ଲଗାଣ ବର୍ଷା : ରାଜପଥ ପାର୍ଶ୍ୱ ଗାର୍ଡୱାଲ ଧସିିଲା

ଖଣ୍ଡପଡ଼ା,୨୫।୧୦(ସ୍ବ.ପ୍ର.): ଅବିଶ୍ରାନ୍ତ ବର୍ଷା ଲାଗି ରହିବା ଫଳରେ ବାଘମାରୀ-କଣ୍ଟିଲୋ ୪୮ ନଂ. ରାଜପଥର ନୟାଗଡ଼ ଜିଲା କଣ୍ଟିଲୋ ପଲଟନ ପଡ଼ିଆ ନିକଟରେ ନିର୍ମିତ ଗାର୍ଡୱାଲଟି ଗୁରୁବାର ମୂଳରୁ ସମ୍ପୂର୍ଣ୍ଣ ଧସିପଡିଛି। ଗତ ୨ବର୍ଷ ପୂବେ ଏହା ନିର୍ମିତ ହୋଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ୪୮ ନଂ ରାଜ୍ୟ ରାଜପଥ ବାଘମାରୀଠାରୁ ଦଶପଲ୍ଲା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାକୁ ସମ୍ପ୍ରସାରଣ କରାଯାଇ ନୀଳମାଧବ ବିଦ୍ୟାପୀଠ ପଲଟନ ପଡିଆ ପାଖରେ ଗାର୍ଡୱାଲଟି ନିର୍ମାଣ କରାଯାଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ସନ୍ଧ୍ୟାରେ ଏହା ଧସି ପଡିଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷେ ଲଗାଣ ବର୍ଷା ଯୋଗୁ ଖଣ୍ଡପଡ଼ା ଅଞ୍ଚଳରେ କଚ୍ଚା ଓ ଝାଟିମାଟି ଚାଳ, ଟିଣ ଓ ଆଜବେଷ୍ଟସ ଛପରଘରେ ବସବାସ କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ତଳିଆ ଅଞ୍ଚଳରେ ବାସ କରୁଥିବା ଝୁମ୍ପୁଡି ଘର ବାସିନ୍ଦାଙ୍କ ଦୁଃଖ ବଳିପଡିଛି । ଘର ମଧ୍ୟରେ ବର୍ଷାପାଣି ପଶିଯାଇଥିବା ଯୋଗୁ ଅନେକ ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି। ଅପରପକ୍ଷେ ଗତ କିଛିଦିନ ହେଲା କଣ୍ଟିଲୋ ବିଦ୍ୟୁତ୍‌ ସେକ୍ସନ ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ଲୋକମାନଙ୍କୁ ଅତିଷ୍ଠ କରି ଦେଇଛି। ଗୁରୁବାର ସକାଳୁ ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଥିବା ବେଳେ ଦିନ ତମାମ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେଉଥିବାରୁ ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନ କଣ୍ଟିଲୋ, ବାଣପୁର, ସିଧାମୂଳା, ବଳରାମପ୍ରସାଦ, ବେଣାଗାଡିଆ, ପଥରଚକଡା, ମାଧପୁର, ଧାନଚେଙ୍ଗଡା, ଲକ୍ଷ୍ମୀପ୍ରସାଦ ଆଦି ଅଞ୍ଚଳର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତ। ଏହି ସମୟ ମଧ୍ୟରେ ଖଣ୍ଡପଡା ସହରାଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ରହିଥିବା ବେଳେ ବିଭିନ୍ନ ସମୟରେ କଣ୍ଟିଲୋ ସେକ୍ସନ ଅଧୀନରେ ଥିବା ସମସ୍ତ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri