ନୂଆପଡ଼ା ଉପନିର୍ବାଚନ: ପ୍ରଚାର ପାଇଁ ଲୋକ କିଣୁଛନ୍ତି ସବୁ ଦଳ

ନୂଆପଡ଼ା,୩ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ତାରିଖରେ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଛି। ଏଥିରେ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ସମୁଦାୟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଭାଜପାରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝୀ ଏବେ ଜୋରଦାର ପ୍ରଚାର କରୁଛନ୍ତି। ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜମିବାରେ ଲାଗିଛି। ଦଳୀୟ ପ୍ରାର୍ଥୀ ଓ କର୍ମୀ ଦିନରାତି ଏକ କରିଦେଇଛନ୍ତି। ପ୍ରତ୍ୟେକ ଦଳ ପକ୍ଷରୁ ସଭା ସମିତି ସହ ବାଇକ୍‌ ରାଲି କରାଯାଉଛି। ଲୋକଙ୍କୁ ସଭାକୁ ଆଣିବା ପାଇଁ ଦଳୀୟ କର୍ମୀମାନେ ବେଶ୍‌ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ଲୋକ କିପରି ସଭାକୁ ଆସିବେ ସେ ନେଇ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଉଛି। ଘରୁ ସଭା ସ୍ଥଳକୁ ଆସିବା ଓ ପୁନଶ୍ଚ ଫେରିବା ପାଇଁ ଗାଡ଼ି ମୋଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏପରି କି ବାଇକ୍‌ରେ ଆସିଲେ ତେଲ ଖର୍ଚ୍ଚ ମଧ୍ୟ ଦିଆଯାଉଛି। ଏହା ବାଦ୍‌ ସଭା କିମ୍ବା ରାଲିରେ ଯୋଗଦେଲେ ଖାଇବାପିଇବା ସହିତ ଜଣ ପିଛା ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଦିଆ ଯାଉଥିବା ଟାନୱାଟ ଗ୍ରାମର ଜଣେ ଯୁବକ ପ୍ରକାଶ କରିଛନ୍ତି।
ନୂଆପଡ଼ା ଏକ କୃଷିପ୍ରଧାନ ଅଞ୍ଚଳ। ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ ଧାନ, କପା ଓ ମକା ଆଦି ଚାଷ କରିଥାନ୍ତି। ଏବେ ଧାନ ଅମଳ ସମୟ। ଚାଷୀମାନେ ଧାନ ଅମଳ କରି ଘରକୁ ଆଣୁଛନ୍ତି। ଏପରି ସମୟରେ ଉପନିର୍ବାଚନ ହେଉଥିବାରୁ ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଦଳ ପକ୍ଷରୁ ସମାବେଶ ଓ ରାଲି ଆୟୋଜକ କରାଯାଉଛି। ଏଥିପାଇଁ ଲୋକଙ୍କ ଆବଶ୍ୟକ ହେଉଛି। ଯେହେତୁ ଚାଷ ଅମଳର ସମୟ ତେଣୁ ଲୋକେ ସଭାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଲୋକଙ୍କୁ ଆଣିବା ପାଇଁ ସେମାନଙ୍କ ପଛରେ ଖର୍ଚ୍ଚ କରିବାକୁ ପଡୁଛି। ଗତ ରବିବାର କଂଗ୍ରେସର ଏକ ବାଇକ୍‌ ରାଲି କରାଯାଇଥିଲା। ଏହା ଟାନୱାଟ ଛକରୁ ଆରମ୍ଭ ହୋଇ ଖରିଆର ରୋଡ୍‌ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପ୍ରାୟ ୫ ଶହରୁ ଅଧିକ ବାଇକ୍‌ ଆସିଥିଲା। ଏମାନଙ୍କୁ ଖାଇବା ପିଇବା ଦେଇ ଜଣ ପିଛା ଟଙ୍କା ମଧ୍ୟ ଦିଆଯାଇଥିବା ଦିଆମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି।
ସେହିପରି ସୋମବାର କୋମନା ବ୍ଲକର ତରବୋଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ସମାବେଶରେ ପ୍ରାୟ ୧୫ରୁ ୨୦ ହଜାର ଲୋକଙ୍କ ସମାଗମ ହୋଇଥିବା କୁହାଯାଇଥିଲା। ଏହି ସମାବେଶକୁ ଆସିଥିବା ଲୋକଙ୍କୁ ଜଣପିଛା ୨ଶହ ଟଙ୍କା ଦେଇ ଗାଡ଼ିରେ ଅଣାଯାଇଥିବା ଝଗ୍ରାହି ଗ୍ରାମର ଜଣେ ବ୍ୟକ୍ତି ଆମକୁ କହିଛନ୍ତି। ଅନୁରୂପ ଭାବେ ନବୀନଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ଭାଜପା ମଧ୍ୟ ସମାନ ଢଙ୍ଗରେ ଏହାର ନିକଟସ୍ଥ ଗାଁଗୁଡିକରେ ସଭା ସମିତି ଆୟୋଜନ କରି ଲୋକଙ୍କୁ ଖାଇବା ପିଇବା ଦେଇ ଜଣ ପିଛା ଟଙ୍କା ମଧ୍ୟ ଦେଇଥିବା ତରବୋଡ଼ ଗ୍ରାମର ଜଣେ ମହିଳା ପ୍ରକାଶ କରିଛନ୍ତି। ଭାଜପା ଲୋକଙ୍କୁ ବିଭିନ୍ନ ସଭା ଓ ରାଲିକୁ ଆଣିବାକୁ ଜଣ ପିଛା ୨ଶହରୁ ୫ଶହ ଟଙ୍କା ଦେଉଥିବା ଭାଲଟୁକୁରୀ ପଞ୍ଚାୟତ ସରାଇପାଲି ଗ୍ରାମର ଜଣେ ବ୍ୟକ୍ତି ଆମକୁ କହିଛନ୍ତି।
ନୂଆପଡ଼ା ଉପନିର୍ବାଚନକୁ ଆଉ ସପ୍ତାହେ ରହିଲା। ଆଗକୁ ପ୍ରଚାର ଆହୁରି ସରଗରମ ହେବ। ତିନି ଦଳର ହେବିୱେଟ ନେତା ନୂଆପଡ଼ା ଆସି ପ୍ରଚାର କରିବେ। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଆସି କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ଦଳ ସୂଚନା ଦେଇଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆଗାମୀ ଦିନରେ ଆସି ନିର୍ବାଚନ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ନବୀନ ପଟ୍ଟନାୟକ ଆଉ ଥରେ ଆସି ଖରିଆର ରୋଡ୍‌ରୁ ନୂଆପଡା ପର୍ଯ୍ୟନ୍ତ ରୋଡ୍‌ ଶୋ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ଏହି ସବୁ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼ ପାଇଁ ଗାଡ଼ିମୋଟରରେ ସେମାନଙ୍କୁ ସଭାକୁ ଆଣିବା ସହିତ ଖାଦ୍ୟ ଓ ଟଙ୍କା ଦିଆଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏପଟେ ଲୋକେ ସଭା ସମିତିକୁ ପ୍ରତ୍ୟହ ଆସୁଥିବାରୁ ଧାନ ଅମଳ ପ୍ରକ୍ରିୟା ମଧ୍ୟ ରହିଯାଉଛି ବୋଲି ପଞ୍ଚମପୁର ଗ୍ରାମର ଦେଓନାଥ ମହାନନ୍ଦ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?