ବଢୁଛି ଋଷିକୁଲ୍ୟାର ଜଳସ୍ତର: ଆତଙ୍କିତ ଅବସ୍ଥାରେ ୩ ପଞ୍ଚାୟତବାସୀ
ଶେରଗଡ଼,୬।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ତିନି ପଞ୍ଚାୟତ ପିତ୍ତଳ, ତହଁର, ବ୍ରାହ୍ମଣ ଦେଇ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି। ଏବେ ନଦୀର ଜଳସ୍ତର ବଢିବାରେ ଲାଗିଛି। ବ୍ରାହ୍ମଣଛାଇକୁ ସଂଯୋଗ କରୁଥିବା ଏକ ପୋଲର ତଳ ଭାଗକୁ ଲାଗି ଜଳ ପ୍ରବାହିତ…
ପାକିସ୍ତାନକୁ ଉପରାଷ୍ଟ୍ରପତିଙ୍କ କଡା ବାର୍ତ୍ତା: ଭାରତ ଆକ୍ରମଣ କରେନି, କିନ୍ତୁ ନିଜ ସାର୍ବଭୌମତ୍ୱ ସହ ବୁଝାମଣା କରିବ ନାହିଁ
ନୂଆଦିଲ୍ଲୀ,୬।୯:ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ଭାରତ ସହ ଯୁଦ୍ଧ କରିବାକୁ ଧମକ ଦେଉଛି। ପାକିସ୍ତାନର ଏଭଳି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଯିଏ ଯେତେ ଉସୁକାଇଲେ ମଧ୍ୟ ଭାରତ ଆଜି…
ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ: ଜିଲାପାଳଙ୍କ ଅଚାନକ ପରିଦର୍ଶନ
କୋରୁକୋଣ୍ଡା,୬।୯(ଡି.ଏନ୍.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆହାର ଯୋଜନାରେ ସ୍ବାଦିଷ୍ଟ ଖାଦ୍ୟ ଦିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୪ ବର୍ଷ ଧରି ଏକ ସ୍ବୟଂ ସହାୟକ ଗୋଷ୍ଠୀ ଏହି କେନ୍ଦ୍ରକୁ ଚଳାଇ ଆସୁଥିବା…
ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ସପ୍ତାହକରେ ‘ସାହୋ’ କରିଛି ୧୧୫ କୋଟି ବ୍ୟବସାୟ
ନିର୍ଦ୍ଦେଶକ ସୁଜିତ୍ ରେଡ୍ଡୀଙ୍କ ଫିଲ୍ମ ‘ସାହୋ’ ରିଲିଜ୍ ହେବାର ଗୋଟିଏ ସପ୍ତାହ ପୂରିଛି। ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ବେଶ୍ ଭଲ ବ୍ୟବସାୟ କରିଛି। ସପ୍ତାହକ ମଧ୍ୟରେ କେବଳ ହିନ୍ଦୀ ଭାଷାରେ ୧୧୫.୭୮ କୋଟି ବ୍ୟବସାୟ କରିଛି।…
ଶେହଲା ରଶିଦଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ
ଶ୍ରୀନଗର,୬।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ରୀ ତଥା ଜମ୍ମୁ-କଶ୍ମୀରର ରାଜନେତା ଶେହଲା ରଶିଦଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ସେନା ବିରୋଧ ଅପପ୍ରଚାର କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି। ସୂଚନାଯୋଗ୍ୟ,ଅଗଷ୍ଟ ୧୮ ଶେହଲା ଟୁଇଟ କରି କହିଥିଲେ,ଭାରତୀୟ…
ପୁଣି ଯୁଦ୍ଧ ଧମକ ଦେଲା ପାକିସ୍ତାନ
ଇସାଲାମାବାଦ,୬।୯:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପୁଣି ଭାରତକୁ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଛି ଦିନ ତଳେ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିବାବେଳେ ଦେଶର ସେନା ମୁଖ୍ୟ କମର ଜାଭେଦ୍ ବାଜଓ୍ବା ଭାରତ ସହ…
ଲଗାଣ ବର୍ଷା: ଗଞ୍ଜାମ, କନ୍ଧମାଳ ଜିଲାର ସବୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ
ବ୍ରହ୍ମପୁର ଅଫିସ/କନ୍ଧମାଳ, ୬।୯(ଡି.ଏନ୍.ଏ.): ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଓ ଗଞ୍ଜାମ ଜିଲାର ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ କେଉଁଠି ପୋଲ ଭାଙ୍ଗି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ଜିଲାର…
ଲଗାଣବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍ : ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ
ମୁନିଗୁଡ଼ା,୬।୯(ଡି.ଏନ୍.ଏ.): ରାୟଗଡ଼ା ଜିଲାରେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର ଭାନପୁର ଗ୍ରାମ ନିକଟରେ ଥିବା ନାଳରେ ବର୍ଷାଜଳ ବୃଦ୍ଧି ପାଇ ନୂତନ ପୋଲର ଆପ୍ରୋଚ ରୋଡ୍ ସମ୍ପୂର୍ଣ୍ଣ ଭାବେ…
ଦେଶଦ୍ରୋହ ମାମଲା: କହ୍ନେୟା କୁମାରଙ୍କୁ କ୍ଲିନଚିଟ୍ ଦେଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୬।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଦେଶଦ୍ରୋହ ସ୍ଲୋଗାନ ଦେଇ ଫଶିଥିବା କହ୍ନେୟା କୁମାର ଏବଂ ୯ ଛାତ୍ରଙ୍କ ନାଁରେ ମକଦ୍ଦମା ଚଲାଇବାକୁ ଦିଲ୍ଲୀ ପୋଲିସକୁ ଅନୁମତି ଦେବ ନାହିଁ ଆପ୍ ସରକାର। ଦିଲ୍ଲୀର ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, କହ୍ନେୟାଙ୍କ…
କୀଟନାଶକ ପିଇ ମହିଳା ମୃତ, ପୋଲିସର ତଦନ୍ତ ଆରମ୍ଭ
କେନ୍ଦୁଝର,୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ କଣ୍ଟୁଳା ଗ୍ରାମ ପଙ୍ଗାପଶି ସାହିରେ କୀଟନାଶକ ପିଇ ଶୁକ୍ରବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟ ମହାରଣାଙ୍କ ସ୍ତ୍ରୀ ସସ୍ମିତା(୨୪)। ପ୍ରକାଶ ଯେ, ବୁଧବାର ସସ୍ମିତା ପରିବାର ସହ ଚିଲିକିଧରା…
ବିଭାଗୀୟ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା: ୬ଙ୍କୁ ରାଷ୍ଟ୍ରମନ୍ତ୍ରୀ, ୪ଙ୍କୁ ପ୍ରମୁଖ ସଚିବ, ଜଣେ ହେଲେ ମୁଖ୍ୟ ସଚିବ
ଭୁବନେଶ୍ୱର,୬।୯(ବ୍ୟୁରୋ): ନବ ନିଯୁକ୍ତ ବିଭିନ୍ନ ବିଭାଗୀୟ ଉପଦେଷ୍ଟାଙ୍କୁ ଶୁକ୍ରବାର ବିଭିନ୍ନ ପାହ୍ୟା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା ବେଳେ ୪ଜଣଙ୍କୁ ପ୍ରମୁଖ ସଚିବ ଓ ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି। ଲୋପାମୁଦ୍ରା ବକ୍ସିପାତ୍ର,…
ଟ୍ରେଲର ଧକ୍କାରେ ନାବାଳିକା ମୃତ: ୨୬ ନଂ. ଜାତୀୟ ରାଜପଥ ଅବରୋଧ
କେସିଙ୍ଗା,୬।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନ୍ମାଠ ନିକଟ ୨୬ ନଂ. ଜାତୀୟ ରାଜପଥ ପାରହେଉଥିବା ବେଳେ ଜଣେ ନାବାଳିକାଙ୍କ ଉପରେ ଲାଞ୍ଜିଗଡ଼ସ୍ଥିତ ଏକ କମ୍ପାନୀର ଟ୍ରେଲର ଧକ୍କାଦେବାରୁ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ…

