ମୃତ୍ତିକା ପରୀକ୍ଷା କାର୍ଯ୍ୟକ୍ରମ ବାଟବଣା : ୧୩ହଜାରରୁ ମାତ୍ର ୩ ହଜାର ଚାଷୀଙ୍କ ଜମିର ହୋଇଛି ପରୀକ୍ଷା

ନୟାଗଡ଼ ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ କୃଷିନୀତି ୨୦୧୩ ଅନୁଯାୟୀ ଚାଷୀଙ୍କ ଜମିର ମାଟି ପରୀକ୍ଷା ପାଇଁ ପ୍ରତି ଜିଲାରେ ମୃତ୍ତିକା ପରୀକ୍ଷା କେନ୍ଦ୍ର ରହିଛି। ଚାଷୀମାନେ ସେମାନଙ୍କ ଜମିରେ ଫସଲ ନ ହେଲେ ମାଟିର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରକୁ ଆଣନ୍ତି। ପରୀକ୍ଷା ପରେ ଜମିରେ କିପରି ଭଲ ଫସଲ ହୋଇପାରିବ ସେ ନେଇ ପରୀକ୍ଷାଗାରରେ ଥିବା ଅଧିକାରୀମାନେ ଚାଷୀଙ୍କୁ ପରାମର୍ଶ ଦେଇଥାନ୍ତି। ହେଲେ ନୟାଗଡ଼ ଜିଲାରେ ଥିବା ମୃତ୍ତିକା ପରୀକ୍ଷାଗାରରେ ଠିକ୍‌ ଭାବେ ଚାଷଜମିର ମାଟି ପରୀକ୍ଷା କରାଯାଉ ନ ଥିବା ଦେଖିବାକୁ ମିଳିଛି। ୨୦୧୯-୨୦ ବର୍ଷରେ ୧୩,୧୦୪ ଜଣ ଚାଷୀଙ୍କ ମୃତ୍ତିକା ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୪୯୫ ଜଣ ଚାଷୀଙ୍କ ଏହି ପରୀକ୍ଷା ହୋଇଥିବା ସୂଚନା ମିଳିଛି। ଫଳରେ ମୃତ୍ତିକା ପରୀକ୍ଷା କାର୍ଯ୍ୟକ୍ରମ ଜିଲାରେ ବାଟବଣା ହୋଇଥିବା କୁହାଯାଉଛି।
ଜିଲାର ନୟାଗଡ଼ ଓ ଦଶପଲ୍ଲାଠାରେ ଦୁଇଟି କୃଷିଜିଲା କାର୍ଯ୍ୟାଳୟ ରହିଛି। ନୟାଗଡ଼ ସର୍କଲରେ ନୟାଗଡ଼, ଭାପୁର, ଓଡ଼ଗାଁ, ରଣପୁର ଓ ଖଣ୍ଡପଡ଼ା ବ୍ଲକର ୯୨୬୪ ଚାଷୀଙ୍କ ଜମିର ମୃତ୍ତିକା ପରୀକ୍ଷା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ହେଲେ ମାତ୍ର ୨୩୬୨ ଚାଷୀଙ୍କ ଜମିରୁ ମୃତ୍ତିକା ସଂଗ୍ରହ କରାଯାଇଛି। ସେହିଭଳି ଦଶପଲ୍ଲା କୃଷିଜିଲା କାର୍ଯ୍ୟାଳୟ ଅଧୀନରେ ଗଣିଆ, ଦଶପଲ୍ଲା, ନୂଆଗାଁ ବ୍ଲକର ୩୮୪୦ ଚାଷୀଙ୍କ ମୃତ୍ତିକା ପରୀକ୍ଷା କରି ସେମାନଙ୍କୁ ମୃତ୍ତିକା କାର୍ଡ଼ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ସେଥିରୁ ମାତ୍ର ୧୧୩୩ ଚାଷୀଙ୍କ ଜମିରୁ ମୃତ୍ତିକା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ନୟାଗଡ଼ ଓ ଗଣିଆ ବ୍ଲକରେ କୌଣସି ଚାଷୀଙ୍କ ଜମିରୁ ମୃତ୍ତିକା ସଂଗହ କରାଯାଇ ନ ଥିବା ଦେଖିବାକୁ ମିଳିଛି। ନୟାଗଡ଼ ବ୍ଲକରେ ୧୮୮୨ରୁ ୦, ଭାପୁରରେ ୭୨୮ରୁ ୩୦୦, ଓଡ଼ଗାଁରେ ୨୯୫୦ରୁ ୫୦୨, ରଣପୁରରେ ୨୦୧୮ରୁ ୧୦୦୯, ଖଣ୍ଡପଡ଼ାରେ ୧୬୮୬ରୁ ୫୫୧, ଗଣିଆରେ ୫୦୨ରୁ ୦, ଦଶପଲ୍ଲ୍ଲାରେ ୨୦୧୨ରୁ ୬୯୩, ନୂଆଗାଁରେ ୧୩୨୬ରୁ ମାତ୍ର ୪୪୦ ଚାଷୀଙ୍କ ଜମିରୁ ମୃତ୍ତିକା ସଂଗ୍ରହ କରାଯାଇଛି। ପୁଣି ମୃତ୍ତିକା ସଂଗ୍ରହ ହୋଇଥିବା ୩୪୯୫ ଚାଷୀଙ୍କ ମଧ୍ୟରୁ ମାତ୍ର ୫୦୨ ଜଣଙ୍କ ନାମ ପରୀକ୍ଷା କେନ୍ଦ୍ରରେ ପଞ୍ଜୀକୃତ ହୋଇଛି। ଏହାକୁ ଜିଲା ମୃତ୍ତିକା ପରୀକ୍ଷାଗାର କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଜିଲାରେ ୧ ଲକ୍ଷ ୪୪ ହଜାର ୮୩ ଜଣ ଚାଷୀ ଥିବାବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ୩୨ ହଜାର ଚାଷୀ ମୃତ୍ତିକା କାର୍ଡ଼ ପାଇଛନ୍ତି। ଏ ନେଇ ଦାୟିତ୍ୱରେ ଥିବା କୃଷି ଉପନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ ଥିବାରୁ କୌଣସି ମତାମତ ମିଳିପାରି ନାହିଁ। ମୃତ୍ତିକା ପରୀକ୍ଷାଗାରରେ କିପରି ଠିକ୍‌ ଭାବେ ପରୀକ୍ଷା କରାଯାଇ ଚାଷୀମାନଙ୍କୁ ସୁବିଧା ମିଳିବ ସେ ଦିଗପ୍ରତି ପ୍ରଶାସନ ଧ୍ୟାନ ଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri