ସବୁଠୁ ବଳିଗଲା ସ୍ମାର୍ଟ ଜନପଥର ଦୃଶ୍ୟ
ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍ସିଏଲ) ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ପ୍ରଚେଷ୍ଟା ଚାଲିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ପ୍ଲାନିଂ ଦେଉଛି। ହେଲେ ବର୍ଷା ସବୁକିଛି ପଦାରେ ପକାଇ ଦେଉଛି। ଅସରାଏ ବର୍ଷାରେ ସ୍ମାର୍ଟ ରାସ୍ତାର…
କଟକ ରୋଡ୍ରେ ଠପ୍ ହୋଇଗଲା ଯାତାୟାତ
ଭୁବନେଶ୍ୱର,୨୪।୮ (ବ୍ୟୁରୋ): ବର୍ଷା ପାଣି ଜମି ରହିବା ଯୋଗୁ ସବୁଠୁ ଚଳଚଞ୍ଚଳ କଟକ ରୋଡ୍ରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲକ୍ଷ୍ମୀସାଗର ଛକ, ବମିଖାଲ ଫ୍ଲାଏ ଓଭର ଓ ଏସ୍ପ୍ଲାନେଡ଼ ମଲ୍ ସାମ୍ନାରେ ପାଣି ବହୁ ସମୟ ଧରି ଜମି ରହିଥିବା…
ରାଜଧାନୀ ପାଣି ପାଣି
ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଶୁକ୍ରବାର ଦେଢ଼ଘଣ୍ଟାର ବର୍ଷା ସ୍ମାର୍ଟସିଟିର ଜନଜୀବନକୁ ପୂରା ଅସ୍ତବ୍ୟସ୍ତ କରିଦେଇଥିଲା। ଜନପଥ, ଜାତୀୟ ରାଜପଥଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଇସ୍କନ ମନ୍ଦିର ଅଞ୍ଚଳ, ବେହେରାସାହି, ରସୁଲଗଡ଼, କଟକ ରୋଡ୍, ମାଉସୀମା ଛକ, ୟୁନିଟ-୮ ଅଞ୍ଚଳ, ବମିଖାଲ,…
ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ: ତେଜିଲା ଛାତ୍ର ଅସନ୍ତୋଷ
ଭୁବନେଶ୍ୱର,୨୪।୮(ବ୍ୟୁରୋ): ଚଳିତବର୍ଷ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହେବନାହିଁ। କେବଳ ଛାତ୍ର ନେତା ଚୟନ କରାଯିବ ବୋଲି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ଛାତ୍ର ଅସନ୍ତୋଷ ତେଜିଛି। ଶୁକ୍ରବାର ଏବିଭିପି ପକ୍ଷରୁ…
ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ
କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଡଗରପଡ଼ା ଭୁତିଆସାହିର ପ୍ରକାଶ ବେହେରା ଓରଫ ହାଡ଼ିଆ (୪୫),…
ଗ୍ରାହକଙ୍କୁ ଲୁଟୁଛନ୍ତି ଖୁଚୁରା ବ୍ୟବସାୟୀ
ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର ଆହୁରି ଆକାଶଛୁଆଁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗୋଦାମରେ ପିଆଜ କୁଇଣ୍ଟାଲ ୨୫୦୦…
୨୬ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ କରିପାରିବନି ଇଡି
ନୂଆଦିଲ୍ଲୀ,୨୪।୮(ପି.ଟି.): ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମନିଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫରୁ ସୁରକ୍ଷା ଦେଇଛନ୍ତି। ୨୬ ତାରିଖରେ ମାମଲାର ଶୁଣାଣି ଥିବାରୁ ସେ ପର୍ଯ୍ୟନ୍ତ ତାଙ୍କୁ ଇଡି ଗିରଫ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଶୁକ୍ରବାର…
ଏୟାରସେଲ୍-ମାକ୍ସିସ ମାମଲାରେ ୩ ଯାଏ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୪।୮(ପି.ଟି.): ଏୟାରସେଲ୍-ମାକ୍ସିସ୍ ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଗିରଫଦାରିରୁ ସୁରକ୍ଷା ଦେଇଛନ୍ତି। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏହି ମାମଲା ଦାଏର ହୋଇଥିଲା।…
୫ ରାଷ୍ଟ୍ରକୁ ଚିଦାମ୍ବରମଙ୍କ କମ୍ପାନୀର ବିବରଣୀ ମାଗିଲା ସିବିଆଇ
ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ମାଲିକାନାରେ ଥିବା ବିଭିନ୍ନ ସେଲ୍ କମ୍ପାନୀ ଓ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ବିବରଣୀ ଦେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୫ଟି…
ବିରୋଧୀ ଦଳ ନେତାଙ୍କ ସହ: ଆଜି ଶ୍ରୀନଗର ଯିବେ ରାହୁଲ
ନୂଆଦିଲ୍ଲୀ,୨୪।୮(ପି.ଟି.): ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିବେ। ଉପତ୍ୟକାବାସୀଙ୍କୁ ଭେଟିବା ଲାଗି ତାଙ୍କ ସହ ବିଭିନ୍ନ ବିରୋଧୀ ଦଳର ନେତା ସେଠାକୁ ଯିବାର ଯୋଜନା ରହିଛି। ୩୭୦…
ପାକ୍ ରେଳମନ୍ତ୍ରୀଙ୍କୁ ଲଣ୍ଡନରେ ଅଣ୍ଡାମାଡ଼
ଇସ୍ଲାମାବାଦ,୨୪।୮(ଆଇଏଏନ୍ଏସ୍): ପାକିସ୍ତାନ ରେଳମନ୍ତ୍ରୀ ତଥା ଆଓ୍ବାମୀ ମୁସ୍ଲିମ୍ ଲିଗ୍ (ଏଏମ୍ଏଲ୍) ଅଧ୍ୟକ୍ଷ ଶେଖ୍ ରଶିଦ୍ ଅହମ୍ମଦଙ୍କୁ ମଙ୍ଗଳବାର ଲଣ୍ଡନରେ ଅଣ୍ଡାମାଡ଼ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଦୁଇଜଣ ନେତା ତାଙ୍କୁ ଅଣ୍ଡାମାଡ଼ କରିବା ସହ ମୁଥ ମାରିଥିଲେ। ପିପିପି ନେତା…
ଜଳୁଛି ଆମାଜନ ଜଙ୍ଗଲ
ହୁମାଇଟା,୨୪।୮: ବିଶ୍ୱର ଫୁସ୍ଫୁସ୍ କୁହାଯାଉଥିବା ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ହୁ ହୁ ହୋଇ ଜଳୁଛି। ପୃଥିବୀକୁ ୨୦ ପ୍ରତିଶତ ଅମ୍ଳଜାନ ଯୋଗାଉଥିବା ଏହି ଚିରହରିତ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡିଛି। ଏହା ଉପରେ ଜରୁରୀ ଆଲୋଚନା…

