ବସଷ୍ଟାଣ୍ଡ୍ରେ ଜଳିଗଲା ୨ ବସ୍
ଯାଜପୁର ରୋଡ୍,୨।୧୨(ନି.ପ୍ର.): ଯାଜପୁର ରୋଡ୍ ବସଷ୍ଟାଣ୍ଡରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବାବେଳେ ନିଆଁ ଲାଗି ୨ଟି ଘରୋଇ ବସ ଜଳିପୋଡ଼ି ଛାର୍ଖାର ହୋଇଯାଇଛି। ଏଥିରେ କାହାରି କୌଣସି କ୍ଷତି ହୋଇ…
ଝି’ର ଚିକିଛା ଲାଗି ଟଁକା ଅଭାବ୍: ସରକାରୀ ସାହାଯ୍ ଆଶ୍ରେ ଗରିବ୍ ମା’ବାପ୍
ପର୍ଲା,୨।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ଗାଁର ତରୁଣି ବିଷି(୫)। ଦିନୁଦିନ୍କେ ତାକର ମୁଡ଼ର ଆକର ସଂଗେ ଉଜନ ବଢ଼ବାରେ ଲାଗିଛେ। ଏନ୍ତାଥି ସେ ବଡ଼ାଦୁଖ୍ ପାଉଛନ୍। ଇଆଡ଼େ ଗରିବ୍ ମା’ବାପ୍ ଟଁକା ପଏସା ଅଭାବୁ ଝି’ର…
୨୦ ମିନିଟ ବନ୍ଦ ରହିଲା ବାଲାଜୀ ମନ୍ଦିର
ହାଇଦ୍ରାବାଦ,୨ା୧୨: ତେଲଙ୍ଗାନାର ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସ୍ବରୂପ ଚିଲ୍କୁର ବାଲାଜୀ ମନ୍ଦିରର ପୂଜକମାନେ ଭକ୍ତମାନଙ୍କ ଲାଗି ଦର୍ଶନ ୨୦ ମିନିଟ ବନ୍ଦ କରିଦେଇଥିଲେ। ସମସ୍ତ ଶ୍ରଦ୍ଧାଳୁ ଓ ପୂଜକ ମନ୍ଦିର ବାହାରେ…
ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି
ହାଇଦ୍ରାବାଦ,୨ା୧୨(ପି.ଟି.): ତେଲଙ୍ଗାନାର ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ବୋଲି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍) ରବିବାର କହିଛନ୍ତି। ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦାବିରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ…
ବିସିସିଆଇ ଏଜିଏମ୍: ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ନିଷ୍ପତ୍ତି; ଆଇସିସି ସିଇସିରେ ଜୟ ଶାହା ପ୍ରତିନିଧିତ୍ୱ କରିବେ
ମୁମ୍ବାଇ,୨।୧୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ବିସିସିଆଇ ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବହୁ…
ଫେକ୍ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ
ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ‘ମାଭିକ୍’ ଡ୍ରୋନ୍କୁ ମିରାକିଲ୍ କହି ତାଙ୍କୁ ଆମେରିକା ଆମନ୍ତ୍ରଣ ପାଇଁ ପଠାଯାଇଥିବା ଚିଠି…
ତାମିଲନାଡୁରେ ପ୍ରବଳ ବର୍ଷା: ୫ ମୃତ
ଚେନ୍ନାଇ,୨ା୧୨: ତାମିଲନାଡୁରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ୬ଟି ଜିଲା ଥିରୁଭାଲୁର, ଭେଲୋର, ଥିରୁଭନମାଲାଇ, ଥୁଥୁକ୍କୁଡି,…
ଆବୁଧାବି ଗ୍ରାଁ ପ୍ରି: ହାମିଲଟନ ଚାମ୍ପିୟନ
ଆବୁଧାବି, ୨।୧୨ (ଏଏଫିପି)- ମର୍ସିଡିଜ ଡ୍ରାଇଭର ବ୍ରିଟେନର ଲୁଇସ୍ ହାମିଲଟନ ଏଠାରେ ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ଫର୍ମୁଲା-୧ ରେସ୍ରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ବର୍ଷର ଶେଷ ଗ୍ରାଁ ପ୍ରିର ଫାଇନାଲ ରେସ୍ରେ ସେ ୧:୩୪:୦୫.୭୧୫ ମିନିଟ ସମୟ ନେଇ…
ସୀମାରେ ବଢ଼ୁଛି ଅନୁପ୍ରବେଶ ଉଦ୍ୟମ: ବିଏସ୍ଏଫ୍ ଡିଜି
ନୂଆଦିଲ୍ଲୀ,୨ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ-ପାକ୍ ସୀମାନ୍ତ ଅଧିକ ସମ୍ବେଦନଶୀଳ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ମହାନିର୍ଦ୍ଦେଶକ କହିଛନ୍ତି। କଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା ଏବଂ…
ତିତ୍ଲିରେ ଧୋଇଯାଇଛି କଳିଙ୍ଗକୁ ରାସ୍ତା: ବର୍ଷକ ପରେ ବି ପଦକ୍ଷେପ ଶୂନ
ପାରଳାଖେମୁଣ୍ଡି,୨ା୧୨(ସ୍ବ.ପ୍ର.)- ୨୦୧୮ ତିତ୍ଲି ବାତ୍ୟାରେ ଗଜପତି ଜିଲା ପ୍ରଭାବିତ ହେବା ସହ ରାୟଗଡ଼ ବ୍ଲକ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ବର୍ଷାରେ ସମସ୍ତ ନଦୀ ନାଳ ଭର୍ତ୍ତି ହୋଇ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରବଳ ବର୍ଷା ଯୋଗୁ ରାୟଗଡ଼…
ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର, ହତ୍ୟା ଘଟଣା: ଅଭିଯୁକ୍ତଙ୍କ ମା’ କହିଲେ ବଳାତ୍କାରୀ ପୁଅକୁ ଜାଳିଦିଅ
ହାଇଦ୍ରାବାଦ,୨ା୧୨: ମୋ ପୁଅ ଯଦି ଅପରାଧ ଘଟାଇଛି, ସେ ମୋ ପାଇଁ କେହି ନୁହେଁ। ସେ ଯଦି ବଳାତ୍କାର ଓ ହତ୍ୟା କରିଛି ତାକୁ ବି ଜାଳିଦିଅ। କାରଣ ଭୁଲକୁ କେବେ ଠିକ୍ ବୋଲି କୁହାଯାଇ ପାରିବ ନାହିଁ। ଦୋଷୀକୁ ଦଣ୍ଡ…
ତୁଟୁନି ଧାନ କିଣାବିକା ସମସ୍ୟା
ବରଗଡ଼ ଅଫିସ୍, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଛି । ଟୋକନ ପାଇବାରୁ ବଞ୍ଚିତ…

