ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା
ଭୁବନେଶ୍ୱର,୧।୧୧(ବ୍ୟୁରୋ): କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯି। ସରକାରଙ୍କ ନଗର ଉନ୍ନୟନ, ସଂସ୍କୃତ ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ମଧ୍ୟ କରାଯିବ ବୋଲି ଶୁକ୍ରବାର ଏକ ପ୍ରସ୍ତୁତି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ…
ପ୍ରେମ ବିବାହକୁ ନା, ଦ୍ୱିତୀୟ ବିବାହକୁ ମିଳିବ ପ୍ରୋତ୍ସାହନ: କର୍ନାଟକ ସରକାର
ବେଙ୍ଗାଲୁରୁ,୨।୧୧: ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱାଧିନ କର୍ନାଟକ ସରକାର ଏବେ ସାମୁହିକ ବିବାହର ଆୟୋଜନ କରିବାକୁ ଯାଉଛନ୍ତି। ଏହା ବର୍ଷକୁ ୨ ଥର ଆୟୋଜନ କରାଯିବ। ହେଲେ ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏଥିରେ ଗ୍ରହଣ କରାଯିବ ନାହିଁ…
ପ୍ରଦୁଷଣ ପାଇଁ ଦିଲ୍ଲୀରେ ଜରୁରୀ ଘୋଷଣା: ଛଟ୍ରେ ଫୁଟାଯିବନି ବାଣ
ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ-ଏନ୍ସିଆରରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକବ୍ରାର ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ କାରଣକୁ ନଜରରେ ରଖି ଏକ ଜରୁରୀ ଘୋଷଣା କରିଛନ୍ତି। ଏଥିସହ ନଭେମ୍ବର ୫ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ସେତିକି ନୁହେଁ ଛଟ୍ ପୂଜାରେ ବାଣ…
ସାଇକେଲ ଚୋରି: ୫ ନାବାଳକ କୋର୍ଟ ଚାଲାଣ
ନିମାପଡ଼ା, ୧।୧୧(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ାର ବିଭିନ୍ନ କୋଚିଙ୍ଗ୍ ଓ ଟ୍ୟୁସନ ସେଣ୍ଟର ସମ୍ମୁଖରୁ ମାସକ ମଧ୍ୟରେ ଅନେକ ସାଇକେଲ ଚୋରି ହୋଇଥିବାନେଇ ଗତ ଗୁରୁବାର ଏକାଧିକ ବ୍ୟକ୍ତି ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗୁରୁବାର ରାତିରେ ଅଣ୍ଢିଆ ସାହି…
‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍ଙ୍କ ଏଣ୍ଟ୍ରି
ଦୀର୍ଘଦିନ ଧରି ଶାହାରୁଖ ଖାଁଙ୍କୁ ଫ୍ୟାନ୍ମାନେ ସିଲ୍ଭର ସ୍କ୍ରିନ୍ରେ ଦେଖିନାହାନ୍ତି। ସେ ଶେଷଥର ପାଇଁ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହା ପରେ ଶାହାରୁଖ୍ ନିର୍ଦ୍ଦେଶକ ଏଟ୍ଲିଙ୍କ ସହିତ ଫିଲ୍ମ ‘ସନ୍କୀ’ରେ ନଜର ଆସିପାରନ୍ତି ବୋଲି ଖବର…
ଭାରତୀୟ କ୍ରିକେଟ ଦଳର ସଙ୍କଟମୋଚକ ଥିଲେ ଏହି ବ୍ୟାଟ୍ସମ୍ୟାନ୍
ଭାରତୀୟ କ୍ରିକେଟ ଦଳର ଭେରି ଭେରି ସ୍ପେଶାଲ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ମସିହା ନଭେମ୍ବର ୧ ତାରିଖରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୂରା ନାମ ହେଉଛି ଭାଙ୍ଗିପୁରପୁ ଭେଙ୍କଟ ସାଇ…
ଏଏପି ବିଧାୟକ ଗିରଫ
ନୂଆଦିଲ୍ଲୀ,୧।୧୧: ଆମ୍ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଗୁରୁବାର ବିଧାୟକ ହାଜର ହୋଇ ନ ଥିବାରୁ ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରଓ୍ବାନା ଜାରି…
ଏଥର ସଚିବ ନୁହନ୍ତି, ଭଦ୍ରକ ଜିଲା ଚିକିତ୍ସାଳୟକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତ
ଭଦ୍ରକ ଅଫିସ,୧।୧୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଶୁକ୍ରବାର ଭଦ୍ରକ ଜିଲା ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ତାଙ୍କ ସହ ଏମ୍ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମାଲିକ, ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ପହଞ୍ଚି ବିଭିନ୍ନ ଓ୍ବାର୍ଡ…
ଗାଙ୍ଗୁଲିଙ୍କ ସେଲ୍ଫି ଭାଇରାଲ
ବେଙ୍ଗାଲୁରୁ,୧।୧୧- ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ସୌରଭ ଗାଙ୍ଗୁଲି ବେଙ୍ଗାଲୁରୁ ବିମାନ ବନ୍ଦରରେ ନେଇଥିବା ସେଲ୍ଫି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏଠାକୁ ଗାଙ୍ଗୁଲି ବୁଧବାର ଆସିଥିଲେ। ବିମାନବନ୍ଦରରେ ଉପସ୍ଥିତ…
ମହାରାଷ୍ଟ୍ରରେ ସରକାର ଗଢିବାକୁ ଚାହିଁଲାଣି ଏନ୍ସିପି
ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୨୪ରୁ ପ୍ରକାଶିତ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନ କରାଯାଇ ପାରି ନାହିଁ। କାରଣ ଭାଜପା ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ଏପର୍ଯ୍ୟନ୍ତ…
କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀରର ପ୍ରଥମ ଶୁକ୍ରବାର: ଜାମିଆ ମସ୍ଜିଦ୍ରେ ନମାଜ୍ ଉପରେ ଲାଗିଲା କଟକଣା
ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର ପାଇଁ ଶୁକ୍ରବାର ଥିଲା ଏକ ନୂଆ ସକାଳ। କାରଣ ଏହା ରାଜ୍ୟ ନୁହେଁ ବରଂ କେନ୍ଦ୍ରଶାସିତ ପ୍ରଦେଶ ଭାବେ ଆରମ୍ଭ କରିଛି ଇତିହାସ। ଅକ୍ଟୋବର ୩୧ରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ନଭେମ୍ବର ୧ର ପ୍ରଥମ ଶୁକ୍ରବାର…
ଦୁଇ ଚକିଆ ଯାନରେ ଯାଉଥିବା ୪ ବର୍ଷର ପିଲା ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ
ଲକ୍ଷ୍ନୌ,୧।୧୧: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଶୁକ୍ରବାରଠାରୁ ଉତ୍ତର ପ୍ରଦେଶରେ ଏହାକୁ ଆହୁରି କଡାକଡି କରାଯାଇଛି। ସେଠାରେ ଏବେ ୨ ଚକିଆ ଯାନରେ ଯାଇଥିବା ଲୋକେ ନିଜେ ହେଲମେଟ୍ ପିନ୍ଧିବା ସହ ତାଙ୍କ ପଛରେ ବସିଥିବା ବ୍ୟକ୍ତି ବି ହେଲମେଟ୍…

