ୟେକ ଦଳ ପକ୍ଷରୁ ସଭା ସମିତି ସହ ବାଇକ୍‌ ରାଲି କରାଯାଉଛି। ଲୋକଙ୍କୁ ସଭାକୁ ଆଣିବା ପାଇଁ ଦଳୀୟ କର୍ମୀମାନେ ବେଶ୍‌ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ଲୋକ କିପରି ସଭାକୁ ଆସିବେ ସେ ନେଇ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଉଛି। ଘରୁ ସଭା ସ୍ଥଳକୁ ଆସିବା ଓ ପୁନଶ୍ଚ ଫେରିବା ପାଇଁ ଗାଡ଼ି ମୋଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏପରି କି ବାଇକ୍‌ରେ ଆସିଲେ ତେଲ ଖର୍ଚ୍ଚ ମଧ୍ୟ ଦିଆଯାଉଛି। ଏହା ବାଦ୍‌ ସଭା କିମ୍ବା ରାଲିରେ ଯୋଗଦେଲେ ଖାଇବାପିଇବା ସହିତ ଜଣ ପିଛା ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଦିଆ ଯାଉଥିବା ଟାନୱାଟ ଗ୍ରାମର ଜଣେ ଯୁବକ ପ୍ରକାଶ କରିଛନ୍ତି।
ନୂଆପଡ଼ା ଏକ କୃଷିପ୍ରଧାନ ଅଞ୍ଚଳ। ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ ଧାନ, କପା ଓ ମକା ଆଦି ଚାଷ କରିଥାନ୍ତି। ଏବେ ଧାନ ଅମଳ ସମୟ। ଚାଷୀମାନେ ଧାନ ଅମଳ କରି ଘରକୁ ଆଣୁଛନ୍ତି। ଏପରି ସମୟରେ ଉପନିର୍ବାଚନ ହେଉଥିବାରୁ ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଦଳ ପକ୍ଷରୁ ସମାବେଶ ଓ ରାଲି ଆୟୋଜକ କରାଯାଉଛି। ଏଥିପାଇଁ ଲୋକଙ୍କ ଆବଶ୍ୟକ ହେଉଛି। ଯେହେତୁ ଚାଷ ଅମଳର ସମୟ ତେଣୁ ଲୋକେ ସଭାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଲୋକଙ୍କୁ ଆଣିବା ପାଇଁ ସେମାନଙ୍କ ପଛରେ ଖର୍ଚ୍ଚ କରିବାକୁ ପଡୁଛି। ଗତ ରବିବାର କଂଗ୍ରେସର ଏକ ବାଇକ୍‌ ରାଲି କରାଯାଇଥିଲା। ଏହା ଟାନୱାଟ ଛକରୁ ଆରମ୍ଭ ହୋଇ ଖରିଆର ରୋଡ୍‌ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପ୍ରାୟ ୫ ଶହରୁ ଅଧିକ ବାଇକ୍‌ ଆସିଥିଲା। ଏମାନଙ୍କୁ ଖାଇବା ପିଇବା ଦେଇ ଜଣ ପିଛା ଟଙ୍କା ମଧ୍ୟ ଦିଆଯାଇଥିବା ଦିଆମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି।
ସେହିପରି ସୋମବାର କୋମନା ବ୍ଲକର ତରବୋଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ସମାବେଶରେ ପ୍ରାୟ ୧୫ରୁ ୨୦ ହଜାର ଲୋକଙ୍କ ସମାଗମ ହୋଇଥିବା କୁହାଯାଇଥିଲା। ଏହି ସମାବେଶକୁ ଆସିଥିବା ଲୋକଙ୍କୁ ଜଣପିଛା ୨ଶହ ଟଙ୍କା ଦେଇ ଗାଡ଼ିରେ ଅଣାଯାଇଥିବା ଝଗ୍ରାହି ଗ୍ରାମର ଜଣେ ବ୍ୟକ୍ତି ଆମକୁ କହିଛନ୍ତି। ଅନୁରୂପ ଭାବେ ନବୀନଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ଭାଜପା ମଧ୍ୟ ସମାନ ଢଙ୍ଗରେ ଏହାର ନିକଟସ୍ଥ ଗାଁଗୁଡିକରେ ସଭା ସମିତି ଆୟୋଜନ କରି ଲୋକଙ୍କୁ ଖାଇବା ପିଇବା ଦେଇ ଜଣ ପିଛା ଟଙ୍କା ମଧ୍ୟ ଦେଇଥିବା ତରବୋଡ଼ ଗ୍ରାମର ଜଣେ ମହିଳା ପ୍ରକାଶ କରିଛନ୍ତି। ଭାଜପା ଲୋକଙ୍କୁ ବିଭିନ୍ନ ସଭା ଓ ରାଲିକୁ ଆଣିବାକୁ ଜଣ ପିଛା ୨ଶହରୁ ୫ଶହ ଟଙ୍କା ଦେଉଥିବା ଭାଲଟୁକୁରୀ ପଞ୍ଚାୟତ ସରାଇପାଲି ଗ୍ରାମର ଜଣେ ବ୍ୟକ୍ତି ଆମକୁ କହିଛନ୍ତି।
ନୂଆପଡ଼ା ଉପନିର୍ବାଚନକୁ ଆଉ ସପ୍ତାହେ ରହିଲା। ଆଗକୁ ପ୍ରଚାର ଆହୁରି ସରଗରମ ହେବ। ତିନି ଦଳର ହେବିୱେଟ ନେତା ନୂଆପଡ଼ା ଆସି ପ୍ରଚାର କରିବେ। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଆସି କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ଦଳ ସୂଚନା ଦେଇଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆଗାମୀ ଦିନରେ ଆସି ନିର୍ବାଚନ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ନବୀନ ପଟ୍ଟନାୟକ ଆଉ ଥରେ ଆସି ଖରିଆର ରୋଡ୍‌ରୁ ନୂଆପଡା ପର୍ଯ୍ୟନ୍ତ ରୋଡ୍‌ ଶୋ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ଏହି ସବୁ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼ ପାଇଁ ଗାଡ଼ିମୋଟରରେ ସେମାନଙ୍କୁ ସଭାକୁ ଆଣିବା ସହିତ ଖାଦ୍ୟ ଓ ଟଙ୍କା ଦିଆଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏପଟେ ଲୋକେ ସଭା ସମିତିକୁ ପ୍ରତ୍ୟହ ଆସୁଥିବାରୁ ଧାନ ଅମଳ ପ୍ରକ୍ରିୟା ମଧ୍ୟ ରହିଯାଉଛି ବୋଲି ପଞ୍ଚମପୁର ଗ୍ରାମର ଦେଓନାଥ ମହାନନ୍ଦ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri