କଳା, କଳାକାରଙ୍କ ଭୂମି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨(ବ୍ୟୁରୋ): ଯୁଗ ଯୁଗ ଧରି ଓଡ଼ିଶା ନିଜର ଉତ୍କୃଷ୍ଟ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଆସିଛି। ବୌଦ୍ଧ ଯୁଗର କଳା ଐତିହ୍ୟ ଏବେ ବି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୋଭାପାଉଛି। ଐତିହାସିକ, ରାଜନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆନ୍ଦୋଳନ ମାଧ୍ୟମରେ ରାଜ୍ୟର ଚିତ୍ରକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟକଳା, ସଙ୍ଗୀତ ଓ ନୃତ୍ୟ ଏକ ନୂତନ ପରିଚୟ ପାଇଛି। ବିଶ୍ୱ ଦରବାରରେ ଓଡ଼ିଶାର ମନ୍ଦିର କଳାକୃତି ଏବଂ ସଂସ୍କୃତି ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। କଳାର ଏହି ଜୀବନ୍ତ ପରମ୍ପରାକୁ ନେଇ ଓଡ଼ିଶା କଳା ଓ କଳାକାରର ଭୂମିଭାବେ ପରିଚିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯତୀନ ଦାସ ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ) ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ଠାରେ ତ୍ରୟୋଦଶ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଥିଲେ।
କଳାକାରମାନେ ହେଉଛନ୍ତି ସୃଜନଶୀଳତାର ପୂଜକ। ମାଟି କଣ୍ଢେଇ ବିକ୍ରି କରୁଥିବା ଜଣେ ସାମାନ୍ୟ ଶିଳ୍ପୀ ବି କଳାକୁ ଜୀବନ୍ତ ରୂପ ଦେଇଥାଏ। କଳାକୁ ସୃଷ୍ଟିକରେ ଓ ତାହାକୁ ଭଲପାଏ। ଚିତ୍ରକଳା, ସ୍ଥାପତ୍ୟକଳା, ତାରକସି, ପିତଳ ଓ ଟେରାକୋଟା କାମ, ମାଟି କଣ୍ଢେଇ ଭଳି କଳାକୃତିରେ ଆମ କାରିଗରି ଓ ହସ୍ତକଳା ପ୍ରତିଫଳିତ ହୋଇଥାଏ। ଏଥିରେ ଆମ କାରିଗରଙ୍କ ପରିକଳ୍ପନା ଓ ସୃଜନଶୀଳତାର ଝଲକ ଦେଖିବାକୁ ମିଳିଥାଏ। ଜେଡିସିଏ ଓଡ଼ିଶାର ପ୍ରାଚୀନ କଳାକୃତିକୁ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷଣ କରି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲୁପ୍ତପ୍ରାୟ କଳାର ପୁନରୁଦ୍ଧାର ପାଇଁ ଏହି ସେଣ୍ଟର ବିଭିନ୍ନ ପଦକ୍ଷେପ ନେଇଛି। ୧୩ବର୍ଷ ଧରି ଏହି ଫିଲ୍ମ ଉତ୍ସବ ରାଜ୍ୟ ଏବଂ ଦେଶର କଳାକୁ ସଂରକ୍ଷଣ କରି ରଖିବା ନିମନ୍ତେ ପ୍ରୟାସ ଜାରିରଖିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସିଏମ୍‌ଓର ମୁଖ୍ୟ ପରାମର୍ଶଦାତା ଆର୍‌. ବାଲ୍‌କ୍ରିଷ୍ଣନ୍‌ ଯୋଗଦେଇ କହିଥିଲେ, ବିଶ୍ୱକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ କଳା ନିକଟରେ ରହିଛି। ଓଡ଼ିଶା ଏକ କଳାର ରାଜ୍ୟ। ରାଜ୍ୟର ଜନଜାତି ଚିତ୍ରକଳାରୁ ଆରମ୍ଭକରି ପାରମ୍ପରିକ ପରିବେଷଣ କଳା ପର୍ଯ୍ୟନ୍ତ, ଏହାର ଖ୍ୟାତି ଦେଶ ଏବଂ ଦେଶ ବାହାରେ ରହିଛି। ଜେଡିସିଏ ସେହି କଳା ଏବଂ ସଂସ୍କୃତିର ପରମ୍ପରାକୁ ଆଉପାଦେ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ କହିଥିଲେ। ଅନ୍ୟତମ ଅତିଥିଭାବେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ କଳା ଓ କଳାକାରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରାଚୀନ କଳାକୁ ବର୍ତ୍ତମାନର ପିଢ଼ିଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଥିବା ସେ କହିଥିଲେ। ସେହିଭଳି ଚଳିତବର୍ଷ ଏହି ଚଳଚ୍ଚିତ୍ର ଉତ୍ସବରେ ଏକାଧିକ ଓଡ଼ିଆ ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହେବା ଗୌରବର ବିଷୟ ବୋଲି ସେ କହିଥିଲେ।
ଉତ୍ସବ ପ୍ରାରମ୍ଭରେ ଜେଡିସିଏ ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଜେଡିସିଏ ଟ୍ରଷ୍ଟି ତଥା ବିଶିଷ୍ଟ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ନନ୍ଦିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜେଡିସିଏ ଉପାଧ୍ୟକ୍ଷ ସିଦ୍ଧାର୍ଥ ଦାସ, ପୂର୍ବତନ ବୈଦେଶିକ ସଚିବ ତଥା ରାଷ୍ଟ୍ରଦୂତ ଲଳିତ ମାନସିଂ, ଉତ୍ସବ ନିର୍ଦ୍ଦେଶକ ଅରୁଣା ବାସୁଦେବ, ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ସ୍ଥପତି ଅଦ୍ୱୈତ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଇଆଇଏମ୍‌ସିର ପୂର୍ବତନ ଡିଜି ତଥା ବିଶିଷ୍ଟ ଖବର ଉପସ୍ଥାପକ ସୁନୀତ ଟଣ୍ଡନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ କଳା, ସ୍ଥାପତ୍ୟ ଓ ଡିଜାଇନ୍‌ ଉପରେ ଆଧାରିତ ୧୭ ଦେଶର ୪୮ ଫିଲ୍ମ ପ୍ରଦର୍ଶିତ ହେବ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଉତ୍ସବର ମିଡିଆ ପାର୍ଟନର୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri