କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ
ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି। ବିମାନଟି ଉଡାଣ ଭରୁଥିବାବେଳେ ଏକ ଦୁଇ ମହଲା କୋଠାରେ ବାଜି ଏଭଳି…
ଆଳୁ, ପିଆଜ ଚିନ୍ତା: ଅଧିକ ଗଚ୍ଛିତ କଲେ ବ୍ୟବସାୟୀଙ୍କୁ ହେବ ଦଣ୍ଡ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଗତ ୩ ମାସ ହେବ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ରହିଛି। ଖୁଚୁରା ବଜାରରେ କିଲୋ ପିଛା ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ନୂଆ ପିଆଜ ମାର୍କେଟକୁ ସେତେ ପରିମାଣରେ ଆସି ନାହିଁ। ତୁର୍କିରୁ ମଗାଯାଇଥିବା ପିଆଜ…
ପାକିସ୍ତାନ ସେନା ମୁଖପାତ୍ରଙ୍କ ଟୁଇଟ୍କୁ ଓଡ଼ିଆ ନେତାଙ୍କ ସମାଲୋଚନା
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବା ବାହାନାରେ ପାକିସ୍ତାନ ସେନା ମୁଖପାତ୍ର ତଥା ମେଜର ଜେନେରାଲ ଆସିଫ ଗଫୁର ଓଡିଶାକୁ ବୁଧବାର ଟାର୍ଗେଟ କରିଥିଲେ। ସେ ହିନ୍ଦୁତ୍ୱ ଆସକ୍ତ ରାଜ୍ୟର ଖ୍ରୀଷ୍ଟ ଧର୍ମାବଲମ୍ବୀ ବୋଲି କହି ଓଡିଶାକୁ ଟାର୍ଗେଟ କରିଛନ୍ତି। ତେବେ ହଠାତ୍…
ଉତ୍ତର ଭାରତରେ ପ୍ରବଳ ଶୀତଲହରୀ: ଟ୍ରେନ ସେବା ବ୍ୟାହତ
ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବାବେଳେ ସର୍ବାଧିକ ୧୩.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା ଏବଂ କୁହୁଡି…
ସାମାଜିକ ଉତ୍ସବ ନେଇ ପ୍ରଦୂଷଣ ଚିନ୍ତା: ଏନ୍ଜିଟିଙ୍କ ଉଦ୍ବେଗ
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ବିବାହ, ବ୍ରତ, ଜନ୍ମ ଦିନ ସମାରୋହ, ମେଳା ମହୋତ୍ସବ ଆଦି ସାମାଜିକ କାର୍ଯ୍ୟକ୍ରମ ବେଳେ ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୁ, ଜଳ, ମାଟି ଆଦି ପ୍ରଦୂଷଣ ହେଉଛି। ଏହା ଉପରେ କାହାର ନଜର ରହୁ ନାହିଁ। ଏଭଳି ପ୍ରଦୂଷଣକୁ…
ଆନ୍ଧ୍ରପ୍ରଦେଶର ୩ ରାଜଧାନୀ ଫର୍ମୁଲା: ଆଜି ଲାଗିପାରେ ମୋହର, ଅମରାବତୀରେ ୧୪୪ ଧାରା ଜାରି
ହାଇଦ୍ରାବାଦ,୨୭।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସରକାର ରାଜ୍ୟରେ ତିନି ରାଜଧାନୀ କରିବାର ଯୋଜନା ଉପରେ ଶୁକ୍ରବାର ମୋହର ଲଗାଇପାରନ୍ତି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୩ ରାଜଧାନୀ ଉପରେ ମୋହର ଲାଗିବାର…
ବଞ୍ଚାଇଦେଲେ ଆର୍ପିଏଫ୍ କନ୍ଷ୍ଟେବଳ
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ)ନିଶ୍ଚିତ ବଡ଼ ବିପଦରୁ ବର୍ତ୍ତିଗଲେ ଜଣେ ରେଳ କର୍ମଚାରୀ ବିଜନ କୁମାର ପୁରକୀତ୍। ତାଙ୍କ ଜୀବନ ବଞ୍ଚାଇଦେଲେ ଭୁବନେଶ୍ୱର ଆର୍ପିଏଫ୍ କନ୍ଷ୍ଟେବଳ ଏନ୍.ବି. ରାଓ। ଗୁରୁବାର ଭୁବନେଶ୍ୱର ରେଳ ଷ୍ଟେଶନର ପ୍ଲାଟଫର୍ମ-ନଂ.୨ରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା। ଅପରାହ୍ନ…
ଉତ୍ତମ ପ୍ରଶାସନ ଯୋଗାଇବାରେ ବିଫଳ ହେଉଛି ରାଜ୍ୟ: ଗୁଡ୍ ଗଭର୍ନାନ୍ସରେ ଓଡ଼ିଶାର ସ୍ଥାନ ୧୪
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଉତ୍ତମ ପ୍ରଶାସନିକ ସୁବିଧା ଯୋଗାଇବା ସହ ସରକାରୀ ଯୋଜନାଗୁଡ଼ିକର ଲାଭ ଲୋକଙ୍କ ନିକଟରେ କିଭଳି ପହଞ୍ଚୁଛି ସେ ନେଇ କେନ୍ଦ୍ର ସରକାର ଉତ୍ତମ ପ୍ରଶାସନ ମାପକାଠି(ଗୁଡ୍ ଗଭର୍ନାନ୍ସ ଇଣ୍ଡେକ୍ସ) ରିପୋର୍ଟ ପ୍ରକାଶ କରିଛନ୍ତି। ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏ…
ସାନ୍ତ୍ରାଗାଛି-ପାରାଦୀପ ଏକ୍ସପ୍ରେସ ୩ ମାସ ବାତିଲ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ସାନ୍ତ୍ରାଗାଛି-ପାରାଦୀପ ସାପ୍ତାହିକ ଏକ୍ସପ୍ରେସ ୩ ମାସ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ଆସନ୍ତା ବର୍ଷ ୬ ଜାନୁୟାରୀଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ପଟରୁ ଏହି ଏକ୍ସପ୍ରେସ ବାତିଲ୍ ରହିବ ବୋଲି ଦକ୍ଷିଣ-ପୂର୍ବ…
୨୦୨୦ କମିଶନରେଟ୍ ପୋଲିସ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯, ଆଉ ଆସିବ ୨୦୨୦। ତେବେ ୨୦୧୯ରେ କମିଶନରେଟ ପୋଲିସକୁ ଅନେକ ମାମଲାରେ ସଫଳତା ମିଳିଥିବାବେଳେ କେତେକ କ୍ଷେତ୍ରରେ ବିଫଳତାର ସ୍ବାଦ ଚାଖିବାକୁ ପଡିଛି। ଏହି ସଫଳତା ଓ ବିଫଳତାକୁ ନେଇ…
ମୋ’ ବସ୍ ଓ ଘରୋଇ ବସ୍ କର୍ମଚାରୀଙ୍କ ମଧ୍ୟରେ ବିବାଦ: ୩ ଘଣ୍ଟା ବନ୍ଦ ରହିଲା ବସ୍ ଚଳାଚଳ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ବସ୍ଷ୍ଟାଣ୍ଡରେ ଗୁରୁବାର ମୋ’ ବସ୍ କର୍ମଚାରୀ ଓ ଘରୋଇ ବସ୍ କର୍ମଚାରୀଙ୍କ ମଧ୍ୟରେ ବିବାଦ ଘଟି ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ପ୍ରାୟ ୩ ଘଣ୍ଟା ଧରି ବସ୍ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଥିଲା।…
ଅନିଲ ଜେନା ହତ୍ୟା ମାମଲା: ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ଖଣି ମାଫିଆ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଫେରାର ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡିଲେ ଜଣେ ଖଣି ମାଫିଆ। ସେ ହେଲେ ଖୋର୍ଦ୍ଧା କୁମାରବସ୍ତ ଅଞ୍ଚଳର ରାଜେଶ ବରାଳ ଓରଫ ପିଣ୍ଟା। ସେ ଖୋର୍ଦ୍ଧା ଚୋରା ପଥର ଚାଲାଣ ମାମଲାରେ…
Archives


