Home Left

ଯିଏ ଯେତେ ବିରୋଧ କଲେ ବି ସିଏଏ ହେବନି ପ୍ରତ୍ୟାହାର: ଶାହ

ନୂଆଦିଲ୍ଲୀ,୨୧।୧: ଦେଶର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହୋଇଛି। ଏହାକୁ କେତେକ ବିରୋଧ କରୁଛନ୍ତି। ତେବେ ଯିଏ ଯେତେ ବିରୋଧ କଲେ ବି ସିଏଏ ପ୍ରତ୍ୟାହାର ହେବନି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଉତ୍ତରପ୍ରଦେଶର ଲକ୍ଷ୍ନୌର ବଙ୍ଗଳା ବଜାରସ୍ଥିତ ରାମକଥା ପାର୍କରେ…

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ: ଅଧ୍ୟାପକଙ୍କୁ କୋର୍ଟଚାଲାଣ

କଣ୍ଟାପଡା,୨୧।୧(ଡି.ଏନ୍‌.ଏ.): ଟ୍ୟୁଶନ ଲାଗି କୋଚିଂ ସେଣ୍ଟରକୁ ଯାଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଓଲଟପୁର ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫକରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଧ୍ୟାପକ ହେଲେ କଟକ ଜିଲ୍ଲା ଅଡଶପୁର ଉଦୟନାଥ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ…

ବିଦ୍ୟୁତ୍‌ ବିଲ୍‌ ଦେଇଥିବା ଭିକ୍ଷୁକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ୍‌,୨୧।୧: ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବା ଉପଭୋକ୍ତା ଉପରେ ସେସୁ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଦ୍ୟୁତ ବିଲ୍‌ ପଇଠ ଲାଗି ସେସୁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ବିଲ୍‌ ପଇଠ କରି ଭଦ୍ରକର…

୩ ଜିଲାର ସହରାଞ୍ଚଳ ଉନ୍ନୟନ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଛତ୍ରପୁର, ୨୧।୧(ଡି.ଏନ୍‌.ଏ.): ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଜିଲାରେ ଥିବା ସହରାଞ୍ଚଳଗୁଡ଼ିକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁର ସ୍ଥିତ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ଗୃହ ନିର୍ମାଣ ଓ…

୧୦ କେଜି ହରିଣ ମାଂସ ଜବତ: ଜଣେ ଗିରଫ

ମହାକାଳପଡ଼ା,୨୧।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତଘର ପଞ୍ଚାୟତର ସ୍ଥାନୀୟ କଂସାରିଡ଼ିହ ପ୍ରସ୍ଥାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମଙ୍ଗଳବାର ୧୦ କେଜି ହରିଣ ମାଂସ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨…

ଦିଲ୍ଲୀରେ ବିଏସ୍‌ପି ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ସାଜିବେ ମାୟାବତୀ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କୁ ଜନତାଙ୍କ ସହ ନିକଟତର କରିବା ଏବଂ ନିର୍ବାଚନ ଜିତାଇବା ପାଇଁ ବିଭିନ୍ନ ଦଳର ମୁଖ୍ୟ କସରତ କରୁଥିବା ଦେଖିବାକୁ…

ହୋଟେଲରେ ୮ ପର୍ଯ୍ୟଟକଙ୍କ ମୃତ୍ୟୁ

କାଠମାଣ୍ଡୁ,୨୧।୧: ନେପାଳର ଦାମନରେ ଏକ ହୋଟେଲରେ ୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ କେରଳର ବୋଲି କୁହାଯାଉଛି। ମକଓ୍ବାନପୁରର ଏସ୍‌ପି ସୁଶୀଲ ସିଂ ରାଥୋଡ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ପରିଚୟ ମିଳି ନ ଥିବା…

କେତେ ଉପକାରୀ ବାସି ରୁଟି

ବାସି ରୁଟି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ। ଏଥିପାଇଁ ଆମେ ରାତିର ବାସି ରୁଟିକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିଥାଉ। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣନ୍ତୁ ସେ ସମ୍ପର୍କରେ… * ଡାଇବେଟିସ୍‌ ରୋଗୀଙ୍କ ପାଇଁ ବାସି…

ଅଫଜଲ ଗୁରୁଙ୍କୁ କରାଯାଇଥିଲା ବଳିର ଛେଳି: ସୋନୀ ରାଜଦାନ୍‌

ମୁମ୍ବାଇ,୨୧।୧: ଆତଙ୍କବାଦୀଙ୍କ ସହିତ ଡିଏସ୍‌ପି ଦାବିନ୍ଦର ସିଂଙ୍କ ସମ୍ପର୍କ ପ୍ରସଙ୍ଗରେ ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ସୋନୀ ରାଜଦାନଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନୀ କହିଛନ୍ତି ଯେ, ପାର୍ଲାମେଣ୍ଟ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ଅଫଜଲ ଗୁରୁଙ୍କୁ ବଳିର ଛେଳି…

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯାଉ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯିବା ନିମନ୍ତେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ସର୍ବଶକ୍ତିମାନ ପ୍ରତିନିଧି।…

ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି

ପୁରୀ ଅଫିସ୍‌, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ମଙ୍ଗଳବାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ଥିବା ଦକ୍ଷିଣ ପାର୍ଶ୍ୱ ମଠର ବ୍ୟବସାୟିକ…

‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ସମ୍ମାନରେ ସମ୍ମାନୀତ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଫିଟନେସ୍‌ କୁଇନ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ପୁରସ୍କାର ୨୦୧୯ରେ ସମ୍ମାନୀତ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି କରିଥିବା ଉଦ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?