ପେପରରେ ଖାଉଛନ୍ତି କି: ଦେଖାଦେଇପାରେ କ୍ୟାନ୍‌ସର ସମସ୍ୟା

ସାଧାରଣତଃ ଲୋକମାନେ ବେଳେବେଳେ ଖବରକାଗଜରେ ଖାଇଥା’ନ୍ତି। ଅଥବା ଆଜିକାଲି ଦୋକାନୀମାନେ ଖବରକାଗଜ ଠୁଙ୍ଗାରେ ଖାଦ୍ୟପଦାର୍ଥ ଗ୍ରାହକଙ୍କୁ ଦେଉଛନ୍ତି। ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହାଦ୍ୱାରା ଗମ୍ଭୀର ସମସ୍ୟା ଦେଖାଯାଇଥାଏ।
ପ୍ରାୟତଃ ରାସ୍ତାକଡ଼ ଦୋକାନଗୁଡ଼ିକରେ ପେପରରେ ଖାଇବାକୁ ଦିଆଯାଇଥାଏ। ମାତ୍ର ଏପରି କରିବା କଥା ନୁହେଁ। ବିଶେଷକରି ଗରମ ଖାଦ୍ୟକୁ ପେପରରେ ରଖିବା ଆଦୌ ଉଚିତ ନୁହେଁ। କାରଣ କାଗଜରେ ପ୍ରିଣ୍ଟିଂ ସ୍ୟାହି ବ୍ୟବହାର କରାଯାଇଥାଏ। ଏହା ଉକ୍ତ ଖାଦ୍ୟରେ ଲାଗିଥାଏ। ଫଳରେ ଆମେ ଖାଇବା ପରେ ତାହା ପେଟକୁ ଯାଇ ରୋଗ ସୃଷ୍ଟି କରିଥାଏ। ପେଟ ଖରାପ ଓ ଇନ୍‌ଫେକ୍‌ଶନ ମଧ୍ୟ ହୋଇଥାଏ।
ଛୋଟ ପିଲାଙ୍କୁ ପେପରରେ ଖାଇବାକୁ ଦେବା ଅନୁଚିତ। ଏହା ସେମାନଙ୍କ ଶାରୀରିକ ବିକାଶରେ ବାଧା ସୃଷ୍ଟି କରିଥାଏ। ଯଦିଓ କୌଣସି କାରଣବଶତଃ ଏହି ସ୍ୟାହି ପେଟକୁ ଯାଇଥାଏ, ତେବେ ମୁଖ କ୍ୟାନ୍‌ସର ଓ ପେଟ କ୍ୟାନ୍‌ସର ହେବାର ଆଶଙ୍କା ଦେଖାଯାଇଥାଏ।
୨୦୧୬ରେ ଦେଶର ଖାଦ୍ୟ ସୁରକ୍ଷା ନିୟାମକ ଏଫ୍‌ଏସ୍‌ଏସ୍‌ଏଆଇ ମଧ୍ୟ ଏହାକୁ କ୍ଷତିକାରକ କହିବା ସହ ଖବରକାଗଜରେ ଖାଉଥିବା ଖାଦ୍ୟ ଶରୀରକୁ କ୍ୟାନ୍‌ସର ଭଳି କ୍ଷତିକାରକ ତତ୍ତ୍ୱ ପହଞ୍ଚାଇଥାଏ ବୋଲି କହିଥିଲେ। ଫୁଡ୍‌ ସେଫ୍ଟି ଅଥରିଟିଙ୍କ କହିବା ଅନୁଯାୟୀ, ଖବରକାଗଜରେ ବ୍ୟବହୃତ ଏହି ସ୍ୟାହି ଶରୀର ପକ୍ଷେ ଅଧିକ କ୍ଷତିକାରକ ହୋଇଥାଏ। ଏହା ପେଟକୁ ଯିବା ଦ୍ୱାରା ଦୃଷ୍ଟିଶକ୍ତି ହ୍ରାସ ସହ ପାଚନତନ୍ତ୍ରର କ୍ଷତି, ହର୍ମୋନାଲ ସନ୍ତୁଳନ ବିଗିଡିଯିବାର ମଧ୍ୟ ଆଶଙ୍କା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri