ଔଦ୍ୟୋଗିକ ଉତ୍ପାଦନ ହ୍ରାସ:ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି
ନୂଆଦିଲ୍ଲୀ,୧୩-୯:ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଖୁସି ଆଣିନାହିଁ। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩% ରହିଛି। ଗତବର୍ଷ ଏହି ସମୟରେ ଏହା ୬.୫% ରହିଥିଲା। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ…
ଖଣି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କ ସ୍ବତନ୍ତ୍ର ବସ୍ ସେବା ବିପର୍ଯ୍ୟସ୍ତ : ଫିଟ୍ନେସ୍ ନ ଥିବା ବସ୍ରେ କରୁଛନ୍ତି ଯାତ୍ରା
କାଳିଆପାଣି,୧୩ା୯(ଡି.ଏନ୍.ଏ.)- ସୁକିନ୍ଦା ଖଣି ଅଞ୍ଚଳରେ କଲେଜ ଛାତ୍ରୀଛାତ୍ରଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ବସ୍ ସେବା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଖଣି ମାଲିକଙ୍କ ଅର୍ଥରେ ୩ଟି ବସ୍ ଛାତ୍ରୀଛାତ୍ରଙ୍କ ଯାତାୟାତ ପାଇଁ ବ୍ୟବହାର କରାଯାଉଛି। ସେଥିରୁ ଗୋଟିଏର ଫିଟ୍ନେସ୍…
୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ
ସୋରଡା,୧୩-୯(ଡି.ଏନ୍.ଏ.):ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍, ପିକ୍ଅପ୍, ବୋଲେରୋ ଓ ଏକ କାରରୁ ପାଖାପାଖି ୩୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି।…
ଓରେରାକୁ ଚକମା ଦେଉଛନ୍ତି ଅସାଧୁ ବିଲ୍ଡର
ଭୁବନେଶ୍ୱର,୧୩-୯(ବ୍ୟୁରୋ):ଘର କିମ୍ବା ଜମି କିଣୁଥିବା ବ୍ୟକ୍ତି ଅନେକ ସମୟରେ ଅସାଧୁ ପ୍ରମୋଟର ଓ ରିୟଲ ଇଷ୍ଟେଟ ମାଲିକଙ୍କର ଶୋଷଣର ଶିକାର ହେଉଥିଲେ। ଗ୍ରାହକମାନଙ୍କୁ ସେମାନଙ୍କଠାରୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍ (ରେଗୁଲେଶନ ଆଣ୍ଡ ଡେଭଲପମେଣ୍ଟ) ଆଇନ-୨୦୧୬ କାର୍ଯ୍ୟକାରୀ…
ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ତାଲା, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
ବାଲେଶ୍ୱର ଅଫିସ,୧୩-୯:ବାଲେଶ୍ୱର ସହର ମଠସାହି ମହାବୀର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଜଣେ ପ୍ରଥମଶ୍ରେଣୀ ଛାତ୍ର ଶୌଚାଳୟ ଯାଇଥିବା ବେଳେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଠିକ୍ ଭାବେ ଯାଞ୍ଚ ନ କରି ସ୍କୁଲ ବନ୍ଦ କରି ପଳାଇଯିବା…
୨୫ ଲକ୍ଷ ପର୍ଯ୍ୟନ୍ତ ଟିଡିଏସ୍ ଦାଖଲ ନ କଲେ;ହେବ ନାହିଁ ଫୌଜଦାରୀ ମାମଲା
ନୂଆଦିଲ୍ଲୀ,୧୩-୯: ଟିକସ ପ୍ରଦାନକାରୀଙ୍କୁ ଆଶ୍ୱସ୍ତ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏକ ସର୍କୁଲାର ଜାରି କରିଛି। ଏଣିକି ଜାଣିଶୁଣି ଟିକସ ଫାଙ୍କିବାର ପ୍ରୟାସ, ଆୟକର ରିଟର୍ନ ଦାଖଲ ନ କରିବା ମାମଲାରେ ଏବଂ ସରକାରୀ ରାଜକୋଷରେ ୨୫ ଲକ୍ଷ ଟଙ୍କା…
ଆଜି ପିଓକେ ଯିବେ ଇମ୍ରାନ୍
ଇସ୍ଲାମାବାଦ,୧୩-୯(ପି.ଟି.): ପିଓକେକୁ ନେଇ ଛାନିଆ ହୋଇଯାଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶୁକ୍ରବାର ସେଠାକାର ରାଜଧାନୀ ମୁଜାଫରାବାଦ ଗସ୍ତ କରିବେ। ସେ ସେଠାରେ ସମ୍ବୋଧନ ବେଳେ କଶ୍ମୀର ସମ୍ପର୍କିତ ଏକ ‘ନୀତି ବିବୃତି’ ଜାରି କରିବେ ବୋଲି ଗୁରୁବାର ଇସ୍ଲାମାବାଦ ପକ୍ଷରୁ…
ଜାଲ୍ ଜିଏସ୍ଟି ଇନ୍ଭଏସ;ଦେଶର ୩୩୬ ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ,୧୩-୯: ଦେଶରେ ଜିଏସ୍ଟି ଲାଗୁ ହେବାର ୨ ବର୍ଷ ପରେ ମୋଦି ସରକାର ଜିଏସ୍ଟି ଫାଙ୍କି ବିରୋଧରେ ଦେଶବ୍ୟାପୀ ଚଢ଼ାଉ ଅଭିଯାନ କରିଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବିବୃତି ିଜାରି କରି କୁହାଯାଇଛି ଯେ, ଡାଇରେକ୍ଟୋରେଟ ଜେନେରାଲ ଅଫ୍ ଜିଏସ୍ଟି…
ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍ଟି ଦାୟୀ:ମନମୋହନ
ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ପ୍ରକାଶ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଉଭୟ ଢ଼ାଞ୍ଚାଗତ ଏବଂ ଚକ୍ରିୟ…
ସୀତାରାମନ୍ଙ୍କ ଯୁକ୍ତି ସହ ଏକମତ ନୁହେଁ ମାରୁତି
ନୂଆଦିଲ୍ଲୀ,୧୩-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଓଲା ଓ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍ସକୁ ଦାୟୀ କରିଛନ୍ତି। କିନ୍ତୁ ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ଏଥିରେ ସହମତ ନୁହେଁ। କମ୍ପାନୀର ଜଣେ ଶୀର୍ଷ…
ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ଗୋୟଲ
ନୂଆଦିଲ୍ଲୀ,୧୩-୯: ମହାନ୍ ବୈଜ୍ଞାନିକ ସାର୍ ଆଇଜାକ୍ ନ୍ୟୁଟନ୍ ମାଧ୍ୟାକର୍ଷଣ ଶକ୍ତିକୁ ଖୋଜି ବାହାର କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏହାର ଆବିଷ୍କାରକ ଆଇନ୍ଷ୍ଟାଇନ୍ ବୋଲି ଅଭିହିତ କରିଛନ୍ତି। ଗୋୟଲଙ୍କ ଏହି…
ବ୍ୟାଙ୍କ ମିଶ୍ରଣକୁ ବିରୋଧ;୨୬ରୁ ଦୁଇଦିନିଆ ବ୍ୟାଙ୍କ ୟୁନିୟନ ଧର୍ମଘଟ
ନୂଆଦିଲ୍ଲୀ,୧୩-୯: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଧିକାରୀଙ୍କ ୟୁନିୟନ ପକ୍ଷରୁ ଚଳିତ ମାସ ୨୬ରୁ ଦୁଇଦିିନିଆ ବ୍ୟାଙ୍କ ଧର୍ମଘଟ ଆହ୍ବାନ ଦିଆଯାଇଛି। ସରକାର ୧୦ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ ଗଠନ କରିବାକୁ ନିକଟରେ ଘୋଷଣା କରିଥିଲେ।…
Archives


