Home Left

ସିକ୍ୟୁଏଲ ଫିଲ୍ମରେ ଅଭିନୟ କରିବେ ଜନ୍‌

ମୁମ୍ବାଇ; ଜନ୍‌ ଅବ୍ରାହମ୍‌ ତାଙ୍କ ଦମ୍‌ଦାର ଅଭିନୟ ଓ ଆକ୍ସନ ପାଇଁ ବେଶ ଚର୍ଚ୍ଚିତ। କିଛିଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଫ୍ଲୋରକୁ ଆସିଥିଲା। ଯଦିଓ ଏହା ବକ୍ସ ଅଫିସରେ ଭଲ ବିଜନେସ୍‌ କରିପାରି ନ ଥିଲା ତେବେବି…

ଆବଶ୍ୟକ ପଡ଼ିଲେ ସ୍ଥିତି ଅନୁଧ୍ୟାନ ଲାଗି ଜମ୍ମୁ-କଶ୍ମୀର ଯିବି: ଗୋଗୋଇ

ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀରର ସ୍ଥିତି କିପରି ରହିଛି ସେ ନେଇ ସ୍ଥାନୀୟ ହାଇକୋର୍ଟକୁ ସୂଚନା ଦେବାକୁ ସୁପ୍ରିମ୍‌କୋର୍ଟ ପକ୍ଷରୁ କୁହାଯାଇଛି। ସେଠାରେ ୧୦ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଜେଲ୍‌ ପଠାଯାଉଥିବା ଏକ ଆବେଦନର ବିଚାର କରି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ…

କାର୍ତ୍ତିକଙ୍କ କ୍ଷମାପ୍ରାର୍ଥନା ଗ୍ରହଣ କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୯(ପିଟି): ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ବିନା ସର୍ତ୍ତମୂଳକ କ୍ଷମାପ୍ରାର୍ଥନାକୁ ସୋମବାର ବିସିସିଆଇ ସ୍ବୀକାର କରିଛି। ସେ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ଦଳର ଡ୍ରେସିଂ ରୁମ୍‌ରେ ମ୍ୟାଚ୍‌ ଦେଖିଥିଲେ। ସେ ଏଭଳି କରି କେନ୍ଦ୍ରୀୟ ଚୁକ୍ତିର ନିୟମ ଭଙ୍ଗ କରିଥିଲେ।…

ଅଭିନୟରେ ରୁଚି ରଖନ୍ତି ମୋଦି

ନୂଆଦିଲ୍ଲୀ,୧୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଜଣେ ଟାଣୁଆ ନେତା ଭାବେ ବେଶ୍‌ ପରିଚିତ। ହେଲେ ମୋଦିଙ୍କ ବିଷୟରେ ଅନେକ କଥା ଆଜିବି ଅଜଣା ହୋଇ ରହିଛି। ମୋଦିଙ୍କ ଜୀବନ ସହ ଯୋଡି ହୋଇଥିବା ବହୁତ କିଛି କଥା ଅନେକଙ୍କୁ ଜଣା…

ଫୁଟ୍‌ବଲ ମ୍ୟାଚ୍‌ରେ କୁନି ପ୍ରଶଂସକଙ୍କ ଉପରେ ହେଲା କଣ୍ଢେଇ ବର୍ଷା

ଡେ କୁଇପ (ନେଦରଲାଣ୍ଡ),୧୬।୯: ଏଠାରେ ରବିବାର ଡେନ ହାଗ ଓ ଫେଇନୁର୍ଡ କ୍ଲବ ମଧ୍ୟରେ ଅନୁଷ୍ଠିତ ଇରେଡିଭାଇଜ ଲିଗ୍‌ ମ୍ୟାଚ୍‌ରେ କୁନି ଦର୍ଶକଙ୍କ ଉପରେ କଣ୍ଢେଇ ବର୍ଷା ହୋଇଛି। ଏହି ମ୍ୟାଚ୍‌ ଉପଭୋଗ କରିବା ପାଇଁ ରୋଟେର୍ଡାମ ସୋଫିଆ ଶିଶୁ ମେଡିକାଲର…

ଭୋପାଳରେ ପୂଜା ହେବେନି ୬ ଫୁଟ୍‌ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି

ଭୋପାଳ,୧୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରରେ ଗତ ଗଣେଶ ପୂଜା ସମୟରେ ହୋଇଥିବା ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଏଥର ଭୋପାଳରେ ୬ ଫୁଟ୍‌ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି ପୂଜା କରାଯିବ…

କୋଇଲା ଅଭାବ: ଟିଟିପିଏସ୍‌ର ୩ଟି ୟୁନିଟ୍‌ ବନ୍ଦ

ତାଳଚେର,୧୬ା୯(ନି.ପ୍ର.): କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ଗୋଟି ୟୁନିଟ ରବିବାର ସନ୍ଧ୍ୟାରୁ ବନ୍ଦ ହୋଇଛି। ଫଳରେ ଉକ୍ତ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉପତ୍ାଦନ ହ୍ରାସ ପାଇଛି । ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଉ ଅଧିକ…

କ୍ୱାର୍ଟର୍ସ ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ: ବାଚସ୍ପତି

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ି ନାହାନ୍ତି। ତେଣୁ ତୁରନ୍ତ କ୍ୱାର୍ଟରସ ଛାଡ଼ିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ପାତ୍ର ପୂର୍ବତନ ବିଧାୟକମାନଙ୍କୁ ନୋଟିସଜାରି…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନିମାପଡ଼ା,୧୬।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଜଳସେଚନ ବିଭାଗ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନିମାପଡ଼ାସ୍ଥିତ ବାସଭବନ, ସରକାରୀ ଅଫିସ, କ୍ୱାର୍ଟର୍ସ  ସମେତ ବଳଙ୍ଗା…

ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ ଟିଡିପି ଓ ଅନ୍ୟ ଦଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ସୋମବାର ସକାଳେ କୋଡେଲା…

ଆମେରିକାର ୪୬ ହଜାର ଅଟୋ ସେକ୍ଟର କର୍ମଚାରୀଙ୍କ ଧର୍ମଘଟ: ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିଲା

ଓ୍ବାଶିଂଟନ, ୧୬।୯ : ଆମେରିକାର ୪୬ ହଜାର ଅଟୋ ସେକ୍ଟର କର୍ମଚାରୀ ସୋମବାରଠାରୁ ଧର୍ମଘଟ ଆରମ୍ଭ କରିଛନ୍ତି। କର୍ମଚାରୀମାନେ ଜେନେରାଲ ମୋଟର କମ୍ପାନୀ ବିରୋଧରେ ଧର୍ମଘଟ କରିଛନ୍ତି। କମ୍ପାନୀ ଗତ ୪ ବର୍ଷ ଧରି କର୍ମଚାରୀଙ୍କ ସହିତ କରିଥିବା ବିଭିନ୍ନ ବୁଝାମଣା…

ବନ୍ଧୁକ ଦେଖାଇ ଶ୍ରେଣୀଗୃହରୁ ଶିକ୍ଷୟିତ୍ରୀଙ୍କଠାରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ତିର୍ତ୍ତୋଲ,୧୬।୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକଙ୍କ ଠାରୁ ସୋମବାର ବନ୍ଧୁକ ଦେଖାଇ ସୁନାହାର ନେଇ ଯାଇଛନ୍ତି ଦୁର୍ବୃତ୍ତ। ସେ ଆଜି ସକାଳେ ଶ୍ରେଣୀରେ ପଢ଼ାଉଥିବା ସମୟରେ ଦୁଇଜଣ ଯୁବକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri