ପୋଷଣ ପାଇଁ ‘ସୋପାନ’ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର,୯।୩(ବ୍ୟୁରୋ): ମହିଳା ଏବଂ ଶିଶୁଙ୍କ ପୋଷଣଗତ ବିକାଶକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇ ଆସୁଛନ୍ତି। ନିକଟରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ବତନ୍ତ୍ର ପୋଷଣ ବଜେଟ୍‌ ଆଗତ କରିଛନ୍ତି। ପୋଷଣ କାର୍ଯ୍ୟକ୍ରମଜନିତ ଲକ୍ଷ୍ୟ ହାସଲ ପାଇଁ ଷ୍ଟ୍ରାଟେଜି ଫର୍‌ ଓଡ଼ିଆସ୍‌ ପାଥ୍‌ ୱେ ଟୁ ଆସଲେରେଟେଡ୍‌ ନ୍ୟୁଟ୍ରିଶନ୍‌ (ଏସ୍‌ଓପିଏଏନ୍‌- ସୋପାନ) ଯୋଜନାର ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ୨୨ ଜିଲାରେ ଥିବା ୧୨୫ ବ୍ଲକକୁ ଏକକ ଭାବେ ଧରାଯାଇଛି। ଏହି ସବୁ ଅଞ୍ଚଳରେ ୬ ବର୍ଷରୁ କମ୍‌ ଶିଶୁ, କିଶୋରୀ ବାଳିକା ଓ ଗର୍ଭବତୀ ଏବଂ ପ୍ରସୂତି ଉପକୃତ ହେବେ।
ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକା ଓ ଗର୍ଭବତୀ ମହିଳାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଅତିରିକ୍ତ ଗରମ ଖାଦ୍ୟ ବ୍ୟବସ୍ଥା କରାଯିବ। ୩ ବର୍ଷରୁ କମ୍‌ ପିଲାଙ୍କ ପୁଷ୍ଟି ପରିଚାଳନା, ଅତିଶୟ ପୁଷ୍ଟିହୀନତା ପାଇଁ ସ୍ବତନ୍ତ୍ର ଗୋଷ୍ଠୀଗତ ପଦକ୍ଷେପ, ଅପହଞ୍ଚ ଇଲାକାରେ ପଡ଼ାପୁଷ୍ଟି କାର୍ଯ୍ୟକ୍ରମ, ଘର ଖାଦ୍ୟକୁ ଅଧିକ ଭିଟାମିନ୍‌ ଓ ପୁଷ୍ଟିକର କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ସେହିଭଳି ଅର୍ଦ୍ଧବାର୍ଷିକ ଓଜନ ଦିବସରେ ପ୍ରତ୍ୟେକ ଶିଶୁଙ୍କର ଓଜନ ସହ ଦୃଷ୍ଟିହୀନ ଶିଶୁଙ୍କ ଉପରେ ପ୍ରତ୍ୟକ୍ଷ ନଜର ରଖାଯିବ। ଅପହଞ୍ଚ ଇଲାକାରେ ପୁଷ୍ଟିସଖୀ ନାମରେ ଗୋଷ୍ଠୀଗତ ମାନବ ସମ୍ବଳ ମୁତୟନ କରାଯିବ। ଅନୁରୂପ ଭାବେ ପୁଷ୍ଟିସାଧନରେ ପଞ୍ଚାୟତକୁ ସାମିଲ କରି ଉନ୍ନତ ପଞ୍ଚାୟତଗୁଡ଼ିକୁ ପୁରସ୍କାର ଦିଆଯିବାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମର ପରିଚାଳନା କରୁଥିବା ଅଙ୍ଗନୱାଡି କର୍ମୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ପ୍ରଶିକ୍ଷଣ, ୩୬୦ ଡିଗ୍ରୀର ପୁଷ୍ଟି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, ପୁରୁଷମାନଙ୍କୁ ନିୟୋଜିତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ସେହିପରି ଆର୍ଥିକ ଦୃଷ୍ଟିକୋଣରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଡିଏମ୍‌ଏଫ୍‌, ଓମ୍‌ବାଡାକ୍‌ ସହ ସମନ୍ବୟ ରଖାଯିବ। ଜିଓ ଟ୍ୟାଗିଂ ଏବଂ ଏ ସମ୍ପର୍କିତ ଆପ୍‌ର ବ୍ୟବହାର, ପୁଷ୍ଟି ସମ୍ପର୍କିତ ଗବେଷଣା ଓ ପରିସଂଖ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟକ୍ରମକୁ ଅଧିକ ସଫଳ କରିବା ପାଇଁ ବିଭିନ୍ନ ସଂସ୍ଥାର ସହଭାଗିତା ନିଆଯାଇଛି। ଏହି ସଂସ୍ଥାଗୁଡିକ ହେଉଛି- ଅଜିମ୍‌ ପ୍ରେମ୍‌ଜୀ ଫିଲାନଥ୍ରୋପିକ୍‌ ଇନିସିଏଟିଭ୍‌ (ଏପିପିଆଇ), ସେଣ୍ଟ୍ରାଲ ଫୁଡ୍‌ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏଫ୍‌ଟିଆର୍‌ଆଇ), ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର ନ୍ୟୁଟ୍ରିଶନ୍‌ (ଏନ୍‌ଆଇଏନ୍‌), ୱାଲର୍‌ଡ ଫିଶ୍‌, ୱାଲର୍‌ଡ ଫୁଡ୍‌ ପ୍ରେଗ୍ରାମ (ଡବ୍ଲ୍ୟୁଏଫ୍‌ପି), ୟୁନିସେଫ୍‌ ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?