ସରସ୍ବତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ପାଳନ: ଶ୍ରୀକୃଷ୍ଣଙ୍କ ବେଶରେ ସହର ପରିକ୍ରମା
ଛେଣ୍ଡିପଦା,୨୩।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳନ ହୋଇଯାଇଛି । ଏହି ଅବସରରେ ଶିଶୁମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବାଳଗୋପାଳ କୃଷ୍ଣଙ୍କୁ ଝୁଲଣ କରାଯାଇଥିଲା। ଛାତ୍ରୀଛାତ୍ରମାନେ…
୨୬ ନଂ. ଜାତୀୟ ରାଜପଥରେ ଅଟକୁଥିବା ଗାଡ଼ିରୁ ତେଲ ଚୋରି: ପୋଲିସ ପ୍ରଶାସନର ନିଷ୍କ୍ରିୟତା, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ
ପଟ୍ଟାଙ୍ଗୀ,୨୩।୮(ଡି.ଏନ୍.ଏ.): କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମା ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥରେ ଯାତାୟାତ କରୁଥିବା ସମସ୍ତ ଛୋଟ ବଡ଼ ଗାଡ଼ିରୁ ବିଳମ୍ବିତ ରାତିରେ ତେଲ ଚୋରି ହେଉଛି। ଏ ନେଇ ସ୍ଥାନୀୟ…
ଶପଥ ନେଲେ ମନମୋହନ
ନୂଆଦିଲ୍ଲୀ,୨୩।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟସଭା ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନ ଆସନରୁ ମନମୋହନ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନିର୍ଦ୍ଦୋନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କିଆ…
ମିଡ ଡେ ମିଲରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ଶୁଖିଲା ରୁଟି, ଲୁଣ
ମିର୍ଜାପୁର,୨୩।୮: କେନ୍ଦ୍ର ସରକାର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ଯୋଜନା ସବୁ ବାଟ ହୁଡୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମିର୍ଜାପୁରର ଏକ ପ୍ରାଇମେରୀ ସ୍କୁଲରେ। ଉକ୍ତ ସ୍କୁଲରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ…
ବଲିଉଡ୍ରେ ଏଣ୍ଟ୍ରି ମାରିଲେ ରାନୁ, ହିମେଶଙ୍କ ସହ ଗାଇଲେ ଗୀତ
ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେଶନରେ ଗୀତ ଗାଇ ସୋସିଆଲ ମିଡିଆରେ ଷ୍ଟାର୍ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍ରେ ଏଣ୍ଟ୍ରି ମାରିଛନ୍ତି। ବଲିଉଡ୍ ଗାୟକ ହିମେଶ୍ ରେଶମିୟାଙ୍କ ସହ ଗୀତ ଗାଇଛନ୍ତି। ଏହି ଗୀତ ରେକର୍ଡିଂ ବେଳର ଭିଡିଓ ହିମେଶ ନିଜ ଇନ୍ଷ୍ଟାଗ୍ରାମରେ…
ଇଟାଲୀ ବୁଲିବାକୁ ଯାଉଥିଲେ ଭୁଲରେ କରନ୍ତୁନି ଏହି କାମ, ନଚେତ୍ ହୋଇଯିବ ଜେଲ୍
ଏମିତି କିଛି ଦେଶ ଅଛି, ଯେଉଁଠି ଭିନ୍ନ ଭିନ୍ନ କଟକଣା ରହିଛି। ସେସବୁ ସ୍ଥାନ ବୁଲିବା ପାଇଁ ଯିବା ପୂର୍ବରୁ ସମସ୍ତ ବିଷୟରେ ଭଲଭାବେ ଅବଗତ ହୋଇ ଯିବା ଜରୁରୀ। ନଚେତ୍ ନିୟମ ଯୋଗୁ ଆପଣ ଫସିଯିବେ। ଏଇ ଯେମିତି ଇଟାଲୀ।…
ମନ୍ଦିରରେ ଦଳାଚକଟା: ୪ ମୃତ
କୋଲକାତା, ୨୩।୮: ଜନ୍ମାଷ୍ଟମୀ ଅବସରରେ ପଶ୍ଚିମବଙ୍ଗରେ ଏକ ଅଘଟଣ ଘଟିଛି। ୨୪ ପରଗଣା ଜିଲାରେ ଥିବା ଲୋକନାଥ ବାବା ମନ୍ଦିରରେ ଜନ୍ମାଷ୍ଟମୀରେ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁ ଦଳାଚକଟାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ଜଣ ଆହତ ହୋଇଛନ୍ତି। ଅତିଗମ୍ଭୀର…
ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବ ଫିଲ୍ମ, ଏହି ଅଭିନେତାଙ୍କୁ ମିଳିଲା ଅନୁମତି
ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ନିକଟରେ ସରକାର ତାଙ୍କୁ ବୀର ଚକ୍ର ପ୍ରଦାନ କରିଥିଲେ। ଅଭିନନ୍ଦନଙ୍କୁ ନେଇ ଏବେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ଏହି ଫିଲ୍ମ…
ମୋଦିଙ୍କୁ ଖଳନାୟକ କହିଲେ କିଛି ଲାଭ ହେବ ନାହିଁ:ଜୟରାମ
ନୂଆଦିଲ୍ଲୀ,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ସର୍ବଦା ନକରାତ୍ମକ ଖୋଜିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ। ରାଜନୈତିକ ବିଶ୍ଲେଷକ କପିଲ କୋମିରେଡ୍ଡୀଙ୍କ ପୁସ୍ତକ ଉନ୍ମୋଚନବେଳେ ସେ ଏହି ମତ ଦେଇଛନ୍ତି। ୨୦୧୪ରୁ ୨୦୧୯ ଶାସନ…
ଫ୍ରାନ୍ସରେ ମୋଦିଙ୍କୁ ଜୋରଦାର ସ୍ବାଗତ କଲେ ମୁସଲମାନ: ଚିଡିଲା ପାକିସ୍ତାନ
ପ୍ୟାରିସ୍,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ଗୁଜରାଟର ବୋହରା ମୁସଲମାନମାନେ ତ୍ରିରଙ୍ଗା ଧରି ଜୋରଦାର ସ୍ବାଗତ କରିଥିଲେ। ଏହାସହ ଭାରତ ମାତା କୀ ଜୟ ନାରା ଦେଇଥିଲେ। ତେବେ ମୋଦିଙ୍କୁ ମୁସଲମାନମାନେ ସ୍ବାଗତ କରିବା ପାକିସ୍ତାନକୁ…
ଭାରତରେ ୬ ଲସ୍କର ଆତଙ୍କବାଦୀ ପଶିଲେ: ତାମିଲନାଡୁରେ ହାଇଆଲର୍ଟ
ଚେନ୍ନାଇ,୨୩।୮:ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା ସତ୍ତ୍ୱେ ଲସ୍କର-ଇ-ତୋଏବାର ୬ ଆତଙ୍କବାଦୀ ତାମିଲନାଡୁ ବାଟ ଦେଇ କୋଏମ୍ବାଟୁରରେ ପଶିଯାଇଥିବା ସୂଚନା ମିଳିଛି।…
ଡାକ୍ତରଖାନାରୁ ଚିକିତ୍ସାଧୀନ କଏଦୀ ଫେରାର
ବରଗଡ଼ ଅଫିସ,୨୩।୮: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ବିଚାରାଧୀନ କଏଦୀ ଗୁରୁବାର ବିଳମ୍ବିତ ରାତ୍ରିରେ ଫେରାର ହୋଇ ଯାଇଛନ୍ତି। ଫେରାର କଏଦୀ ଜଣକ ହେଲେ, ବରପାଲିର ନକୁଳ ମାଝି। ଗତ ଜୁନ୍ ମାସରେ ସଂଘଠିତ ଜମୁର୍ଡା ଗୁଳିକାଣ୍ଡ,…
Archives


