ବିଦ୍ୟାଳୟ ଜମିରେ ଅଣ ଓଡ଼ିଆଙ୍କ ଜବରଦଖଲ : ସଙ୍କୁଚିତ ହେଉଛି ବିଦ୍ୟାଳୟ ଜମି

ଯାଜପୁର ରୋଡ଼, ୧୮ା୧୦ (ନି.ପ୍ର.): ଯାଜପୁର ରୋଡ୍‌ସ୍ଥିତ ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି। ବିଦ୍ୟାଳୟର ଜମିରେ ଅଣ ଓଡ଼ିଆଙ୍କ ଜବର ଦଖଲ ବୃଦ୍ଧି ପାଇବାରେ ଲାଗିଛି। ଏମାନେ ବିଦ୍ୟାଳୟ ଚତୃପାର୍ଶ୍ୱରେ ଜବର ଦଖଲ କରି ଝାଟିମାଟି ଘରକରି ବସ୍ଥିକରି ରହିବା ଦ୍ୱାରା ବିଦ୍ୟାଳୟ ଜମି ସଙ୍କୁଚିତ ହେବାରେ ଲାଗିଛି। ବସ୍ଥିଗୁଡିକରେ ନିଶାକାରବାର କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଅପରପକ୍ଷେ ବିଦ୍ୟାଳୟରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ମଧ୍ୟ ଜଣାପଡିଛି।
ସ୍ବାଧିନତା ପୂର୍ବରୁ ଅଞ୍ଚଳର ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷାପାଇଁ ଯାଜପୁର ଏବଂ କଟକ ଯାଉଥିଲେ। ଶିକ୍ଷାର ବିକାଶ ପାଇଁ ୧୯୪୫ରେ ତତ୍କାଳୀନ ଜମିଦାର ନୃରସିଂହ ଚୈାଧୁରୀ ଯାଜପୁର ରୋଡ୍‌ଠାରେ ଉଚ୍ଚ-ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ୬ଷ୍ଠ ଠାରୁ ଏକାଦଶ ପର୍ଯ୍ୟନ୍ତ ଶ୍ରେଣୀ ଖୋଲାଯାଇଥିଲା। ଏବେ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି। ୧୭ ଏକର ୪୬ ଡିସିମିଲ୍‌ ଜମି ବିଦ୍ୟାଳୟ ନାମରେ ରହିଛି। ହେଲେ ସେଥିରୁ ଅଧିକାଂଶ ଜମିରେ ଅଣ ଓଡ଼ିଆମାନେ ଜବର ଦଖଲ କରି ରହିଛନ୍ତି। ସେହିପରି କେତଜେଣ ବ୍ୟକ୍ତି ବିଶେଷ ମଧ୍ୟ ବିଦ୍ୟାଳୟ ଜମିରେ ଦୋକନ କରିଛନ୍ତି। ଫଳରେ ବିଦ୍ୟାଳୟର ଖେଳ ପଡ଼ିଆ ସଙ୍କୁଚିତ ହୋଇଛି। ଏହି ଖେଳ ପଡ଼ିଆରେ ରାଜ୍ୟ ସ୍ତରୀୟ ଫୁଟବଲ, କ୍ରିକେଟ ଟୁର୍ନାମେଣ୍ଟ ଓ ଅନ୍ୟାନ୍ୟ ଖେଳ ମଧ୍ୟ ହେଉଥିଲା। ବିଦ୍ୟାଳୟରେ ଶିକ୍ଷାଦାନ ଠିକ୍‌ ହୋଇପାରୁ ନ ଥିବାରୁ ଅଧିକାଂଶ ଅଭିଭାବକ ବେସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠ ପଢାଇବାକୁ ଉଚିତ ମନେ କରୁଛନ୍ତି। ବିଦ୍ୟାଳୟର ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନାହଁାନ୍ତି। ୨୦୧୩ରେ ଜବରଦଖଲ କାରୀଙ୍କୁ ଉଚ୍ଛେଦ ପାଇଁ ତତ୍କାଳୀନ ପ୍ରଧାନ ଶିକ୍ଷକ ସଂଯୁୁକ୍ତା ମହାପାତ୍ର ଯାଜପୁର ଉପ ଜିଲାପାଳଙ୍କ କୋର୍ଟରେ ଅଭିଯୋଗ କରିଥିଲେ। ଏହାପରେ ବିଦ୍ୟାଳୟ ଜମି ମାପଚୁପ କରି ଜବର ଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ଉପ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ସ୍କୁଲ ଜମିକୁ ମାପଚୁପ କରି ଜବର ଦଖଲକାରୀଙ୍କ ବିରୋଧରେ ଏକ ଏନ୍‌କ୍ଲୋଜମେଣ୍ଟ କେସ୍‌ କରିଥିଲେ। ଉଚ୍ଛେଦ କ୍ରିୟା ବନ୍ଦ ହେବା ଫଳରେ ଦିନକୁ ଦିନ ଜବର ଦଖଲକାରୀଙ୍କ ସଂଖ୍ୟା ବୃଦ୍ଧିପାଉଛି। ଅସାମାଜିକ ବ୍ୟକ୍ତି ବିଶେଷ ଓ ନିଶା ବ୍ୟବସାୟୀଙ୍କ ଆଡ୍ଡା ଜମୁଛି। ଯାଜପୁର ରୋଡ୍‌ ପୋଲିସ ବହୁବାର ବସ୍ତିରେ ଚଢ଼ାଉ କରି ବ୍ରାଇନ୍‌ସୁଗାର, ଗଞ୍ଜେଇ ଏବଂ ମଦ ତବଜ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବର ଦଖଲ ଉଚ୍ଛେଦ ପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବହୁଥର ତହସିଲଦାରଙ୍କୁ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ତୁନ୍ତ ବିଦ୍ୟାଳୟରୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରା ନ ଗଲେ ଅଗାମୀ ଦିନରେ ତହସିଲ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯିବ ପୂର୍ବତନ ପରିଚାଳନା କମିଟିର ସଭାପତି ବଟ୍ଟକୃଷ୍ଣ ବଳ, ସନ୍ଧ୍ୟାରାଣୀ ବିଶ୍ୱାଳ, ସୁଜାତା ପରିଡା ସାମାଜିକ କର୍ମୀ ଅଶୋକ କୁମାର ରାଉତଙ୍କ ସମେତ ବହୁ ପୁରାତନ ଛାତ୍ରୀଛାତ୍ର ଏବଂ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରାଙ୍କୁ ପଚାରିବାରୁ, ଜବଦର ଦଖଳକାରୀଙ୍କ ନାମରେ ଏନ୍‌କ୍ଲୋଜମେଣ୍ଟ କେସ୍‌ କରାଯାଇଛି। ଖୁବ୍‌ଶୀଘ୍ର ଉଚ୍ଛେଦ ପ୍ରକ୍ରୀୟା ଆରମ୍ଭ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri