ଆସାମ ଏନ୍ଆର୍ସି ତାଲିକା: ବିଏସ୍ଏଫ୍ ଅଫିସର ଏବଂ ତାଙ୍କ ସ୍ତ୍ରୀ ବିଦେଶୀ ଘୋଷିତ
ଗୁଆହାଟୀ,୨୪।୮: ଆସାମ ଏନ୍ଆର୍ସି ତାଲିକାରେ ଜଣେ ବିଏସ୍ଏଫ୍ ଅଫିସର ଏବଂ ତାଙ୍କ ସ୍ତ୍ରୀଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏନେଇ ଜୋର୍ହାଟ ଟ୍ରିବ୍ୟୁନାଲ୍ ପକ୍ଷରୁ ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୧୪୪ ବାଟାଲିୟନ୍ ବିଏସ୍ଏଫ୍ ସହାକାରୀ ସବ୍ ଇନସ୍ପେକ୍ଟର…
ଫେଲ୍ ମାରିଲା ‘ଜନନୀ ଏକ୍ସପ୍ରେସ୍’: ରାଜ୍ୟ ରାଜପଥ କଡ଼ରେ ପ୍ରସବ କଲେ ମହିଳା
ବୁରହାନପୁର,୨୪।୮: ମଧ୍ୟପ୍ରଦେଶ ବୁରହାନପୁରରେ ଜଣେ ମହିଳା ରାଜ୍ୟ ରାଜପଥ କଡ଼ରେ ପ୍ରସବ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରସବ ଯନ୍ତ୍ରଣା ପରେ ‘ଜନନୀ ଏକ୍ସପ୍ରେସ୍’ ସହ ଯୋଗାଯୋଗ କରାଯାଇଥିଲେ ବି ଏହା ନ ପହଞ୍ଚିବାରୁ ମହିଳା ଜଣଙ୍କ ତାଙ୍କ…
ମହାରାଷ୍ଟ୍ରରେ ଆଦିବାସୀ ମହିଳା ଚଲାଇବେ ସରକାରୀ ବସ୍
ପୁଣେ,୨୪।୮: ମହାରାଷ୍ଟ୍ର ସରକାର ଏବେ ଆଦିବାସୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଛନ୍ତି। ଆଦିବାସୀ ମହିଳାଙ୍କୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏମ୍ଏସ୍ଟିଆର୍ସି) ବସ୍ ଚଳାଇବାକୁ ଏଣିକି ପ୍ରଶିକ୍ଷଣ ଦିଆଯିବ। ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଏହି ପ୍ରଶିକ୍ଷଣ…
କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ: ଝାଡ଼ଖଣ୍ଡବାସୀଙ୍କ ଗ୍ୟାସ୍ ପାଇବା ସ୍ବପ୍ନ ପୂରଣ: ଧର୍ମେନ୍ଦ୍ର
ଭୁବନେଶ୍ୱର,୨୪।୮(ବ୍ୟୁରୋ): ଝାଡଖଣ୍ଡରେ ପିଏନ୍ଜି ଏବଂ ସିଏନ୍ଜି ଗ୍ୟାସ ପାଇବାକୁ ଥିବା ଲୋକଙ୍କ ସ୍ବପ୍ନ ପୂରଣ ହୋଇଛି। ଝାଡଖଣ୍ଡର ରାଞ୍ଚିଠାରେ ଶୁକ୍ରବାର ଅନୁଷ୍ଠିତ ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ…
ଯୋଡ଼ାରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ଜିଲାପାଳ, ଏସ୍ପିଙ୍କୁ ରିପୋର୍ଟ ମାଗିଲେ ଏନ୍ଏଚ୍ଆରସି
ଭୁବନେଶ୍ୱର,୨୪।୮(ବ୍ୟୁରୋ): କେନ୍ଦୁଝର ଜିଲା ଯୋଡ଼ା ସହରରେ ଜୁନ୍ ୨୪ ରାତିରେ ଜଣେ ନାବାଳିକାଙ୍କୁ ଗଣବଳତ୍କାର କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା। ଏହା ସହ…
ଭାଙ୍ଗିଲା ସ୍କୁଲର ଛାତ: ବର୍ତ୍ତିଲେ ଛାତ୍ରୀଛାତ୍ର
ଦେବଗଡ଼,୨୪।୮(ଡି.ଏନ.ଏ): ତିଲେଇବଣି ବ୍ଲକ ଅଧିନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଏକ ଅଘଟଣ ଘଟିଛି। ଶନିବାର ସକାଳୁଆ ସ୍କୁଲ ଥିବାରୁ ଶ୍ରେଣୀ ଗୃହରେ ପାଠପଢ଼ା ଚାଲିଥିଲା। ସେହି ସମୟରେ ହଠାତ୍ ସ୍କୁଲର ଛାତ ଭାଙ୍ଗିଯାଇଥିଲା। ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଭୟଭୀତ…
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା: ମାମଲା ଚାପି ଦେବାକୁ ପୋଲିସର ଉଦ୍ୟମ
ଭୁବନେଶ୍ୱର,୨୪।୮(ବ୍ୟୁରୋ): ତମାଣ୍ଡୋ ଥାନା କଳିଙ୍ଗବିହାରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ନୟାପଲ୍ଲୀ ଗଡସାହିର ଅକ୍ଷୟ ମାଝି(୪୫)। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଚୁପ…
ଦଶହରା ପାଇଁ ବିଭିନ୍ନ ପୂଜା କମିଟିର ମାଟି ଅନୁକୂଳ
ଭୁବନେଶ୍ୱର, ୨୪।୮(ବ୍ୟୁରୋ)/କଟକ ରୋଡ,(ଡି.ଏନ୍.ଏ.): ଆଗକୁ ମା’ଙ୍କ ପୂଜା। ବିରାଜିବେ ଜଗତଜନନୀ ମା’ ଦୁର୍ଗା। ଯେଉଁଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପ। ତେଣୁ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ଆରମ୍ଭ ହୋଇଛି।…
ଜନ୍ମାଷ୍ଟମୀକୁ ଧୋଇଦେଲା ବର୍ଷା: ରାମମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼
ଭୁବନେଶ୍ୱର,୨୪।୮(ବ୍ୟୁରୋ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁକ୍ରବାର ଉତ୍ସବ ମୁଖର ହୋଇଉଠିଥିଲା ସମଗ୍ର ସହର। ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବାକୁ ପ୍ରାତଃରୁ ରାଜଧାନୀର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା। ହେଲେ ପୂର୍ବାହ୍ନରେ ବର୍ଷା ଜନ୍ମାଷ୍ଟମୀର ଉତ୍ସବକୁ ଫିକା କରି ଦେଇଥିଲା।…
ଉଜୁଡ଼ା ପୁରୀକୁ ସଜାଡ଼ିବାକୁ ଉଦ୍ୟମ
ପୁରୀ ଅଫିସ, ୨୪।୮: ମେ ୩ ତାରିଖ। ବାତ୍ୟା ଫନୀରେ ଉଜୁଡ଼ି ଯାଇଥିଲା ପର୍ଯ୍ୟଟନ ସହର ପୁରୀ। ସବୁଠି ଥିଲା ହା ହତାଶର ଚିତ୍ର। ହେଲେ ଉଜୁଡ଼ା ପୁରୀକୁ ସଜାଡ଼ିବା ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ବାସ୍ତବ…
ପଦାରେ ପଡ଼ିଲା ବିଫଳତା
ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୬୭ ଓ୍ବାର୍ଡରେ ମୋଟ ୬୫୦ କି.ମି. ଆଭ୍ୟନ୍ତରୀଣ ଡ୍ରେନ୍ ଓ ୬୦ କି.ମି. ମୁଖ୍ୟ ଡ୍ରେନ୍ ରହିଛି। ପ୍ରତିବର୍ଷ ବର୍ଷା ହେଲେ ଜଳବନ୍ଦୀ ସମସ୍ୟାରେ ସ୍ମାର୍ଟସିଟିବାସୀ ଘାଣ୍ଟି ହେଉଛନ୍ତି। ଯୋଜନା ପରେ ଯୋଜନା…
ଇସ୍କନ ମନ୍ଦିର ନିକଟରେ ବିକଳ ଚିତ୍ର
ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଇସ୍କନ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜଳବନ୍ଦୀ ପାଇଁ ସବୁଠୁ ବିକଳ ପରିସ୍ଥିତି ସୃଷ୍ଟି କରିଥିଲା। ମନ୍ଦିର ପରିସର, ଜାତୀୟ ରାଜପଥ ଓ ଓଭରବ୍ରିଜ୍ରେ ବହୁ ସମୟ ଧରି ପାଣି ଜମି ରହିଥିଲା। ମନ୍ଦିରକୁ ଆସିଥିବା ହଜାର ହଜାର ଭକ୍ତ…

