ଘାଟିରେ ଓଲଟିଲା ବିଜୁ ଗାଁ ବସ୍: ୧୨ ଯାତ୍ରୀ ଆହତ
କେନ୍ଦୁଝର, ୧୬ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ସୋମବାର ଏକ ବିଜୁ ଗାଁ ବସ୍ ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।…
ବିଦେଶରେ ମୋଦିଙ୍କ ପାଇଁ ଆୟୋଜିତ ସଫଳ କାର୍ଯ୍ୟକ୍ରମର ପ୍ରଚ୍ଛଦ ନାୟକ ବିଜୟ
ନୂଆଦିଲ୍ଲୀ,୧୬।୯: ବିଦେଶରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ। ଆମେରିକାର ହଷ୍ଟନରେ ସେପ୍ଟେମ୍ବର ୨୨ରେ ‘ହାଓଡି ମୋଦି’(Howdy Modi) କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୫୦ହଜାରରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ…
ଟ୍ରକ୍ ଧକ୍କାରେ ଛାତ୍ରୀ ମୃତ: ଘଟଣାସ୍ଥଳରେ ଉତ୍ତେଜନା
ରସୁଲପୁର, ୧୬।୯(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ଖଣ୍ଡାସ ଛକରେ ସୋମବାର ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ପଞ୍ଚାୟତ ବାଲିହୁଡା ଗ୍ରାମର ରୂପାଲି…
ଅନ୍ଲାଇନରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍କୁ ମିଳିଛି ସର୍ବାଧିକ ଭ୍ୟୁୟର୍ସ
ଦୁବାଇ,୧୬।୯(ପିଟି): ଚଳିତବର୍ଷ ଅନୁଷ୍ଠିତ ପୁରୁଷ ଦିନିକିଆ ବିଶ୍ୱକପ୍ରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା। ଆଇସିସି ଟୁର୍ନାମେଣ୍ଟ ମଧ୍ୟରୁ ୨୦୧୯ ବିଶ୍ୱକପ୍ର ସିଧାପ୍ରସାରଣ ସମଗ୍ର ବିଶ୍ୱରେ ହାରହାରି ୧.୬ ବିଲିୟନ ଲୋକେ ଦେଖିଛନ୍ତି। ଏହା ଯେକୌଣସି ଆଇସିସି ଇଭେଣ୍ଟର ଭ୍ୟୁୟର୍ସ…
ପାଶଓ୍ବାନଙ୍କ ନୀତୀଶ ପ୍ରେମ
ପାଟନା,୧୬।୯: କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି। ପାଶଓ୍ବାନ କହିଛନ୍ତି ନୀତୀଶ ସେପର୍ଯ୍ୟନ୍ତ ଆମର କ୍ୟାପଟେନ ହୋଇ ରହିବେ ଯେପର୍ଯ୍ୟନ୍ତ ଭାଜପା ତା’ର ନୂଆ କ୍ୟାପଟେନକୁ…
ଦିଲ୍ଲୀ ଆସୁଛନ୍ତି ଦିଦି: ମୋଦିଙ୍କ ସହ ହୋଇପାରେ ସାକ୍ଷାତକାର
କୋଲକାତା,୧୬।୯: ଦୀର୍ଘ ଦିନରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ମନୋମାଳିନ୍ୟ ରହିଛି। ଏପରିକି ମମତା ମୋଦିଙ୍କ କୌଣସି କାର୍ଯ୍ୟକୁ ସମର୍ଥନ ମଧ୍ୟ କରନ୍ତି ନାହିଁ। ଏହି କ୍ରମରେ ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ…
ମଦ ପିଇ ୧୦ ଦିନରେ ୪୨୬ ଡ୍ରାଇଭର ଗିରଫ
ଭୁବନେଶ୍ୱର, ୧୬।୯(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି କ୍ରମେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଏଣିକି ଗିରଫ କରାଯାଇଛି। ଓଡ଼ିଶାରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ମୁତାବକ ଏ…
ମୋଦିଙ୍କ ବିରୋଧରେ ସ୍ବର ନ ଉଠାଇବାକୁ ଇମ୍ରାନଙ୍କୁ କହିଲେ ମୁସଲମାନ ଦେଶ
ଇସ୍ଲାମାବାଦ,୧୬।୯: ବିଶ୍ୱର ପ୍ରଭାବଶାଳୀ ମୁସଲମାନ ଦେଶ ପାକିସ୍ତାନକୁ ଭାରତ ବିରୋଧରେ ସ୍ବର ଉଠାଇବାକୁ ବାରଣ କରିଛନ୍ତି। ସେମାନେ କହିଛନ୍ତି ଭାରତ ବିରୋଧରେ କହିବା ଅପେକ୍ଷା ଭାରତ ସହ ବ୍ୟାକଡୋର ଡିପ୍ଲୋମାସି ଆରମ୍ଭ କରିବା ଦରକାର। ଏହାସହ ମୋଦିଙ୍କ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ…
କଲରାପତରିଆ ବାଘର ମୃତଦେହ ଉଦ୍ଧାର
ଆଠଗଡ଼, ୧୬।୯(ଡି.ଏନ୍.ଏ.): କଟକ ଜିଲା ଆଠଗଡ଼ ରେଞ୍ଜ ଅନ୍ତର୍ଗତ ତିଗିରିଆ ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ସୋମବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ମୃତ ବାଘକୁ ଅଣାଯାଇ ତିଗିରିଆ ଫରେଷ୍ଟ ଅଫିସରେ ରଖାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର…
ଜେଲ୍ ଗଲେ ଫାରୁକ
ଶ୍ରୀନଗର,୧୬।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଅନୁଯାୟୀ ସୋମବାର ଗିରଫ କରାଯାଇଛି। ଏଥିସହ ତାଙ୍କୁ ଯେଉଁ ସ୍ଥାନରେ ରଖାଯିବ ତାହାକୁ ଏକ ନିର୍ଦ୍ଦେଶ ଜରିଆରେ ଅସ୍ଥାୟୀ ଜେଲ୍ ଭାବେ ଘୋଷଣା କରାଯିବ। ଏହି ଆକ୍ଟ ଅନୁସାରେ…
ମ୍ୟାଚ୍ ଫିକ୍ସିଂ ସୁରାକ ପାଇଲା ବିସିସିଆଇ
ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣି ମ୍ୟାଚ୍ ଫିକ୍ସିଂ ସୁରାକ ପାଇଛି। ତାମିଲନାଡୁ ପ୍ରିମିୟର ଲିଗ୍ (ଟିଏନ୍ପିଏଲ)ରେ ମ୍ୟାଚ୍ ଫିକ୍ସିଂ ହୋଇଥିବାର କିଛି ଖେଳାଳି ଅଭିଯୋଗ କରିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିସିସିଆଇର ଆଣ୍ଟି…
ଆର୍ଥିକ ମାନ୍ଦାବସ୍ଥା: ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଲେ ବାମପନ୍ଥୀ
ନୂଆଦିଲ୍ଲୀ,୧୬।୯: ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ ବାମପନ୍ଥୀ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେପ୍ଟେମ୍ବର ୨୦ରେ ଏନେଇ ବାମପନ୍ଥୀ ଦଳଗୁଡ଼ିକର ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଦେଶରେ ନିଯୁକ୍ତି ନ ପାଇ ଯୁବକମାନେ ବେକାର ବୁଲୁଥିବାବେଳେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତି ଯୋଗୁ…
Archives


