ଦେବୋତ୍ତର ବିଭାଗର ଅବହେଳା ଅଭିଯୋଗ: ବିଳମ୍ବରେ ହେଲା ପହଣ୍ଡି ବିଜେ, ରାତିରେ ଛେରାପହଁରା
ରଣପୁର,୧୩ା୭(ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ବାହୁଡାଯାତ୍ରା ଅବସରରେ ଶୁକ୍ରବାର ଜନ୍ମବେଦୀରୁ ଶ୍ରୀଜୀଉମାନେ ରତ୍ନବେଦୀ ଅଭିମୁଖେ ବିଜେ କରିବେ। ତେବେ ବର୍ଷା ବାଧକ ସାଜିବାରୁ ନିର୍ଦ୍ଧାରିତ ସମୟଠାରୁ ୫ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ପରେ ରାତି ହେବା…
ଭାରତୀୟ ନୌସେନା : ୨୯୮୨ ପ୍ରଶିକ୍ଷାର୍ଥୀ ନାବିକଙ୍କ ଦୀକ୍ଷାନ୍ତ ସମାରୋହ
ବାଲୁଗାଁ,୧୩।୭(ଡି.ଏନ.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ୍ କେନ୍ଦ୍ରରେ ଶୁକ୍ରବାର ୨୯୮୨ ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ଦୀକ୍ଷାନ୍ତ ସମାରୋହ (ପାସିଙ୍ଗ୍ ଆଉଟ୍ ପରେଡ୍) ଅନୁଷ୍ଠିତ ହେଇଯାଇଛି । ଦୀର୍ଘ ୨୧ ସପ୍ତାହ ଧରି ନାବିକଙ୍କ ପ୍ରଶିକ୍ଷଣ ପରେ ଅନୁଷ୍ଠିତ ଏହି…
ଇଂଲିଶରେ ନୟାଗର୍ ଲେଖାକୁ ବିରୋଧ: ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ନୟାଗଡ଼ ଅଫିସ,୧୩।୭: ଇଂଲିଶରେ ନୟାଗର୍ ନୁହେଁ ନୟାଗଡ଼ ଲେଖିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ରୋଟାରୀ କ୍ଲବ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରୋଟାରୀ କ୍ଲବର ରୋଟାରିଆନ୍ମାନେ ଜିଲାପାଳ ଡା. ଏନ୍ ତିରୁମାଲା ନାୟକଙ୍କୁ ଭେଟି ସେମାନଙ୍କ ଦାବିପତ୍ର ପ୍ରଦାନ…
ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ନିରାଶରେ ଫେରିଲେ ବହୁ ଅଭିଯୋଗକାରୀ
ବ୍ରହ୍ମପୁର ଅଫିସ୍,୧୩ା୭-ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ(କ୍ୟାମ୍ପ କୋର୍ଟ) ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୋଟ ୬୫ ମାମଲାର ଶୁଣାଣି ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୩୯ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନେ ପହଞ୍ଚିଥିଲେ। ମାତ୍ର ୭ମାମଲାର…
ଧାନତଳି ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ
ଭଞ୍ଜନଗର,୧୩।୭(ଡି.ଏନ.ଏ.) -ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ଗ୍ରାମ ମୁଣ୍ଡକୁ ଆସି ବିଭିନ୍ନ ଲୋକଙ୍କ ଧାନ ତଳି ନଷ୍ଟ କରିଛନ୍ତ, ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ। ବନ ବିଭାଗ…
ଗଞ୍ଜାମ ଜିଲା: ନର୍ସିଂହୋମ ଗୁଡ଼ିକରେ ଅଗ୍ନି ନିରାପତ୍ତା ଫେଲ: ନୋଟିସ ଦିଆଯାଉଛି, କାର୍ଯ୍ୟାନୁଷ୍ଠାନ ଶୂନ
ବ୍ରହ୍ମପୁର ଅଫିସ,୧୩ା୭-ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲାର ବିଭିନ୍ନ ସ୍ଥାନରେ ଏବେ ବହୁ ସଂଖ୍ୟାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଚାଲିଛି। ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଗୁଡ଼ିକରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶ ରହିଥିବା ସମସ୍ତ…
ମିଳୁନି ଧାନ ବିକ୍ରି ଟଙ୍କା:ବିଷ ବୋତଲ ଧରି ଧାରଣାରେ ଚାଷୀ
ପଦ୍ମପୁର, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ସେବା ସମବାୟ ସମିତିରେ ଧାନବିକ୍ରି କରି ୬ ମାସ ହେଲା ଟଙ୍କା ପାଇନାହାନ୍ତି ଚାଷୀ। ଏହାର ପ୍ରତିବାଦରେ ଚାଷୀମାନେ ବିଷ ବୋତଲ ଧରି ଗୁରୁବାରଠାରୁ ସେବା ସମବାୟ ସମିତି…
ଦରକାର ବେଳେ ଖୋଜା, ପରେ ଅଲୋଡ଼ା
ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ। ବୈତରଣୀ ଅବବାହିକାରେ ଥିବା ନଈନାଳ ଘେରା ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟା ବିପର୍ଯ୍ୟୟ…
କପାଷ୍ଟିକିରୀ ଗଁ।ରେ ହାତୀ ଆତଙ୍କ
ଛତିଆ,୧୨ା୭(ଡି.ଏନ.ଏ.): ବୈରୀ ଥାନା ଅନ୍ତଗର୍ର୍ତ ବନ୍ତଳା ପଞ୍ଚାୟତର କପାଷ୍ଟିକିରୀ ଗ୍ରାମ ମଧ୍ୟରେ ଗୁରୁବାର ରାତିରେ ଜଙ୍ଗଲୀ ଦନ୍ତା ହାତୀ ପଶି ଶତୃଘ୍ନ ମଲ୍ଲିକଙ୍କ ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଘରେ ଥିବା ୨ ବସ୍ତା ଧାନ ନଷ୍ଟ କରିଦେଇଛି। ଲୋକେ ପାଟି…
ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା: ୩ ମୁଖ୍ୟ ଅଭିଯୁକ୍ତ ଗିରଫ
ବରୀ/ରତ୍ନଗିରି,୧୨ା୭(ସ୍ବ.ପ୍ର./ଡି.ଏନ୍.ଏ.): ବରୀ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ୱାଇଁ ଶ୍ୱଶୁର ଘରକୁ ଆସିଥିବାବେଳେ କୌଣସି କାରଣରୁ ବଚସା ହେବାରୁ ପରିବାର ଲୋକେ ତାଙ୍କୁ ପିଟିପିଟି ମାରିଦେଇଛନ୍ତି। ମୃତକ ହେଲେ କେନ୍ଦ୍ରପଡ଼ା ଜିଲା ନିକିରେଇ…
ଜିଭା ଆୟୁର୍ବେଦା ପକ୍ଷରୁ ଦେୟମୁକ୍ତ ପରାମର୍ଶ ପ୍ରଦାନ
ଭୁବନେଶ୍ୱର,୧୨।୭(ବ୍ୟୁରୋ) : ଜିଭା ଆୟୁର୍ବେଦା ପକ୍ଷରୁ ଜିଭା ସ୍ବାସ୍ଥ୍ୟ ସପ୍ତାହର ସପ୍ତମ ସଂସ୍କରଣ ଅବସରରେ ସାରା ଦେଶରେ ଦେୟମୁକ୍ତ ପରାମର୍ଶ ପ୍ରଦାନ କରାଯାଉଛି। ସାରା ଦେଶରେ ଥିବା କମ୍ପାନୀର ୮୦ କ୍ଲିନିକରେଏହି ସ୍ବାସ୍ଥ୍ୟ ସପ୍ତାହ ପାଳନ କରାଯାଉଛି। ଏହା ଦ୍ୱାରା ୧୦…
ବାହୁଡାରେ ସୁନାବେଶ ଦର୍ଶନ କଲେ ଭକ୍ତ
ଢେଙ୍କାନାଳ ଅଫିସ,୧୨ା୭: ଢେଙ୍କାନାଳରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ ୫ଟା ୧୫ରେ ବଡରଥ ଓ ସାଢେ ୫ଟାରେ ମହିଳାମାନେ ଟାଣୁଥିବା ସାନରଥ ରଥଗଡାଠାରେ ଲାଗିଥିଲା। ସନ୍ଧ୍ୟାରେ ହରଶୟନ ଏକାଦଶୀ ଉପଲକ୍ଷେ ଶ୍ରୀଜୀଉ ଶ୍ରଦ୍ଧାଳୁମାନଙ୍କୁ ସୁନା…

