ଆମେରିକା ତାଗିଦ୍କୁ ଭୟ ନାହିଁ: ପୁଣି ଆଣବିକ ପରୀକ୍ଷଣ କଲା ଉତ୍ତରକୋରିଆ
ଓ୍ବାଶିଂଟନ, ୧୫।୧୨: ଆମେରିକା ତାଗିଦ୍କୁ ଭୟ ନ କରି ଉତ୍ତରକୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିଛି। ସୋହେ ସ୍ଥିତି ପରୀକ୍ଷଣ କେନ୍ଦ୍ରରେ ଏହା କରାଯାଇଛି। ଆମେରିକା-ଉତ୍ତରକୋରିଆ ମଧ୍ୟରେ ଆଣବିକ ପରୀକ୍ଷଣ ନେଇ ହୋଇଥିବା ଚୁକ୍ତିର ଏହା ଅବମାନନା ବୋଲି କୁହାଯାଉଛି।…
ସ୍ବଚ୍ଛ ଭୁବନେଶ୍ୱର ପାଇଁ ଅଭିନବ ନିଷ୍ପତ୍ତି: ୫ଶହ ଗ୍ରାମ୍ ପ୍ଲାଷ୍ଟିକ୍ ଦେଲେ ‘ଆହାର’ ମିଲ୍
ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ସ୍ବଚ୍ଛ ସହର ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଜୋର୍ଦାର ଉଦ୍ୟମ ଚଳାଇଛି। ଶୁକ୍ରବାର ସହରବାସୀଙ୍କୁ ସଚେତନ କରିବାକୁ ସ୍ବଚ୍ଛତା ରଥ ପରିକ୍ରମା ଆରମ୍ଭ କରିଥିବାବେଳେ ସହରକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଶନିବାର ଆଉଏକ…
ମେରାଇନ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉଦ୍ଘାଟିତ
କୋଣାର୍କ, ୧୫।୧୨(ଡି.ଏନ.ଏ): କୋଣାର୍କ-ପୁରୀ ବେଳାଭୂମି ରାସ୍ତାର ସାହୁଖଣତା ଠାରେ ଗୁଜରାଟର ରାନ୍ ଉତ୍ସବ ଢାଞ୍ଚାରେ ଆୟୋଜିତ ‘ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ’କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡ଼ାଇ ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳରେ ଥିବା ପର୍ଯ୍ୟଟକ…
ପଡିଗଲେ ମୋଦି: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଗଙ୍ଗା କାଉନସିଲ ବୈଠକରେ ଯୋଗ ଦେବାକୁ ଶନିବାର କାନପୁରରେ ପହଞ୍ଚିଥିଲେ। ସେଠାରେ ସେ ‘ନମାମି ଗଙ୍ଗା’ ପ୍ରୋଜେକ୍ଟର ସମୀକ୍ଷା କରିଥିଲେ। ଏହାପରେ ସେ ଗଙ୍ଗା ବ୍ୟାରେଜର ଅଟଳ ଘାଟ ପାହାଚରେ ପଡିଯାଇଥିବାର ଏକ ଭିଡିଓ…
ପ୍ରେମିକାଙ୍କୁ ମନେଇବା ପାଇଁ ଯୁବକ ଟାଣିଲେ ୨୧୮ ଟନ୍ ଓଜନର ଟ୍ରେନ୍
ବ୍ଲାଡ଼ିଭୋସ୍ତକ,୧୫।୧୨: ପ୍ରେମରେ ପଡ଼ିଲେ କେତେକ ଅତି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବସନ୍ତି ବୋଲି କୁହାଯାଏ। ତାହାର ସଦ୍ୟତମ ଉଦାହରଣ ରୁଷିଆର ବ୍ଲାଡ଼ିଭୋସ୍ତକ ସହରରେ ଦେଖିବାକୁ ମିଳିଛି। ୩୪ ବର୍ଷ ବୟସ୍କ ଇଭାନ୍ ସୌକିନ୍ ନିଜ ପ୍ରେମିକାଙ୍କୁ ମନେଇବା ପାଇଁ ୨୧୮ ଟନ୍ ଓଜନର…
ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ବାତୀ
ନୂଆଦିଲ୍ଲୀ,୧୫।୧୨: ଦୀର୍ଘ ଦିନ ହେବ ମହିଳା ସୁରକ୍ଷାକୁ ନେଇ ଅନଶନରେ ବସିଥିବା ଦିଲ୍ଲୀ ମହିଳା କମିଶନର ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ରବିବାର ସକାଳୁ ସେ ବେହୋସ୍ ହୋଇଯିବାରୁ ତାଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ…
କମୁଛି ଅଭିବୃଦ୍ଧି, ବଢୁଛି ଋଣ ଭାର: ଆନ୍ଧ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗଠାରୁ ପଛରେ ଓଡ଼ିଶା
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଋଣ ୩ ଗୁଣା ହୋଇଛି। ଚଳିତବର୍ଷ ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୨୩ ହଜାର ୫୮୪ କୋଟି ଟଙ୍କାର ଋଣ କରିଛନ୍ତି। ପ୍ରତ୍ୟେକ ବର୍ଷ ହାରାହାରି ୧୦ ହଜାର କୋଟି ଟଙ୍କାର…
ଆଜି ୫ ଜିଲାରେ ବର୍ଷା ସମ୍ଭାବନା: ତିନିଦିନ ପ୍ରବଳ କୁହୁଡ଼ି, ୧୬ରୁ ଖସିବ ପାରଦ
ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଡିସେମ୍ବର ଅଧା ହେଲାଣି। ଏଯାଏ ରାଜ୍ୟରେ ଶୀତର ପ୍ରକୋପ ନାହିଁ। ରବିବାର ୫ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଗକୁ ପାରଦ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, ଦେବଗଡ଼,…
ଜାମାଇକାର ଟୋନି-ଅନ୍ ସିଂ ମିସ୍ ଓ୍ବାଲର୍ଡ
ଲଣ୍ଡନ,୧୫ା୧୨ : ଜାମାଇକାର ଟୋନି-ଅନ୍ ସିଂ(୨୩) ଶନିବାର ୨୦୧୯ର ମିସ୍ ଓ୍ବାଲର୍ଡ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ବିଶ୍ୱର ୧୧୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ବିରଳ ସଫଳତା ହାସଲ କରିଛନ୍ତି। ଭାରତୀୟ…
ରାହୁଲ ଜିନ୍ନା ଅଧିକ ଯୁକ୍ତିଯୁକ୍ତ: ଭାଜପା
ନୂଆଦିଲ୍ଲୀ,୧୫ା୧୨(ପି.ଟି.): ଭାରତ ବଚାଓ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ସଭରକର ନୁହେଁ, ଗାନ୍ଧୀ ବୋଲି କହିଥିବାରୁ ଏହାକୁ ନେଇ ଭାଜପା ଓ ଶିବସେନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁସଲମାନ ତୁଷ୍ଟୀକରଣ ରାଜନୀତି କରୁଥିବା କଂଗ୍ରେସ ନେତାଙ୍କ ନାଁ…
ସିଏଏକୁ ନେଇ ଶିବସେନା ସହ ସାଲିସ ପାଇଁ ଭାଜପା ପ୍ରସ୍ତୁତ
ନାଶିକ,୧୫ା୧୨(ଆଇଏଏନ୍ଏସ୍): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) କାର୍ଯ୍ୟକାରିତାକୁ ନେଇ ଶିବସେନା ଯଦି ସହଯୋଗୀ ଦଳଠାରୁ ସମସ୍ୟାର ସମ୍ମୁଖୀନ ହୁଏ ତେବେ ମହାରାଷ୍ଟ୍ର ଭାଜପା ଉକ୍ତ ଦଳ ସହ ରାଜନୈତିକ ସାଲିସ ପାଇଁ ପ୍ରସ୍ତୁତ ବୋଲି ସୂଚନା ଦେଇଛି। ଦେଶ ତଥା ମହାରାଷ୍ଟ୍ରର…
ପଶ୍ଚିମବଙ୍ଗରେ ତେଜିଲା ସିଏଏ ବିରୋଧୀ ଆନ୍ଦୋଳନ: ୫ ଟ୍ରେନ୍,୧୫ ବସ୍ ଜାଳିଦେଲେ;ଆସାମରେ ତେଲ ଟ୍ୟାଙ୍କର
ନୂଆଦିଲ୍ଲୀ/କୋଲକାତା,୧୫ା୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଉତ୍ତରପୂର୍ବାଞ୍ଚଳରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମେ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟକୁ ବ୍ୟାପିଲାଣି। ପଶ୍ଚିବବଙ୍ଗ ମୁର୍ଶିଦାବାଦ ଜିଲାର ଲାଲ୍ଗୋଲା ଷ୍ଟେଶନରେ ଶନିବାର ବିକ୍ଷୋଭକାରୀ ୫ଟି ଖାଲି…
Archives


