ଦରକାର ବେଳେ ଖୋଜା, ପରେ ଅଲୋଡ଼ା

ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ। ବୈତରଣୀ ଅବବାହିକାରେ ଥିବା ନଈନାଳ ଘେରା ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟା ବିପର୍ଯ୍ୟୟ ଦାଉ ସାଧୁଛି। ଅନେକ ଗଁାଗଣ୍ଡା ବନ୍ୟା ପାଣିଘେରରେ ରହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଏହି ସମୟରେ ବିପନ୍ନମାନଙ୍କ ନିକଟରେ ରିଲିଫ୍‌ ପହଞ୍ଚାଇବା ଏବଂ ସେମାନଙ୍କୁ ଉଦ୍ଧାର କରିବା ପ୍ରଶାସନ ଲାଗି ଚ୍ୟାଲେଞ୍ଜ ହୋଇଯାଏ। ନଦୀ ଅବବାହିକା ଅଞ୍ଚଳରେ ବନ୍ୟାପାଣି ଘେରି ରହିଥିବାରୁ ଅନେକ ଜାଗାରେ ପହଞ୍ଚିବା ସମ୍ଭବ ହୁଏ ନାହିଁ। ଏପରିସ୍ଥଳେ ବୋଟ୍‌ ଏକମାତ୍ର ମାଧ୍ୟମ। ବର୍ଷାଦିନ ଓ ବନ୍ୟା ସମୟ ଆସିଲେ ଖୋଜାପଡ଼େ ବୋଟ୍‌। ହେଲେ ପରେ ଏହା ଅଲୋଡ଼ା। ଯାହାର ବାସ୍ତବ ଚିତ୍ର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି।
ବ୍ଲକ କାର୍ଯ୍ୟାଳୟ ପରିସରର ପଛପଟେ ଦୁଇଟି ଯନ୍ତ୍ରଚାଳିତ ବୋଟ୍‌ ଖରା, ବର୍ଷା, କାକର ଖାଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ଓ ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ୍‌ ପହଞ୍ଚାଇବା ଭଳି କାର୍ଯ୍ୟରେ ସହାୟକ ହେଉଥିବା ବୋଟ୍‌ ଦ୍ୱୟ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ଏଥିପ୍ରତି କାହାରି ନିଘା ନାହିଁ। ବନ୍ୟା ବେଳେ ଖୋଜା ପଡୁଥିବା ବୋଟ୍‌ ଦ୍ୱୟ ପରେ ଅଦରକାରୀ ହୋଇ ପଡ଼ିଛି। ଉଲ୍ଲେଖନୀୟ ଯେ, ଏହି ଦୁଇଟି ବୋଟ୍‌ ସ୍ପେଶାଲ ରିଲିଫ୍‌ କମିଶନଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ଅଞ୍ଚଳ ଲାଗି ଯୋଗାଇ ଦିଆଯାଇଥିଲା। ବୈତରଣୀ ଓ ଗେଙ୍ଗୁଟି ନଦୀରେ ବନ୍ୟା ସମୟରେ ଏହାକୁ ବ୍ୟବହାର କରାଯାଉଥିଲା। ଦୁଇଟି ବୋଟ୍‌ ଚଳାଇବା ପାଇଁ ଦୁଇଜଣ ଖଲାସି ରହିଛନ୍ତି। ନଦୀରେ ବନ୍ୟା କମିଯିବା ପରେ ଏହାକୁ ଅଣାଯାଇ ବ୍ଲକ ପରିସର ପଛପଟେ ପକାଯାଇ ରଖାଯାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଯନ୍ତ୍ରଚାଳିତ ଦୁଇ ବୋଟ୍‌ର ମଟର କଢ଼ାଯାଇ ରଖାଯାଇଥିବା ବେଳେ ବୋଟ୍‌ଗୁଡ଼ିକ ପଡ଼ିରହିଛି। ଏପରି କି ପ୍ରତ୍ୟେକ ବର୍ଷ ରଙ୍ଗ ଟିକେ ମଧ୍ୟ ଦିଆଯାଉନାହିଁ। ବୋଟ୍‌ଗୁଡ଼ିକର ରକ୍ଷଣାବେକ୍ଷଣ କରା ନ ଗଲେ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ବିଡିଓ ବନମାଳୀ ତରାଇଙ୍କୁ ପଚାରିବାରୁ କହିଛନ୍ତି, ପଦାରେ ପଡ଼ିଥିବା ବୋଟ୍‌କୁ ରଖିବା ଲାଗି ସେଭଳି ଘର କି ଜାଗା ନାହିଁ। ବୋଟ୍‌ର ମଟର ଦୁଇଟି ସୁରକ୍ଷିତ ଅବସ୍ଥାରେ ଅଫିସରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?