ନଗଦ ଉପଲବ୍ଧରେ ହେବନି ଅସୁବିଧା

ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ବ୍ୟାଙ୍କ ଜରୁରିକାଳୀନ ସେବା ମଧ୍ୟରେ ରହିଥିବାରୁ ଶାଖାଗୁଡିକୁ ବନ୍ଦ କରାଯାଇନାହିଁ। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ବଜାରରେ ନଗଦ ଉପଲବ୍ଧତା ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଉପଲବ୍ଧି କରିବା ସହ ଲୋକଙ୍କୁ ଠିକ୍‌ ସମୟରେ ଯେଭଳି ନଗଦ ଉପଲବ୍ଧ ହେବ ସେ ନେଇ ପଦକ୍ଷେପ ନେବେ ବୋଲି ଜଣାପଡିଛି। ଏହି ପ୍ରସଙ୍ଗରେ ବ୍ୟାଙ୍କଗୁଡିକ ସହ ଆଲୋଚନା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ସୂଚନା ଦେଇଛନ୍ତି। ବ୍ୟାଙ୍କଗୁଡିକ ନଗଦ ପ୍ରବାହକୁ ଜାରି ରଖିବା ସହ ସମସ୍ତଙ୍କ ନିକଟରେ ନଗଦ ଉପଲବ୍ଧ କରାଇବାକୁ ବ୍ୟାଙ୍କଗୁଡିକ ସହ ଆଲୋଚନା କରିବେ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।
ଏହାବାଦ କ୍ୟାଶ୍‌ ନେବା ଆଣିବା ଦିଗରେ ରାଜ୍ୟ ସ୍ତରରେ ଯେଭଳି କୌଣସି ଅସୁବିଧା ନ ହୁଏ ତାଙ୍କୁ ମଧ୍ୟ ସରକାର ଧ୍ୟାନରେ ରଖିଛନ୍ତି। କ୍ୟାଶ, ବ୍ୟାଙ୍କର, ଭେଣ୍ଡର ଏବଂ ବ୍ୟାଙ୍କ ମିତ୍ରମାନଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ କୌଣସି ଅସୁବିଧା ନ ହେଲା ଭଳି ବିକଳ୍ପ ବାହାର କରିବା ନିମନ୍ତେ ରାଜ୍ୟଗୁଡିକ ସହ ଆଲୋଚନା କରିବା ଲାଗି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କରୋନା ଲକ୍‌ଡାଉନ ଯୋଗୁ ଲୋକମାନଙ୍କ ସୁବିଧା ଲାଗି ସରକାର ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ ସହ ଗରିବ ଲୋକ, ଦିବ୍ୟାଙ୍ଗ, ବିଧବା, କୃଷକ, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଘୋଷଣା କରିଛନ୍ତି। ବର୍ତ୍ତମାନର କଷ୍ଟ ସମୟରେ ମଧ୍ୟ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଉଥିବାରୁ ସୀତାରାମନ ବ୍ୟାଙ୍କ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ସୂଚନା ମୁତାବକ ଶୁକ୍ରବାର ୧.୦୫ ଲକ୍ଷ ବ୍ୟାଙ୍କ ଶାଖା ଖୋଲା ରହିଥିଲା। ବ୍ୟାଙ୍କ ଶନିବାର ଏବଂ ରବିବାର ବନ୍ଦ ରହିବ। ଅତି ଜରୁରୀ ନ ହେଲେ ବ୍ୟାଙ୍କ ଶାଖା ନ ଆସିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଲୋକଙ୍କୁ ଆଇବିଏ ପକ୍ଷରୁ ନିବେଦନ କରାଯାଇଛି। ଏହାବାଦ କାଉଣ୍ଟରକୁ ସ୍ପର୍ଶ ନ କରିବା, ନେଣ ଦେଶ ପୂର୍ବରୁ ଏବଂ ପରେ ବ୍ୟାଙ୍କ କର୍ମଚାରଙ୍କଠାରୁ ଠିକ୍‌ ଦୂରତ୍ୱ ବଜାୟ ରଖିବା ନେଇ ଆଇବିଏ ନିବେଦନ କରିଛି। ବ୍ୟାଙ୍କ ଶାଖାରେ ଭିଡ ନ ଜମାଇବା, ଧାଡିରେ ୧ରୁ ୧.୫ ମିଟର ଦୂରତା ବଜାୟ ରଖିବା ଏବଂ ଶାଖାରେ ଗୋଟିଏ ଥର ୫ରୁ ୬ ଗ୍ରାହକ ପ୍ରବେଶ କରିବା ଲାଗି କୁହାଯାଇଛି। କାଶ ଏବଂ ଥଣ୍ଡା ଲକ୍ଷଣ ରହିଥିଲେ ବ୍ୟାଙ୍କକୁ ନେଣଦେଣ ଲାଗି ନ ଆସିବା ବରିଷ୍ଠ ନାଗରିକ ଏବଂ ଶିଶୁ ମାନେ ଶାଖା ନ ଆସିବାକୁ ଆଇବିଏ ନିବେଦନ କରିଛି। ଶାଖାରେ ପ୍ରବେଶ କରିବା ବେଳେ ଆବଶ୍ୟକ କାଗଜ ପତ୍ର ସହ ଗ୍ଲୋବସ, ସାନିଟାଇଜର, ମାସ୍କ ବ୍ୟବହାର କରି ଶାଖାରେ ପ୍ରବେଶ କରିବାକୁ ନିୟମ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

ନୂଆଦିଲ୍ଲୀ,୨୯ା୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଆରୋଗ୍ୟ ସେତୁ ୨.୦ ଆପ୍‌ ଏବଂ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ) ଲଞ୍ଚ୍‌ କରିଛନ୍ତି। କୋଭିଡ୍‌ ସମୟରୁ ଆରମ୍ଭ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭଞ୍ଜନଗର, ୨୯।୬ (ବାବୁଲା ପ୍ରଧାନ): ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri