ଆସିଲେନି ବନବିଭାଗ କର୍ମଚାରୀ,ଘରେ ପଶିଥିବା ଅହିରାଜକୁ ମାରିଦେଲେ ଲୋକେ

ରଣପୁର,୨୫।୧୦(ସ୍ବ.ପ୍ର.) : ବର୍ଷା ସମୟରେ ଘରେ ପଶିଗଲା ଅହିରାଜ। ଭୟଭୀତ ହୋଇଗଲେ ପରିବାର ସଦସ୍ୟ। ସ୍ନେକ୍‌ ହେଲ୍‌ପଲାଇନ ସଦସ୍ୟଙ୍କୁ ଫୋନ କରାଗଲେ ମଧ୍ୟ ମିଳିଲାନି ସହଯୋଗ। ଗୋପାଳପୁର ଫରେଷ୍ଟରଙ୍କୁ ଫୋନ କରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ବନବିଭାଗର କର୍ମଚାରୀଙ୍କୁ ଡାକି ୫ଘଣ୍ଟା ଅପେକ୍ଷା କରିବା ପରେ ନ ଆସିବାରୁ ସିଡ୍ୟୁଲ ୧ମାନ୍ୟତା ପ୍ରାପ୍ତ ଅହିରାଜକୁ ଲୋକେ ବାଧ୍ୟହୋଇ ମାରିଦେଲେ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ରଣପୁର ବ୍ଲକ ଅଞ୍ଚଳରେ। ରଣପୁରରେ ବନବିଭାଗ ପକ୍ଷରୁ ଅହିରାଜ ସଚେତନତାର ବାର୍ତ୍ତା ଦେବା ପାଇଁ ବହୁ ଅର୍ଥ ବ୍ୟୟରେ ସୂଚନାଫଳକ ତିଆରି ହୋଇଛି। ସାପକୁ ନ ମାରିବା ପାଇଁ ଅନୁରୋଧ କରାଯାଇଛି। ବନବିଭାଗର ସହଯୋଗ ନେବା ପାଇଁ ଉଲ୍ଲେଖ ରହିଛି। କିନ୍ତୁ ଏଠାରେ ବନବିଭାଗ ଅସହଯୋଗ କରିବାରୁ ଲୋକେ ଜୀବନ ପ୍ରତି ବିପଦ ଆଶଙ୍କାରେ ଅହିରାଜକୁ ମାରି ଦେଇଛନ୍ତି। ଫଳରେ ରଣପୁରରେ ଅହିରାଜ ସଚେତନତା ବାଟବଣା ହୋଇଥିବା ଅଭିଯୋଗ ହେଉଛି।
ବନଖଣ୍ଡ ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ପଞ୍ଚାୟତର ରାଇପଡା ଗଁା ମୁଣ୍ଡରେ ଚିରଞ୍ଜୀବୀ ପ୍ରଧାନଙ୍କ ଘର। ପରିବାର ପ୍ରତିପୋଷଣ ପାଇଁ ଚିରଞ୍ଜୀବୀ ରାଜ୍ୟ ବାହାରେ କାର୍ଯ୍ୟ କରୁଛନ୍ତି । ଘରେ ରୁହନ୍ତି ସ୍ତ୍ରୀ, ୮ବର୍ଷର ଝିଅ ଓ ୭୦ ବର୍ଷୀୟ ବୃଦ୍ଧା ମା’ । ଏପରିସ୍ଥଳେ ମଙ୍ଗଳବାର ଠାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ରାତି ପ୍ରାୟ ୮ଟାରେ ତାଙ୍କ ଘର ଭିତରକୁ ୧୨ ଫୁଟ ଲମ୍ବର ଏକ ଅହିରାଜ ପଶି ଆସିଥିଲା । ପରିବାର ଲୋକେ ଭୟଭୀତ ହୋଇ ଗଁାଲୋକଙ୍କୁ ଡାକିଥିଲେ । ପାଟି ଶୁଣି ଆଜବେଷ୍ଟସ ଓରାରେ ସାପ ଗୁଡେଇ ହୋଇ ରହିଲା । ଘଟଣା ସମ୍ପର୍କରେ ରାତ୍ର ୯ଟାରେ ସ୍ନେକ ହେଲ୍‌ପଲାଇନ ଓ ରଣପୁର ବନବିଭାଗ କାର୍ଯ୍ୟାଳୟକୁ ଅବଗତ କରାଗଲା । ବନବିଭାଗର କର୍ମଚାରୀ ଆସିଲେ ନାହିଁ । ଗୋପାଳପୁର ଫରେଷ୍ଟରଙ୍କୁ ଫୋନ କରିବାରୁ ସେ ଦୁର୍ବ୍ୟବହାର କରିଥିବା ପରିବାର ସଦସ୍ୟ ଓ ଗଁାଲୋକ ଅଭିଯୋଗ କରିଛନ୍ତି। ସାପ ଧରିବା ଆମ କାର୍ଯ୍ୟ ନୁହେଁ ବୋଲି କହି ଫୋନ କାଟି ଦେଲେ । ସ୍ନେକ୍‌ ହେଲ୍‌ପ ଲାଇନ ସଦସ୍ୟ ତଥା ସାପଧରାଳି ଅଜୟ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ବନ ବିଭାଗର ସହଯୋଗ ନ ମିଳିବାରୁ ସେ ମଧ୍ୟ ଆସିପାରିଲେନି । ବାଧ୍ୟ ହୋଇ ଲୋକେ ରାତି ପ୍ରାୟ ଗୋଟାଏରେ ସାପକୁ ପିଟି ମାରିଦେଇଥିଲେ। ଏନେଇ ସାପ ଧରାଳି ଅଜୟ କୁହନ୍ତି ବନବିଭାଗ ଗାଡି ଯୋଗାଇଦେଇଥିଲେ ସେ ଯାଇ ସାପ ଧରିଥାନ୍ତେ । ବର୍ଷା ଯୋଗୁ ସେ ଗଁାକୁ ଯିବା ସମ୍ଭବ ନ ଥିଲା । ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥୀ କୁହନ୍ତି, ମୁଁ ମଙ୍ଗଳବାର ଅନୁପସ୍ଥିତ ଥିଲି । ଜଙ୍ଗଲରେ ପାଟ୍ରୋଲିଂ କରୁଥିଲି । ଗୋପାଳପୁର ଫରେଷ୍ଟର ବିଚିତ୍ର ବେହେରା କୁହନ୍ତି, ପ୍ରବଳ ବର୍ଷା ହେଉଥିଲା । ଯିବା ସମ୍ଭବ ନ ଥିଲା । ପ୍ରକାଶଥାଉ କି ରଣପୁର ବନ ବିଭାଗ ପକ୍ଷରୁ ରାଇପଡା ଜଙ୍ଗଲର ଗୋପାଳପୁର-ଚାନ୍ଦପୁର ରାସ୍ତାର ରାଇପଡା ବିଟ୍‌ ନିକଟରେ ଅହିରାଜ ଉବାଚ ନାମରେ ସଚେତନତା ଫଳକ ନିର୍ମାଣ କରାଯାଇଛି। ସାପର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଚାଲିଛି । ହେଲେ ସିଡ୍ୟୁଲ ୧ ଅହିରାଜକୁ ବନବିଭାଗ ସୁରକ୍ଷା ଯୋଗାଇ ଦେଉ ନ ଥିବାରୁ ସାପ ବଂଶ ଲୋପ ପାଇବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri