ବସଷ୍ଟାଣ୍ଡ୍‌ରେ ଜଳିଗଲା ୨ ବସ୍‌

ଯାଜପୁର ରୋଡ୍‌,୨।୧୨(ନି.ପ୍ର.): ଯାଜପୁର ରୋଡ୍‌ ବସଷ୍ଟାଣ୍ଡରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବାବେଳେ ନିଆଁ ଲାଗି ୨ଟି ଘରୋଇ ବସ ଜଳିପୋଡ଼ି ଛାର୍‌ଖାର ହୋଇଯାଇଛି। ଏଥିରେ କାହାରି କୌଣସି କ୍ଷତି ହୋଇ ନ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।


ସୂଚନା ଅନୁଯାୟୀ, ସୁଲୋଚନା ଓ ନିରୂପମା ନାମକ ୨ଟି ଘରୋଇ ବସ୍‌ ସବୁଦିନ ପରି ରବିବାର ମଧ୍ୟ କଟକରୁ ଯାତ୍ରୀ ନେଇ ନିର୍ଦ୍ଧାରିତ ସମୟରେ ଯାଜପୁର ରୋଡ୍‌ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଥିଲେ। ପରେ ଯାତ୍ରୀଙ୍କୁ ଛାଡ଼ି ବସ୍‌ ଧୁଆଧୋଇ କରି ଚାଳକ ଓ ହେଲ୍‌ପର ଖାଇବାକୁ ଯାଇଥିଲେ। ବସ୍‌ ୨ଟି ପାଖାପାଖି ରହିଥିଲା। କିଛି ସମୟ ପରେ ଦୁଇଟିଯାକ ବସ୍‌ ଜଳୁଥିବା ଦେଖିବାକୁ ମିଳିଥିଲା। ପରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ବସ୍‌ ୨ଟି ଜଳିଗଲା ତାହା ଏବେ ବି ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଧାନ ରୋଇବା ବେଳେ ବଜ୍ରପାତ, ବିଲରେ ଘଟିଲା ଏମିତି…

ପାତ୍ରପୁର,୯।୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ତଣ୍ଡିପୁର ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ପ୍ରେମଲାଲଙ୍କୁ ଝୁରୁଛନ୍ତି କୋକସରା ବାସୀ, ଅଞ୍ଚଳରେ ଶୋକର ଛାୟା

କୋକସରା,୯।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଁଇଲି ଗ୍ରାମର ପ୍ରେମଲାଲ ସାହୁ (୫୫)ଙ୍କ ପରଲୋକ ହୋଇ ଯାଇଛି ।…

ସିଜିମାଳିରେ ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ, ଶକ୍ତି ପ୍ରଦର୍ଶନ….

​କଲ୍ୟାଣସିଂହପୁର,୯।୮(ଦୀପକ କୁମାର ପରିଡ଼ା): ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ “ମା’ ମାଟି ମାଳି ସୁରକ୍ଷା ମଞ୍ଚ” ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ରବିବାର ପାଳିତ ହୋଇଯାଇଛି ।…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

ସ୍ତ୍ରୀ ଶୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ, ଏବେ ଗଲେ ଜେଲ

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଏ.ଅନ୍ତରା ପାତ୍ର ତାଙ୍କ ସ୍ତ୍ରୀ ଏ.ଶଶି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri