ଗଞ୍ଜାମ ଜିଲା: ନର୍ସିଂହୋମ ଗୁଡ଼ିକରେ ଅଗ୍ନି ନିରାପତ୍ତା ଫେଲ: ନୋଟିସ ଦିଆଯାଉଛି, କାର୍ଯ୍ୟାନୁଷ୍ଠାନ ଶୂନ

ବ୍ରହ୍ମପୁର ଅଫିସ,୧୩ା୭-ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲାର ବିଭିନ୍ନ ସ୍ଥାନରେ ଏବେ ବହୁ ସଂଖ୍ୟାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଚାଲିଛି। ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଗୁଡ଼ିକରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶ ରହିଥିବା ସମସ୍ତ ନିୟମ ମାନିବା କଥା। କିନ୍ତୁ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ନିୟମ ପାଳନ କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ଗତ କିଛିଦିନ ତଳେ ଅଗ୍ନିଶମ ବିଭାଗ ପକ୍ଷରୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପରିସର, ୱାର୍ଡ, କ୍ୟାବିନ ଏବଂ ଓଟି ଆଦି ଯାଞ୍ଚ କରାଯାଇଥିଲା। ତେବେ ସବୁଠି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏପରିକି ଅଗ୍ନି ନିରାପତ୍ତା ନିୟମକୁ ଉଲ୍ଲଂଘନ କରାଯାଇଥିବା ବେଳେ ବ୍ୟାପକ ଅବ୍ୟବସ୍ଥା ଦୃଷ୍ଟିକୁ ଆସିଥିଲା।
ବିଶେଷକରି ହସ୍ପିଟାଲ ଚାରିପଟେ ଫାୟାର ଗାଡ଼ି ବୁଲି ପାରିବା ଭଳି ରାସ୍ତା ରଖିବାକୁ ନିୟମ ଥିବା ବେଳେ କୌଣସି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଏହି ସୁବିଧା ନ ଥିବା ଦୃଷ୍ଟିକୁ ଆସିଥିଲା। ଏକାଧିକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଅଦରକାରୀ କାଠ, ପ୍ଲାଷ୍ଟିକ ଓ କାଗଜ ଆଦି ଦହନଶୀଳ ସାମଗ୍ରୀ ଜମା ହୋଇ ରହୁଥିବା ଦେଖିବାକୁ ମିଳିଥିଲା। ନିଅଁା ଲିଭାଇବା ପାଇଁ ହାତଗଣତି ଯନ୍ତ୍ରପାତି ଥିଲେ ମଧ୍ୟ ତାହା ଠିକ୍‌ ଭାବେ କାମ କରୁନାହିଁ । ଏପରିକି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଲେ ଫାୟାର ଏଷ୍ଟିଂଗୁଇସର ବ୍ୟବହାର ମଧ୍ୟ କର୍ମଚାରୀମାନଙ୍କୁ ଜଣାନାହିଁ। ଅନେକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ବ୍ୟାଟେରି ରୁମର ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ରହିଥିବା ବେଳେ ନିଅଁା ଲାଗିଲେ ବାହାରକୁ ତୁରନ୍ତ ଯିବା ପାଇଁ ଜରୁରୀ ଦ୍ୱାର ରଖାଯାଇନାହିଁ। ଅଧିକାଂଶ ନର୍ସିଂହୋମ ଓ ଘରୋଇ ହସ୍ପିଟାଲରେ ସ୍ପ୍ରିଙ୍କଲର ଏବଂ ଆଲାର୍ମ ବ୍ୟବସ୍ଥା ପୁରା ଖରାପ। ଏଭଳି ସ୍ଥିତିକୁ ନେଇ ଅଗ୍ନିଶମ ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ ମଧ୍ୟ କରିଛନ୍ତି। ବିଗତ ଦିନରେ ଅଗ୍ନିଶମ ଅଧିକାରୀ ସଞ୍ଜୀବ ପ୍ରଧାନ ନିରାପତ୍ତା ବ୍ୟବସ୍ଥା ନ ଥିବା ନର୍ସିଂହୋମ ଓ ଘରୋଇ ହସ୍ପିଟାଲଗୁଡ଼ିକୁ ନୋଟିସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ଏହାକୁ ଆଧାର କରି ଅନେକ ନର୍ସିଂହୋମ ଓ ଘରୋଇ ହସ୍ପିଟାଲ ଯାହାର କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ଭାବେ କାମ କରୁନାହିଁ ସେମାନଙ୍କୁ ନୋଟିସ ଦିଆଯାଇଥିଲା । ହେଲେ ତାହା ଏବେ ସୁଦ୍ଧା ନୋଟିସରେ ହିଁ ଅଟକି ଯାଇଛି । ଅଗ୍ନିଶମ ବିଭାଗର ଏଭଳି କାର୍ଯ୍ୟକୁ ବରିଷ୍ଠ ଆଇନଜୀବୀ ନାରାୟଣ ପଣ୍ଡା ପ୍ରହସନ ବୋଲି କହିଛନ୍ତି । ନିକଟରେ ଗୁଜରାଟର ସୁରଟରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ପରଠାରୁ ବିଭାଗ ତରଫରୁ ଏଭଳି ଚଡ଼ାଉ ଓ ନୋଟିସ ଦିଆ ଚାଲିଛି ।
ହେଲେ କୌଣସି ସ୍ଥାନରେ ପଦକ୍ଷେପ ନିଆଯାଉ ନ ଥିବାରୁ ପରବର୍ତ୍ତୀ ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟୁଛି । ତେଣୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଚଢ଼ାଉ ଓ ପଦକ୍ଷେପକୁ ନିୟମିତ କରିବା ଜରୁରୀ ହୋଇପଡ଼ିଛି ବୋଲି ଆଇନଜୀବୀ ପଣ୍ଡା କହିଛନ୍ତି । ଦକ୍ଷିଣାଞ୍ଚଳ ରେଞ୍ଜ ଅଗ୍ନିଶମ ଅଧିକାରୀ ସଞ୍ଜୀବ ପ୍ରଧାନ କହିଛନ୍ତି, ଯାଞ୍ଚ ବେଳେ ଯେଉଁସବୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ରହିଛି ସେହିସବୁ ସଂସ୍ଥାର ମାଲିକମାନଙ୍କୁ ୩ ମାସିଆ ନୋଟିସ ଦିଆଯାଇଛି। ଏନେଇ ଗଞ୍ଜାମ ଜିଲାପାଳଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ସମୟସୀମା ପରେ ପୁଣି ଥରେ ସେହିସବୁ ହସ୍ପିଟାଲ ଓ ନର୍ସିଂହୋମରେ ଅଗ୍ନି ନିରାପତ୍ତା ଯାଞ୍ଚ ହେବ। ଯଦି ସେଥିରେ ତ୍ରୁଟି ପରିଲକ୍ଷିତ ହେବ ତେବେ ସମ୍ପୃକ୍ତ ଅନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri