ପାର୍ଲାମେଣ୍ଟ ଶୀତ ଅଧିବେଶନ ପାଇଁ ବିଜେଡିର ରଣନୀତି: କେନ୍ଦ୍ରୀୟ ଅନୁଦାନ, ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗ ଉପସ୍ଥାପନ କରିବ, ସେନେଇ ବିଜେଡି ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ରାଜ୍ୟ ସଭା ସଦସ୍ୟ ତଥା ବିଜେଡି ଗଣମାଧ୍ୟମ ସଂଯୋଜକ ସସ୍ମିତ୍‌ ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ଜରୁରିକାଳୀନ ପାଣ୍ଠି ବାବଦକୁ ୨୦୨ କୋଟି ଟଙ୍କା ରାଜ୍ୟ ପାଇବାକୁ ବାକି ରହିଛି। ବିଭିନ୍ନ ଯୋଜନା ଏବଂ ଅନୁଦାନରେ ରାଜ୍ୟ ପାଇବାକୁ ଥିବା ୮୧୮ କୋଟି ଟଙ୍କାର ପ୍ୟାକେଜ୍‌ ମଧ୍ୟ ଏଯାବତ୍‌ ପ୍ରଦାନ କରାଯାଇନାହିଁ। ଯଥାଶୀଘ୍ର କେନ୍ଦ୍ର ଏହାକୁ ପ୍ରଦାନ କରୁ ବୋଲି ଦାବି କରାଯିବ। କେନ୍ଦ୍ରୀୟ ଯୋଜନାରେ ଫନୀ ପ୍ରଭାବିତ ଏବଂ ଅନ୍ୟ ହିତାଧିକାରୀଙ୍କୁ ସାମିଲ ସହ ଜିଓ ଟ୍ୟାଗିଂ ପାଇଁ କୁହାଯିବ। ସିବିଏସ୍‌ଇ ଦ୍ୱାରା କରାଯାଇଥିବା ଫି’ ବୃଦ୍ଧିକୁ ପ୍ରତ୍ୟାହାର ନେଇ ଦାବି କରାଯିବ ବୋଲି ସସ୍ମିତ୍‌ କହିଛନ୍ତି। ପିଡିଏସ୍‌ ବାବଦରେ ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ଓଡ଼ିଶାକୁ ୨୧୨୩ କୋଟି, ୨୦୧୮ରୁ ଗତ ସେପ୍ଟେମ୍ବର ସୁଦ୍ଧା ୧୩୪୫ କୋଟି ଟଙ୍କା ଦେବାକୁ ରହିଛି। ଏହି ଅର୍ଥ ଅବିଳମ୍ବେ ପ୍ରଦାନ ପାଇଁ ରାଜ୍ୟ ପକ୍ଷରୁ କୁହାଯିବ। ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଉ। ଏ ସମ୍ପର୍କିତ ବିଲ୍‌ ଗୃହରେ ଆଣିବା ସହ ଗୃହୀତ କରାଇବା ପାଇଁ ବିଜେଡି ଦାବି କରିବ। ସେହିଭଳି ସାରା ରାଜ୍ୟରେ ବ୍ୟାଙ୍କିଙ୍ଗ୍‌ ଏବଂ ଟେଲି ଯୋଗାଯୋଗ, ଜାତୀୟ ରାଜପଥର ଦୈର୍ଘ୍ୟ ବୃଦ୍ଧି ପାଇଁ ପଦକ୍ଷେପ ନେବା ଲାଗି କୁହାଯିବ ବୋଲି ସସ୍ମିତ୍‌ ସୂଚନା ଦେଇଛନ୍ତି।
ଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିର ଅଭାବ ନାହିଁ। ଏହାକୁ ପର୍ଯ୍ୟଟକଙ୍କ ପ୍ରମୁଖ ପସନ୍ଦର ସ୍ଥାନ କରିବାକୁ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବା ଦରକାର ବୋଲି ବିଜେଡି ପକ୍ଷରୁ କୁହାଯାଇଛି। କେନ୍ଦ୍ର ଦ୍ୱାରା ଚିହ୍ନଟ କରାଯାଇଥିବା ୧୭ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଜ୍ୟର ଅନୂ୍ୟନ ୨ଟି ସ୍ଥଳୀକୁ ସ୍ଥାନ ଦେବା ପାଇଁ ଦାବି କରାଯାଇଛି। ଅନୁରୂପଭାବେ ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଦାବି କରାଯିବ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଅତୀତର ଗୌରବଗାଥା ବହନ କରିଥାଏ। ଏହାର ସ୍ମୃତି ବହନ କରୁଥିବା କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟର ମାନ୍ୟତା ଦେବା ପାଇଁ ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯିବ ବୋଲି ସସ୍ମିତ୍‌ କହିଛନ୍ତି। ଅପରପକ୍ଷରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ ମଧ୍ୟ ବିଜେଡି ପକ୍ଷରୁ ଦାବି କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?