Home Left

ରକ୍ତବର୍ଣ୍ଣ ହେଲା ଦକ୍ଷିଣ କୋରିଆ ନଦୀ, ଜାଣନ୍ତୁ କାରଣ

ଉତ୍ତର-ଦକ୍ଷିଣ କୋରିଆ ସୀମାରେ ଥିବା ଏକ ନଦୀ ରକ୍ତବର୍ଣ୍ଣ ହୋଇଯାଇଛି। କାରଣ ଏହି ଦେଶରେ ଆଫ୍ରିକା ସ୍ବାଇନ୍‌ ଜ୍ୱର ବ୍ୟାପିଛି। ତେଣୁ ଏହାକୁ ରୋକିବା ପାଇଁ ଦକ୍ଷିଣ କୋରିଆ ପ୍ରଶାସନ ୪୭୦୦୦ ଘୁଷୁରିଙ୍କୁ ମାରିବା ପାଇଁ ଆଦେଶ ଦେଇଛି। ବର୍ଷା ଯୋଗୁ…

ବିଶ୍ୱର ଭୟଙ୍କର ଜୀବ, ଛୁଇଁଲେ ହୋଇଯିବ ମୃତ୍ୟୁ

ବିଶ୍ୱରେ ଏମିତି କିଛି ଜୀବ ଅଛନ୍ତି, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ମାତ୍ର ଘାତକ ସଦୃଶ। ଆମେ ଆପଣଙ୍କୁ ଡରାଇବାକୁ ଚାହୁଁନୁ କେବଳ ସାବଧାନ କରାଇ ଦେଉଛୁ। ଏମିତି ଏକ ଜୀବ ଅଛି, ଯାହାକୁ ଛୁଇଁବା ମାତ୍ରେ ମୃତ୍ୟୁ ଘଟିବ। ଏହାର…

ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜିଦ୍‌ରେ ଅଟଳ ଭାଜପା: ବେକରେ କଳା ଗାମୁଛା ପକାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସଦସ୍ୟଙ୍କ ଧାରଣା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଭାଜପା ସିବିଆଇ ତଦନ୍ତ ଦାବି କରିିଆସୁଛି। ଲଗାତାର ତିନି ଦିନ ଧରି ଭାଜପା ବିଧାୟକମାନେ ଜିଦ୍‌ରେ…

ଆତଙ୍କବାଦୀ ସନ୍ଦେହରେ ୫ ଗିରଫ

ଜମ୍ମୁ,୧୬।୧୧: ଜମ୍ମୁ-କଶ୍ମୀରରେ ସୋପେର ଓ ବାରମୂଳା ଜିଲାରେ ଶନିବାର ଆତଙ୍କବାଦୀ ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ଏପର୍ଯ୍ୟନ୍ତ…

ଶିବସେନା, କଂଗ୍ରେସ, ଏନ୍‌ସିପିର ରାଜ୍ୟପାଳଙ୍କ ସହ ହୋଇ ପାରିଲାନି ସାକ୍ଷାତ୍‌

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିବା ବେଳେ ଏବେ କିନ୍ତୁ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ପାଗ ଭିଡୁଥିବା ଆଲୋଚନାର ବିଷୟ ପାଲଟିଛି। ଶନିବାର ଅପରାହ୍ନରେ କୃଷକ ସମସ୍ୟାକୁ ନେଇ ଶିବସେନା, କଂଗ୍ରେସ ଓ ଏନ୍‌ସିପି ରାଜ୍ୟପାଳ…

ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦ ଟଙ୍କାରୁ କମ୍‌ ଦେଇ ରାତ୍ରିଯାପନ କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର ଫୁକୁଓକୋ…

ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ ପ୍ରକାଶିତ ଭୁଲତଥ୍ୟ ପ୍ରତିବାଦରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଣ୍ଟାପଡା,୧୬।୧୧(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଓଡ଼ିଆ ପତ୍ରିକା ‘ଆମ ବାପୁଜୀ ଏକ ଝଲକ’ରେ ଗାନ୍ଧିଜୀଙ୍କ ମୃତ୍ୟକୁ ଆକସ୍ମିକ ବୋଲି ଦର୍ଶାଯାଇଥିଲା। ଏହାର ପ୍ରତିବାଦରେ ଗ୍ରାମୀଣ ସେବକ ସମାଜ ପକ୍ଷରୁ କଣ୍ଟାପଡା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ସର୍ବାଧିକ ଥର ଇନିଂସ ବିଜୟ ହାସଲ କରିଥିବା ଭାରତୀୟ ଅଧିନାୟକ କୋହଲି

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ଓ ୧୩୦ ରନ୍‌ରେ ଜିତି ନେଇଛି। ଏହା ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳର ଦଶମ ଇନିଂସ ବିଜୟ। ଏଥିସହିତ ଭାରତୀୟ…

ଗଜପତି ମହାରାଜାଙ୍କ ଭ୍ରମଣ ପୁସ୍ତକ ‘ମାଜେଷ୍ଟିକ୍‌ ମାରା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଭ୍ରମଣ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। କେନିଆର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ପୁସ୍ତକର ଶୀର୍ଷକ ‘ମାଜେଷ୍ଟିକ୍‌ ମାରା’ ରଖାଯାଇଛି। ଉନ୍ମୋଚନ ସମୟରେ କେନିଆ ଜାତୀୟ ଆସେମ୍ବ୍ଲିର…

ଭାରତର ଇନିଂସ ବିଜୟ

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ୧୩୦ ରନ୍‌ରେ ଜିତି ନେଇଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମ୍ୟାଚ୍‌ରେ ମାତ୍ର ୩ ଦିନରେ ବିଜୟ ହାସଲ କରିଛି।…

ଦେଶର ଆର୍ଥିକ ସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଶନିବାର ତାଙ୍କ ବାସଭବନରେ ଏକ ବୈଠକର ଆୟୋଜନ କରାଯାଇଛି। ଆସନ୍ତା ୩୦ରେ କଂଗ୍ରେସ ମୋଦି ସରକାରଙ୍କୁ ଘେରିବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି। ତେବେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ…

ଭାଜପା ବିକ୍ଷୋଭକାରୀଙ୍କୁ ଠେଙ୍ଗା ଧରି ଗୋଡ଼ାଇଲେ କଂଗ୍ରେସକର୍ମୀ

ଭୋପାଳ,୧୬।୧୧: ରାଫାଲ ଯୁଦ୍ଧ ବିମାନ ପୁନର୍ବିଚାର ଆବେଦନ ଖାରଜ ହେବା ପରେ ମଧ୍ୟପ୍ରଦେଶ ଦେବାସରେ ଭାଜପା ବିକ୍ଷୋଭକାରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାନା ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ କେତେକ କଂଗ୍ରେସକର୍ମୀ ସେମାନଙ୍କୁ ଠେଙ୍ଗାଧରି ଗୋଡ଼ାଇଥିବା ଅଭିଯୋଗ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri