ମୋ ବାପାଙ୍କୁ ଦେଖିବାକୁ ଆସିଲେନି…ନବୀନଙ୍କୁ କାଉଣ୍ଟର କଲେ ଜୟ

ନୂଆପଡ଼ା,୪ା୧୧ (ମକାରୁ ବେମାଲ):ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଆସି କୋମନା ବ୍ଲକର ତରବୋଡ଼ ପ୍ରୋଜେକ୍ଟ ସମ୍ଭବ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଥମେ ସେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲା ଗଠନରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ। ନବୀନ କହିଥିଲେ, ଭାଜପା ଭୋଟ ଚୋରି କରି ସରକାର ଗଢ଼ିଥିଲା। ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ନୂଆପଡାବାସୀ ଓ ବିଜୁ ଜନତା ଦଳ ସହ ବେଇମାନି ହୋଇଛି। ଏଥିପାଇଁ ଲୋକଙ୍କ ମନରେ କ୍ରୋଧ ରହିଛି। ଏ ବିଶ୍ୱାସଘାତକତାର ଜବାବ ନୂଆପଡାବାସୀ ଭୋଟରେ ଦେବେ ବୋଲି ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ।

ଏହାର କାଉଣ୍ଟର କରିଛନ୍ତି ଭାଜପା ପ୍ରର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି,ନବୀନ ମୋ ବାପା ଭଳି, ତାଙ୍କ ଟିପ୍ପଣୀରେ ବେଶୀ କିଛି କହିବାର ନାହିଁ । ହସ୍ପିଟାଲରେ ବାପା ମୃତ୍ୟୁ ସହ ସଂଗ୍ରାମ କଲାବେଳେ ଆସିଲେନି। ଫୋନ କରି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରିଲେନି। ନିର୍ବାଚନ ପ୍ରଚାରରେ ନବୀନଙ୍କ ଏପରି କଥା ମୋତେ ଖରାପ ଲାଗିଛି। ନୂଆପଡାବାସୀଙ୍କ ସହାନୁଭୂତି ସବୁବେଳେ ମୋ ସହିତ ରହିବ।

ନବୀପ ପଟ୍ଟନାୟକ କହିଥିଲେ, ବିଜେଡି ସରକାର ସମୟରେ ନୂଆପଡା ଜିଲାର ପ୍ରଭୂତ ଉନ୍ନତି ହୋଇଥିଲା। ବିଜୁ ଏକ୍ସପ୍ରେସ୍‌ ୱେଠାରୁ ଆରମ୍ଭ କରି ସୁନାବେଡା ଅଭୟାରଣ୍ୟ ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଭାଜପା ସରକାର ଆସିବା ପରେ ପରିସ୍ଥିତି ପୂରା ବଦଳିଯାଇଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ, ସାରା ରାଜ୍ୟରେ ଏବେ ବିକାଶ କାମ ପୂରା ବନ୍ଦ ହୋଇଯାଇଛି। ଆଇନଶୃଙ୍ଖଳା ଭୁଶୁଡିପଡିଛି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି। ମିଶନ ଶକ୍ତି ମା’ମାନେ ରାଜ୍ୟରେ ଏକ ନୀରବ ଆନ୍ଦୋଳନ ଆଣିଥିଲେ। କିନ୍ତୁ ଏ ସରକାରରେ ସେମାନେ ଆଜି ଲୋନ୍‌ ପାଉନାହାନ୍ତି। ୮ ମାସ ହେଲା ମିଶନ ଶକ୍ତି ମା’ମାନେ ଦରମା ପାଉ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏ ସରକାର କେବଳ ମିଛ ପ୍ରଚାରରେ ମାତିଛି। ମିଛ ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ। ଏ ସରକାର ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର। ରଙ୍ଗମରା ସରକାର। ଏହି ଅବସରରେ ସେ ବର୍ତ୍ତମାନର ସରକାରଙ୍କ ପ୍ରତିଶ୍ରୁତି ଯଥା ୩ ଶହ ୟୁନିଟ୍‌ ମାଗଣା ବିଜୁଳି, ବୃଦ୍ଧାବୃଦ୍ଧଙ୍କୁ ୩୫୦୦ ଟଙ୍କା ଭତ୍ତା, ସବୁ ପଞ୍ଚାୟତର ୧୦୦ ଯୁବକଙ୍କୁ ଚାକିରି, ଚାଷୀଙ୍କୁ ୟୁରିଆ ସାର, କଟ୍‌ନିଛଟ୍‌ନି ବନ୍ଦ ହେବା, ବିଏସ୍‌କେୱାଇ ଭଲ କି ଆୟୁଷ୍ମାନ କାର୍ଡ ଭଲ ଆଦି ବିଷୟରେ ପଚାରି ବୁଝିଥିଲେ।
ଏହି ସଭାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ଜିଲା ସଭାପତି ମନୋଜ ମିଶ୍ର, ସାଂସଦ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ଜିଲା ସଭାପତି ଅବନୀ ରଞ୍ଜନ ଜୋଷୀ, ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?