ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ନିରାଶରେ ଫେରିଲେ ବହୁ ଅଭିଯୋଗକାରୀ

ବ୍ରହ୍ମପୁର ଅଫିସ୍‌,୧୩ା୭-ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ(କ୍ୟାମ୍ପ କୋର୍ଟ) ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୋଟ ୬୫ ମାମଲାର ଶୁଣାଣି ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୩୯ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନେ ପହଞ୍ଚିଥିଲେ। ମାତ୍ର ୭ମାମଲାର ଉଭୟ ପକ୍ଷ ଉପସ୍ଥିତ ଥିଲେ। ବଳକା ମାମଲାରେ ଅପରପକ୍ଷ ଅନୁପସ୍ଥିତ ଥିବା ଯୋଗୁ କୌଣସିଟିି ଫଇସଲା ହୋଇପାରି ନ ଥିଲା। ୬ ମାମଲାର କେବଳ ଅପର ପକ୍ଷ ହିଁ ଉପସ୍ଥିତ ଥିଲେ, କିନ୍ତୁ ଏତଲାକାରୀଙ୍କ ପକ୍ଷରୁ କେହି ନ ଥିଲେ। ତେବେ ବହୁ ସଂଖ୍ୟକ ମାମଲାର ଅପରପକ୍ଷ ଅନୁପସ୍ଥିତି ଥିବା ନେଇ ମହିଳା ଆୟୋଗ ସଦସ୍ୟାମାନେ ଉଦ୍‌ବେଗ ଏବଂ ଅସନ୍ତୋଷ ପ୍ରକାଶ କରିଥିଲେ। ୪ ମାମଲାର ଆପୋସ ସମାଧାନ ହୋଇଥିବା ବେଳେ ଗୋଟିଏ ମାମଲାର ତଦନ୍ତ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ୨ଟି ମାମଲା ସୁରକ୍ଷା ଅଧିକାରୀଙ୍କ ପାଖକୁ ତଦନ୍ତ ପାଇଁ ପଠାଇ ଦିଆଯାଇଥିବା ବେଳେ ୩ ମାମଲାକୁ ଜିଲା ଆଇନ୍‌ ସେବା ପ୍ରାଧିକରଣଙ୍କ ପାଖକୁ ପଠାଇ ଦିଆଯାଇଛି। ୨୮ ମାମଲାର ଶୁଣାଣି ପୁଣି ଥରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉଭୟ ପକ୍ଷର ଅସହଯୋଗ ଯୋଗୁ ଗୋଟିଏ ମାମଲାର ଫଇସଲା ହୋଇପାରି ନ ଥିଲା।
ମହିଳା ଆୟୋଗର ସଦସ୍ୟା କୁସୁମ ରଥ ଏବଂ ସ୍ନେହାଞ୍ଜଳି ମହାନ୍ତି, ଡିଏସ୍‌ପି ବିଜୟା ବରୁଆ, ଆଇନ୍‌ ସହାୟତକାରୀ ଅରବିନ୍ଦ ପଟ୍ଟନାୟକ, ଉମାକାନ୍ତ ସାହୁ ଏବଂ ତ୍ରିଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ କୁମାର ରାଉତରାୟ, ଅତିରିକ୍ତ ଏସ୍‌ପି ମୟାଧର ସେଠୀ, ଡିଏସ୍‌ପି ଜେ.କେ. ପଟ୍ଟନାୟକ, ମହିଳା ସୁରକ୍ଷା ଅଧିକାରୀ ଆର୍‌.ଜ୍ଞାନେଶ୍ୱରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ମାମଲାଗୁଡ଼ିକ ମଧ୍ୟରେ ସର୍ବାଧିକ ମାମଲା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଜନିତ ଥିଲା। ଯେଉଁ ମାମଲାରେ ଉଭୟ ପକ୍ଷ ଉପସ୍ଥିତ ଥିଲେ, ସେହି ମାମଲାଗୁଡ଼ିକୁ ଯଥା ସମ୍ଭବ ଆପୋସ ସମାଧାନ ପାଇଁ ସଦସ୍ୟାମାନେ ଗୁରୁତ୍ୱ ଦେଇଥିଲେ। ହେଲେ ମହିଳାଙ୍କ ପରିବାର ବର୍ଗମାନେ ସେଥିରେ ରାଜି ହୋଇ ନ ଥିବା ଦେଖିବାକୁ ମିଳିଥିଲା।
ଫଳରେ ମାମଲାଗୁଡ଼ିକର କୌଣସି ନିଷ୍କର୍ଷ ବାହାରି ପାରି ନଥିଲା।
ଶିବିର ଅଦାଲତ ଆୟୋଜନକୁ ନେଇ ମଧ୍ୟ ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ୬ବର୍ଷ ଭିତରେ ଏମିତି ଅବ୍ୟବସ୍ଥା କେବେ ହୋଇନାହିଁ ବୋଲି ସଦସ୍ୟାମାନେ ଗଣମାଧ୍ୟମକୁ କହିଥିଲେ। ଶିବିର ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା।
ହେଲେ ସ୍ଥାନୀୟ ପ୍ରଶାସନର ଅଧିକାରୀଙ୍କ ଦେଖା ନ ଥିଲା। ଏପରିକି ପୋଲିସ ଅଧିକାରୀମାନେ ପ୍ରାୟ ସାଢ଼େ ୧୨ଟା ପରେ ଶିବିରରେ ପହଞ୍ଚିଥିଲେ। ଫଳରେ ମାମଲାଗୁଡ଼ିକର ଶୁଣାଣି ବାଧାପ୍ରାପ୍ତ ହୋଇଥିଲା। କୌଣସି ଏକ ମାମଲାର ତଦନ୍ତ ଦାୟିତ୍ୱ ପୋଲିସକୁ ପ୍ରଦାନ କରିବା ପାଇଁ ସଦସ୍ୟମାନେ ନିଷ୍ପତ୍ତି ନେଉଥିବା ବେଳକୁ ପୋଲିସ ଅଧିକାରୀ ଅନୁପସ୍ଥିତ ଥିଲେ। ଅପର ପକ୍ଷକୁ ନୋଟିସ୍‌ ପଠାଇବା ପାଇଁ ମଧ୍ୟ ପୋଲିସ ବିଭାଗର କେହି ନ ଥିଲେ।
ସେହିଭଳି ବିପକ୍ଷ ପକ୍ଷଗୁଡ଼ିକୁ ବହୁ ପୂର୍ବରୁ ଏହି ଶିବିରରେ ଉପସ୍ଥିତ ରହିବାକୁ ଅବଗତ କରାଯାଇଥିଲା। ସେମାନେ ଅନୁପସ୍ଥିତ ଥିବା ଯୋଗୁ ମାମଲାଗୁଡ଼ିକର କୌଣସି ଫଇସଲା ହୋଇପାରି ନ ଥିଲା। ମହିଳାଙ୍କ ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ବେଳେ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବା କଥା। ହେଲେ କେହି ଜଣେ ମଧ୍ୟ ଉପସ୍ଥିତ ନ ଥିଲେ। ଏସବୁକୁ ନେଇ ସଦସ୍ୟମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?