Home Left

ଅନିଶ୍ଚିତତାରେ କନିଆଁନୁକା ନାଳ କଲଭର୍ଟ ନିର୍ମାଣ: କଷ୍ଟ ଭୋଗୁଛନ୍ତି ୱାର୍ଡବାସୀ, ଯାତ୍ରୀ

ଚମ୍ପୁଆ, ୫ା୧(ଡି.ଏନ୍‌.ଏ.)- ଚମ୍ପୁଆ ଏନଏସି ଗଠନ ହେବାର ୫ ବର୍ଷ ପୂରିବାକୁ ଆଉ ଅଳ୍ପ କିଛି ମାସ ବାକି ରହିଥିବା ବେଳେ ୱାର୍ଡବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ୱାର୍ଡବାସୀ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ…

ରାଣୀତାଲରେ ଦୁର୍ଘଟଣା, ଭିଡ଼ରେ ଫସିଲେ ମନ୍ତ୍ରୀ: ଗଳାପୋଲ ଦାବି ଜଣାଇଲେ ଆନ୍ଦୋଳନକାରୀ

ଭଦ୍ରକ ଅଫିସ, ୫।୧- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଶନିବାର ଏହି ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଏପରି ସ୍ଥିତିରେ ଶନିବାର ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥରେ କାମ କରୁଥିବା କନଷ୍ଟ୍ରକ୍‌ସନର ଦୁଇଜଣ କର୍ମଚାରୀ…

ବର୍ଷାରେ ଭିଜିଲା ଅମଳ ଧାନ

ବନ୍ତ,୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜାଇଛି। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବାବେଳେ ଏବେ ଅଦିନିଆ ବର୍ଷା ଦାଉ ସାଧୁଛି।…

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପ୍ରତିବାଦରେ ସହର ପରିକ୍ରମା

ବାଲେଶ୍ୱର ଅଫିସ, ୫।୧-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି), ନୂତନ ପଦ୍ଧତିରେ ଜନଗଣନା (ଏନ୍‌ଆରପି)କୁ ବିରୋଧ କରି ବାଲେଶ୍ୱର ପ୍ରୋଗ୍ରେସିଭ୍‌ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଶନିବାର ସୁନହଟସ୍ଥିତ ଦରଘା ମଇଦାନରୁ ଶତାଧିକ…

ଖଇରା ବଜାରରେ ବାରମ୍ବାର ଦୁର୍ଘଟଣା: ପ୍ରତିବାଦରେ ରାସ୍ତା ଅବରୋଧ

ଖଇରା, ୫।୧(ଡି.ଏନ.ଏ.)-ସୋର-କୁପାରୀ ରାଜ୍ୟ ରାଜପଥର ଖଇରା ବଜାରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ କ୍ରମାଗତ ଦୁର୍ଘଟଣା ଘଟୁଛି। ରାସ୍ତାରେ ବାଲି ଜମା ହେବା ଯୋଗୁ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହାର ପ୍ରତିବାଦ କରି ଶନିବାର ସ୍ଥାନୀୟ ବ୍ୟବସାୟୀ ଓ…

ମଧୁମେହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଅଟାର ରୁଟି: ଖାଇଲେ ନିୟନ୍ତ୍ରଣରେ ରହିବ ସୁଗାର

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଉକ୍ତ କାରଣରୁ ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ, କିଡ୍‌ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଉପଶମ ପାଇଁ…

ଏନ୍‌ଏଲ୍‌ୟୁରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ପାଇଁ ୨୫% ସିଟ୍‌ ସଂରକ୍ଷଣ

କଟକ ଅଫିସ,୪ା୧- ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌ ଝାବେରୀଙ୍କର ଶନିବାର ଥିଲା କାର୍ଯ୍ୟକାଳର ଅନ୍ତିମ ଦିବସ। ଏହି ଶେଷ ଦିନରେ ଜଷ୍ଟିସ ଝାବେରୀ ରାଜ୍ୟ ପାଇଁ ଏକ ବଡ଼ ଖୁସି ଖବର ଆଣି ଦେଇଛନ୍ତି। କଟକ ଜିଲା ନରାଜସ୍ଥିତ…

ପୌର ଟିକସ ବୃଦ୍ଧି ଲାଗି ମ୍ୟୁନିସିପାଲ ପ୍ରିମିୟର ଲିଗ୍‌

ଭୁବନେଶ୍ୱର, ୪।୧(ବ୍ୟୁରୋ): ପୌରସଂସ୍ଥା ଗୁଡିକର ରାଜସ୍ବ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ’ମ୍ୟୁନିସିପାଲ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଆୟୋଜନ ପାଇଁ ସ୍ଥିର ହୋଇଛି। ଅମୃତ ଯୋଜନା ଅନ୍ତର୍ଗତ ସହର ଗୁଡିକରେ କିଭଳି…

ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୫ ମୃତ

ଝାନ୍‌ସି,୪ା୧(ପି.ଟି.): ଉତ୍ତରପ୍ରଦେଶର ଝାନ୍‌ସି ଜିଲା ଅନ୍ତର୍ଗତ ଲକ୍ଷ୍ମଣପୁରା ଗ୍ରାମରେ ଶନିବାର ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ୫ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ଲାଗି ଝାନ୍‌ସି ମେଡିକାଲ କଲେଜ ହସ୍ପିଟାଲରେ…

ପ୍ରଶିକ୍ଷଣ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ଭୋପାଳ,୪ା୧(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶର ସାଗର ସହରରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ ବିମାନର ୨ ପାଇଲଟ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚିମେସ୍‌ ଏକାଡେମୀର ଏହି ପ୍ରଶିକ୍ଷଶ ବିମାନ ଘନ କୁହୁଡ଼ି ଯୋଗୁ ଏଭଳି ଦୁର୍ଘଟଣାର…

ଛାତ୍ରୀଙ୍କ ତଣ୍ଟି କାଟିଥିବା ଶିକ୍ଷକ ପଶ୍ଚିମବଙ୍ଗରୁ ଗିରଫ

ଭୋଗରାଇ, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଦେହୁର୍ଦ୍ଦା ଗ୍ରାମର ବିଶ୍ୱଜିତ୍‌ ନାଥ (୨୮) ନାମକ ଟ୍ୟୁଶନ ଶିକ୍ଷକ ଯୁକ୍ତ ୨ କଲେଜ ଛାତ୍ରୀଙ୍କୁ ଗତ ୨ ତାରିଖ ରାତିରେ ତଣ୍ଟି କାଟି ଫେରାର ହୋଇଯାଇଥିଲେ। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର…

ଅପହୃତା ନାବାଳିକା ଉଦ୍ଧାର: ଅଭିଯୁକ୍ତ ଗିରଫ

ରୂପ୍‌ସା, ୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଶନିବାର ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଦୀପକ ମାଝିଙ୍କୁ ଗିରଫ କରିଛି। ତାଙ୍କ ଘର ବାହାର୍ଦ୍ଦା ଗ୍ରାମରେ। ଏଥିସହ ଅଭିଯୁକ୍ତଙ୍କ ଘରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri