ଆଇଏମ୍ପିଏସ୍କୁ ଶୁଳ୍କମୁକ୍ତ କଲା ଏସ୍ବିଆଇ
ନୂଆଦିଲ୍ଲୀ,୧୩।୭: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍ବିଆଇ ଇମିଡିଏଟ୍ ପେମେଣ୍ଟ ସର୍ଭିସ୍(ଆଇଏମ୍ପିଏସ୍) ଉପରେ ଲାଗୁ ଥିବା ଚାର୍ଜ ଅଥବା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କରିଦେଇଛି। ଏବେ ଗ୍ରାହକ ଅନ୍ଲାଇନରେ ଆଇଏମ୍ପିଏସ୍ ମାଧ୍ୟମରେ ଟଙ୍କା ପଠାଇବା ଉପରେ କୌଣସି ଶୁଳ୍କ ଦେବେ ନାହିଁ।…
ବିଶ୍ୱକପ୍ ଫାଇନାଲ: ଟିକେଟ କ୍ରୟ ନେଇ ପ୍ରଶଂସକଙ୍କୁ ସତର୍କବାଣୀ
ଲଣ୍ଡନ,୧୩।୭(ପି.ଟି.)- ରବିବାର ଖେଳାଯିବାକୁ ଥିବା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଆୟୋଜକ ଇଂଲଣ୍ଡ ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରି ପ୍ରଥମଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିବାର…
ପାକିସ୍ତାନ କୋର୍ଟକୁ ଜଣାଇଲେ ହଫିଜ୍: ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ନୁହେଁ
ଇସଲାମାବାଦ,୧୩ା୭: ଜମାତ୍-ଉଦ୍-ଦାଓ୍ବା (ଜେୟୁଡି)ର ମୁଖ୍ୟ ହଫିଜ୍ ସୟିଦ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ନୁହଁନ୍ତି ବୋଲି ଶୁକ୍ରବାର ଲାହୋର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ନେଇ ଦାଏର ମାମଲାକୁ ହଫିଜ୍ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ହଫିଜ୍ ସମେତ…
କୋହଲି, ଶାସ୍ତ୍ରୀ ଫେରିବା ପରେ ପ୍ରଦର୍ଶନ ନେଇ ସମୀକ୍ଷା ହେବ
ଲଣ୍ଡନ,୧୩।୭(ପି.ଟି.)- ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ) ବିଶ୍ୱକପ୍ରେ ଭାରତର ପ୍ରଦର୍ଶନ ନେଇ ତର୍ଜମା କରିବ। ଅଧିନାୟକ କୋହଲି ଓ ହେଡ୍ କୋଚ୍ ରବି ଶାସ୍ତ୍ରୀ ସ୍ବଦେଶ ଫେରିବା ପରେ ସିଓଏ ଭାରତର ଖେଳାଳିମାନଙ୍କ ପ୍ରଦର୍ଶନ ନେଇ…
ମହାରାଷ୍ଟ୍ର ସରକାରଙ୍କୁ ନୋଟିସ
ନୂଆଦିଲ୍ଲୀ,୧୩ା୭(ଆଇଏଏନ୍ଏସ୍): ମରାଠାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଦିଆଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଖଣ୍ଡପୀଠ ଏହା ଉପରେ ମହାରାଷ୍ଟ୍ର…
‘ଅର୍ଥବଳ ପ୍ରୟୋଗ କରୁଛି ଭାଜପା’
ଅହମଦାବାଦ,୧୩ା୭: କର୍ନାଟକରେ ସରକାର ଭାଙ୍ଗିବାକୁ ଭାଜପା ଅର୍ଥବଳ ପ୍ରୟୋଗ କରିବା ସହ ଭୟଭୀତ କରାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଶାସକ ମେଣ୍ଟର ୧୬ ବିଧାୟକ ଇସ୍ତଫା ଦେବା ଫଳରେ ସରକାର ଭାଙ୍ଗିବା ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ…
ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ
ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ ଆସ୍ଥାଭୋଟ…
କର୍ନାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୬ ଯାଏ କାର୍ଯ୍ୟାନୁଷ୍ଠାନ ନେଇପାରିବେନି ବାଚସ୍ପତି
ନୂଆଦିଲ୍ଲୀ,୧୩ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ମାମଲାର ଶୁଣାଣି ୧୬ ତାରିଖରେ ସୁପ୍ରିମକୋର୍ଟରେ ହେବ। ସେ ପର୍ଯ୍ୟନ୍ତ ୧୦ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ବାଚସ୍ପତି କେ.ଆର୍. ରମେଶ କୁମାର କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ…
ବୋଲଗଡ଼ ଓ କୃଷ୍ଣପ୍ରସାଦରେ ବାହୁଡ଼ା ଯାତ୍ରା
ବୋଲଗଡ଼,୧୩ା୭(ଡି.ଏନ୍.ଏ.): ବୋଲଗଡ଼ ବ୍ଲକରେ ଶୁକ୍ରବାର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ନନ୍ଦିଘୋଷ ଭବନସ୍ଥିତ ମାଉସୀ ମା’ ମନ୍ଦିରରୁ ଶ୍ରୀଜୀଉଙ୍କ ବିଗ୍ରହଙ୍କୁ ରଥକୁ ପହଣ୍ଡି ବିଜେ କରାଯାଇଥିଲା। ଅପରାହ୍ନ ୨ଟାରେ ଛେରାପହଁରା କରାଯାଇଥିଲା। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ…
ଖଣ୍ଡପଡ଼ାରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା
ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀ ଜୀଉମାନେ ରତ୍ନବେଦୀକୁ ବିଜେ କରିବା ନିମନ୍ତେ ବାହୁଡ଼ିଛନ୍ତି। ଏହି ଅବସରରେ ଖଣ୍ଡପଡ଼ା, ଭାପୁର, ଖଳିସାହି ଓ ମର୍ଦ୍ଦରାଜପୁରରେ ଅନୁଷ୍ଠିତ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମେଘୁଆ ପାଗ…
ପରିବେଶ ସଚେତନତା ପାଇଁ ଅଭିନବ ପ୍ରୟାସ: ମହାପ୍ରସାଦ ବାଣ୍ଟି ଚାରା ଲଗାଇବାକୁ ପରାମର୍ଶ
ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ସେ ଏମିତି ଜଣେ ବ୍ୟକ୍ତି, ଯାହାର ରାତି ପାହିଲେ ପରିବେଶ ଚିନ୍ତା । ସକାଳୁ ଚାରା, କୋଡ଼ି, ଶାବଳ ଓ ଗାଣ୍ଡୁଆ ଧରି ସେ ଚାରାରୋପଣ କରିବାରେ ବ୍ୟସ୍ତ ରହିଥାନ୍ତି । ଶୁକ୍ରବାର ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼…
ବନ ବିଭାଗ ପକ୍ଷରୁ ଚଢ଼ାଉ: ସାଇଜ୍ ଶାଳ, ଶାଗୁଆନ ପଟା ଜବତ
ଓଡ଼ଗାଁ,୧୩ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ାଝୋଲା ସେକ୍ସନ ଅଧୀନ ବିଭିନ୍ନ ଗ୍ରାମରେ ବିଭାଗ ତରଫରୁ କ୍ରମାଗତ ଚଢ଼ାଉ ଜାରି ରହିଛି । ଶୁକ୍ରବାର ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା, ବାହାଡ଼ାଝୋଲା ସେକ୍ସନ ବନପାଳ…

