Home Left

ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୦।୧: ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ଏସ୍‌ଆଇଟି ଟିମ୍‌କୁ ବଡ଼ ସଫଳତା ମିଳିଛି। ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୪୪ବର୍ଷୀୟ ଋଷିକେଶ ଦେଭଡିକର୍‌ଙ୍କୁ ପୋଲିସ ଝାଡଖଣ୍ଡ ଧାନବାଦ ଜିଲାର କତରାସ୍‌ରୁ ଗିରଫ କରିଛି। ଋଷିକେଶ ନିଜର ପ୍ରକୃତ ପରିଚୟ ଗୋପନ…

ପାରାଦୀପ ଟ୍ରକ୍‌ ସଂଘ ବିବାଦ ପ୍ରସଙ୍ଗ: ବୈଠକ ବସିଲା, ସମାଧାନ ହେଲାନି

ପାରାଦୀପ,୧୦।୧ (ସ୍ବ.ପ୍ର.): ପାରାଦୀପ ଟ୍ରକ ମାଲିକ ସଂଘଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଗୁରୁବାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ବୈଠକ ବସିଥିଲେ ବି କିଛି ନିଷ୍କର୍ଷ ବାହାରି ପାରିନାହିଁ। ହାଇକୋର୍ଟ ନିଷ୍ପତ୍ତିକୁ ନେଇ ଅଙ୍କ ଛିଡୁ ନ ଥିବାରୁ…

ପୂଜକ-ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ବିଫଳ

ରଘୁନାଥପୁର, ୧୦ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥ ପୀଠରେ ପ୍ରସାଦ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନଁା ଧରୁନି। ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ଗୁରୁବାର ବିଫଳ ହୋଇଛି। ଗୋଟେ ପଟେ ମ୍ୟାନେଜିଂ…

ପରିତ୍ୟକ୍ତ ଗୃହରେ ଚାଲିଛି ‘ସଖୀ’ କେନ୍ଦ୍ର ନିଜସ୍ବ ବିଲ୍ଡିଂ ପାଇଁ ଚିହ୍ନଟ ଜମିକୁ ନେଇ ଦ୍ୱନ୍ଦ୍ୱ

ଜଗତ୍‌ସିଂହପୁର ଅଫିସ୍‌,୧୦।୧: ରାଜଧାନୀ ଦିଲ୍ଲୀରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ମାମଲାର ବିଚାର ସମୟରେ ନିର୍ଯାତନାର ଶିକାର ହେଉଥିବା ନାବାଳିକା, ଯୁବତୀ ଓ ମହିଳାମାନଙ୍କୁ ସହାୟତା ପାଇଁ ୱାନ୍‌ ଷ୍ଟପ୍‌ ସେଣ୍ଟର ବା…

ପାରାଦୀପରେ ହେବ ରାଜ୍ୟର ପ୍ରଥମ ଇଓସି

ପାରାଦୀପ,୧୦।୧ (ସ୍ବ.ପ୍ର.): ସମଗ୍ର ରାଜ୍ୟରେ ଥିବା ୩୫ ବୃହତ୍‌ ରାସାୟନିକ ଦୁର୍ଘଟଣା ପ୍ରବଣ କାରଖାନା ମଧ୍ୟରୁ ପାରାଦୀପରେ ୨୫ ପ୍ରତିଶତ ଅର୍ଥାତ୍‌ ୮ କାରଖାନା ଅଛି। ସେହି କାରଖାନାର ସମ୍ଭାବ୍ୟ ଦୁର୍ଘଟଣା ବେଳେ ଜରୁରିକାଳୀନ ପରିଚାଳନା ପାଇଁ ହେବ ଇଓସି (ଇମର୍ଜେନ୍ସି…

ରାଜସ୍ବ ମନ୍ତ୍ରୀଙ୍କ ନଗଡ଼ା ଗସ୍ତ

କାଳିଆପାଣି,୧୦ା୧(ଡିଏନଏ): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ସକାଳେ ନଗଡ଼ା ଗସ୍ତ କରି ସେଠାକାର ସ୍ଥିତି ପରିଖି ଥିଲେ। ବୁଧବାର କାଳିଆପାଣିରେ ଚାଲିଥିବା ସୌରିକ ମହୋତ୍ସବ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖଣି ନିଗମ ଅତିଥିଶାଳାରେ ରାତ୍ରିଯାପନ କରିଥିଲେ। ରାଜସ୍ବ ମନ୍ତ୍ରୀ…

ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ: ବଡ଼ବଡ଼ିଆଙ୍କ ଇଙ୍ଗିତରେ ଆତ୍ମସାତ୍‌

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ତିତ୍‌ଲି ଓ ଫନୀ ବାତ୍ୟା ନାମରେ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୧କୋଟି ୯୦ଲକ୍ଷ ୮୫ହଜାର ଟଙ୍କା ଆତ୍ମସାତ୍‌ ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା…

ଘରୋଇ ଜମିରେ ଆମ ଗାଁ ଆମ ବିକାଶ ଗୃହ ନିର୍ମାଣକୁ ନେଇ ବିବାଦ: ଅଭିଯୋଗ ସତ୍ତ୍ୱେ ନିଆଯାଉନି କାର୍ଯ୍ୟାନୁଷ୍ଠାନ

ରସୁଲପୁର,୧୦ା୧(ଡି.ଏନ୍‌.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତର ଇଚ୍ଛାପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଅର୍ଥ ବିନିଯୋଗ କରି ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଛି। ଉକ୍ତ ନିର୍ମାଣ କାର୍ଯ୍ୟ ଘରୋଇ ଜମିରେ କରାଯାଉଛି ବୋଲି ଜମିର…

ବିଦ୍ୟାଳୟ ଖେଳପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ବିରୋଧ

ଖଣ୍ଡପଡ଼ା,୧୦ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର ଏକ ବିଦ୍ୟାଳୟ ଖେଳ ପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ସ୍ଥାନୀୟ ଅଧିବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ, ରାଜ୍ୟରେ ନୂତନ ପଞ୍ଚାୟତ ଗଠନ ପାଇଁ ଘୋଷଣା ହେବା ପରେ ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତରୁ ଅଲଗା…

ରାସ୍ତାପାର୍ଶ୍ୱରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଛତିଆ,୧୦।୧(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଦର୍ପଣ କଳକଳା ପୂର୍ତ୍ତ ବିଭାଗ ରାସ୍ତା ତିଳପଦା ନିକଟରେ ଶୁକ୍ରବାର ସକାଳୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉକ୍ତ ଶିଶୁକନ୍ୟାକୁ କେହି ରାସ୍ତାପାର୍ଶ୍ୱରେ ଫିଙ୍ଗି ଦେଇ ଚାଲି ଯାଇଥିବା ସମ୍ପର୍କରେ ସ୍ଥାନୀୟ…

ଯୁକ୍ତ୨ କଲେଜଗୁଡ଼ିକୁ କଡ଼ା ଚେତାବନୀ: ସିସିଟିଭି ନ ଲଗାଇଲେ ପରୀକ୍ଷାକେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଜାନୁୟାରୀ ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାପୂର୍ବରୁ ପରୀକ୍ଷାକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ କଡ଼ା ଚେତାବନୀ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)। ଚଳିତବର୍ଷ ସମସ୍ତ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଇବା…

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୧୦ା୧: ଶୁକ୍ରବାର ପବିତ୍ର ପୌଷ ପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ହେବ। ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ପୌରାଣିକ ତଥ୍ୟ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri