Home Left

ବିଦାୟ ନେଲା କାର୍‌ଗିଲ ଯୁଦ୍ଧର ‘ହିରୋ’ ମିଗ୍‌-୨୭ ବିମାନ

ଯୋଧପୁର, ୨୭।୧୨: କାର୍‌ଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍‌-୨୭କୁ ଶୁକ୍ରବାର ଭାରତୀୟ ବାୟୁସେନାରୁ ବିଦାୟ ଦିଆଯାଇଛି। ଏହି ଲଢୁଆ ବିମାନଟି ଦୀର୍ଘ ୩ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥିଲା। ଭାରତୀୟ ବାୟୁସେନାର ‘ବାହାଦୁର’ ନାମରେ ପରିଚିତ ଏହି…

ଖୁବ୍‌ ଶୀଘ୍ର ସାକ୍ଷୀଗୋପାଳ ମନ୍ଦିରର ଉନ୍ନତୀକରଣ

ସାକ୍ଷୀଗୋପାଳ,୨୭।୧୨(ଡି.ଏନ୍‌.ଏ.): ଚାରିଧାମ ତୀର୍ଥଯାତ୍ରାରେ ଶ୍ରୀକ୍ଷେତ୍ର ଆସୁଥିବା ତୀର୍ଥଯାତ୍ରୀମାନେ ସାକ୍ଷୀଗୋପାଳ ମନ୍ଦିରକୁ ଆସିଥାନ୍ତି। ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ପୀଠର ବିକାଶ ଜରୁରୀ। ପୁରାତନ ଅଧ୍ୟାତ୍ମିକ ପୀଠ ସାକ୍ଷୀଗୋପାଳ ମନ୍ଦିରକୁ ଶ୍ରୀକ୍ଷେତ୍ର ଭଳି ବିକାଶ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ନୂଆବର୍ଷରୁ ଜୋର୍‌ ଧରିବ ଉଚ୍ଛେଦ ଅଭିଯାନ

ପୁରୀ ଅଫିସ,୨୭।୧୨: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସକାଶେ ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିଧି ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ଏହାର କାମ ମଧ୍ୟ ଆରମ୍ଭ ହୋଇଯାଇଛି। ୫ଟି ମଠ, କେତେକ ଘରୋଇ ଓ…

ବିଦ୍ୟୁତ୍‌ ଆଘାତରେ ନାବାଳକଙ୍କ ମୃତ୍ୟୁ ଘଟଣା: ୪ ସପ୍ତାହରେ କ୍ଷତିପୂରଣ ଦେବାକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): କଟକ ଜିଲା ବାଙ୍କୀର ନାବାଳକ ଶଙ୍କର ନାୟକଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟଣା ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଫେବୃୟାରୀ ମାସରେ ଏହି ମାମଲାର ବିଚାର କରି କମିଶନ ମୃତକଙ୍କ ପରିବାରକୁ…

ବିବାଦ ପିଛା ଛାଡୁନି: ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଓଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ପିଛା ଛାଡ଼ୁନି ବିବାଦ। ପ୍ରଥମେ ପ୍ରେମ ନାଁରେ ପ୍ରେମିକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେବା ଅଭିଯୋଗରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କ ନାମରେ ଆଉ ଜଣେ ଯୁବକ ବ୍ରହ୍ମପୁରର ପପୁନ ମହାରଣା ଆଣିଛନ୍ତି ଏକ ଠକେଇ…

ସିନ୍ଧୁଙ୍କ ହୃଦୟ ନାହିଁ

ଭାରତୀୟ ତାରକା ମହିଳା ଶଟଲର ପି. ଭି. ସିନ୍ଧୁଙ୍କ ହୃଦୟ ନାହିଁ। ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ଚାମ୍ପିୟନ ଖେଳାଳିଙ୍କ ପୂର୍ବତନ କୋଚ୍‌ କିମ୍‌ ଜି ହ୍ୟୁନ। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ରେ ଦୁଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି…

ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗୁରୁବାର ରାତିରେ କୁଶଲଙ୍କ ଘରୁ ତାଙ୍କର…

ଉଚ୍ଛେଦ ନ ସରୁଣୁ ତରବରିଆ ନିର୍ମାଣ: ପୂର୍ତ୍ତ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ

ପୁରୁଣା ଭୁବନେଶ୍ୱର,୨୭।୧୨(ଡି.ଏନ.ଏ.): ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଠିକ୍‌ ଭାବେ ସରିନାହିଁ। ଏଭଳିସ୍ଥଳେ ସମସ୍ତ ନୀତିନିୟମକୁ ଦଳିମକଚି ରାତିଅଧିଆ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଯେଉଁଠାରେ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟ କରାଯାଉଛି ସେଠାରେ ନିୟମ ପୂର୍ବକ…

ଭୁବନେଶ୍ୱରରେ କର୍ନାଟକ ବସ୍‌ ଜଳିବା ଘଟଣା: ଆରଟିଓରୁ ମାଲିକଙ୍କ ତଥ୍ୟ ଆଣିବ ପୋଲିସ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ): ଶହୀଦନଗର ଇମ୍ପା ପାର୍କ ନିକଟରେ ତାମିଲନାଡୁର କଳା ତାଲିକାଭୁକ୍ତ ବସ୍‌ ଜଳିବା ଘଟଣାରେ ରହସ୍ୟ ବଢିବାରେ ଲାଗିଛି। ପୋଲିସ ବସ୍‌ ମାଲିକଙ୍କ ପତ୍ତା ପାଉ ନ ଥିବାବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ବସ୍‌ରେ କିଏ ଓ…

ଉତ୍ତରପ୍ରଦେଶରେ ହାଇଆଲର୍ଟ: ୧୫ ଜିଲାରେ ଇଣ୍ଟରନେଟ ବନ୍ଦ, ଲକ୍ଷ୍ନୌରେ ଏସଏମ୍‌ଏସ୍‌ ସେବା ଉପରେ ଲାଗିଲା କଟକଣା

ଲକ୍ଷ୍ନୌ,୨୭।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦେଶରେ ଉତ୍ତେଜନା ଥମିବାର ନାଁ ନେଉନି। ଶୁକ୍ରବାର ନମାଜ ପାଠକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନମାଜ ପାଠ ପୂର୍ବରୁ ରାଜ୍ୟର ୧୫ଟି ଜିଲାରେ ଇଣ୍ଟରନେଟ ସେବା…

ଦେବାଳୟର ସ୍ମୃତିଚିହ୍ନ ବହନ କରୁଥିବାରୁ ଦେଉଳସାହି

କଟକ ଅଫିସ, ୨୭।୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ବାଉନ ବଦଳରେ ଶହେ ବଜାର, ହଜାରେ ଗଳି ସୃଷ୍ଟି ହେଲାଣି ତଥାପି କଟକ ସହିତ ଏହି ଢଗଟି ଚିରକାଳଧରି ଅମର ରହିଛି। ପ୍ରାଚୀନ ଏହି ସହରର…

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ‘ଧରିତ୍ରୀ’ର ଖବରଦାତା ପ୍ରଶାନ୍ତ ଦାଶଙ୍କ ଭାଇ ପ୍ରଭାତ ଦାଶ (୬୨)ଙ୍କ ଗୁରୁବାର ପରଲୋକ ହୋଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ସେ ଓଡ଼ିଶା ଜର୍ନାଲିଷ୍ଟ୍‌ ୟୁନିଅନ ସଭାପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri