୫୦୦ ହଜାର ଡଲାର ଦାନ କଲେ ଲୁଇସ ହାମିଲଟନ
ଲଣ୍ଡନ,୧୦।୧- ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଭରଣା କରିବା ପାଇଁ ଆଗେଇ ଆସିଛନ୍ତି ୬ ଥର ଫର୍ମୁଲା ଓ୍ବାନ୍ ବିଶ୍ୱ ଚାମ୍ପିୟନ ଲୁଇସ ହାମିଲଟନ। ସେ ଶୁକ୍ରବାର ୫୦୦ ହଜାର ଡଲାର ଅର୍ଥାତ ୩.୫ କୋଟିରୁ…
ଗଦାପୁର ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ଜିଲାପାଳଙ୍କୁ ଅଭିଯୋଗ: ଏଡିଏମ୍, ଇନ୍ଚାର୍ଜଙ୍କ ତଦନ୍ତ ଆରମ୍ଭ
ଦାରିଙ୍ଗବାଡ଼ି,୧୦।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ କଳ୍ପନା ଘଡ଼େଇ ସ୍ଥାନୀୟ ଆଶାକର୍ମୀଙ୍କୁ ଖରାପ ବ୍ୟବହାର କରିବା ସହ ସ୍ଥାନୀୟ ସରପଞ୍ଚଙ୍କ ପରାମର୍ଶକୁ ବେଖାତିର କରୁଥିବା ନେଇ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି ।…
ଟୋକନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ପ୍ରତିବାଦ
କଲମପୁର,୧୦।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି । ଟୋକନ ଦାବିରେ ଶୁକ୍ରବାର ସକାଳୁ ଚାଷୀ ଏକତ୍ରିତ ହୋଇ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଆନ୍ଦୋଳନସ୍ଥଳରେ…
ଓଏଏସ୍ ପରୀକ୍ଷାରେ ତପସ୍ବିନୀଙ୍କ କୃତିତ୍ୱ: ଦୃଢ଼ ଇଚ୍ଛାଶକ୍ତି ସଫଳତା ଦେଇଛି
ବାଲିଆ, ୧୦।୧: ମାତ୍ର ୭ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ପରେ ବି ନିଜ ସ୍ବପ୍ନ ପୂରଣ କରିବାକୁ ଅନବରତ ଚେଷ୍ଟା ଚଳାଇଥିଲେ ବିରିଡ଼ି ବ୍ଲକ ୨୨ ମୌଜା ଚାଷୀଖଣ୍ଡ ଗ୍ରାମର ଅରୁଣ କୁମାର ଦାସ ଓ କୃଷ୍ଣପ୍ରିୟା ମହାନ୍ତିଙ୍କ ଏକମାତ୍ର ଝିଅ…
ନୌକାଯାତ୍ରା କଲେ ପ୍ରିୟଙ୍କା
ବାରାଣସୀ,୧୦।୧: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ବାରାଣସୀକୁ ଦିନିକିଆ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ବାରାଣସୀର ରାଜଘାଟ ସ୍ଥିତ ରବିଦାସ ମନ୍ଦିରରେ ପ୍ରିୟଙ୍କା ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ପଞ୍ଚଗଙ୍ଗା…
ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୦।୧: ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ଭାଜପା ନେତା ତଥା ଆଇନଜୀବି ଅଶ୍ୱିନୀ କୁମାର ଉପାଧ୍ୟାୟ କରିଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଭାଜପା ନେତା ଅଶ୍ୱିନୀ କୁମାର ଜନସଂଖ୍ୟା…
୪୨ ବର୍ଷ ଧରି ବନ୍ଦ ରହିଥିଲା ଏହି ରେଲ୍ଓ୍ବେ ଷ୍ଟେଶନ, ଜାଣନ୍ତୁ କାରଣ
ଗୋଟିଏ ରେଲ୍ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ପଶ୍ଚିମବଙ୍ଗର ପୁରୁଲିୟା ଜିଲାରେ ରହିଛି ଏହି ଷ୍ଟେଶନ। ଯାହାର ନାମ ବେଗୁନ୍କୋଦର। ୧୯୬୦…
ଡାଟା ଏଣ୍ଟ୍ରି ଅପରେଟର ଲାଞ୍ଚ ନେବା ଘଟଣା: ନିର୍ବାହୀଯନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ସିଲ୍
ଭଦ୍ରକ ଅଫିସ,୧୦।୧: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ଧରାପଡ଼ିବା ଘଟଣାରେ ଶୁକ୍ରବାର ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ (୧)ର ନିର୍ବାହୀଯନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ସିଲ୍ କରାଯାଇଛି। ଲାଞ୍ଚ କାରବାରରେ ଗ୍ରାମ୍ୟ ଉନୟନ…
ଦୁଇ ଦିନିଆ କୋଲକାତା ଗସ୍ତରେ ଯିବେ ମୋଦି
ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୋଲକାତା ଗସ୍ତରେ ଯିବେ। ଶନିବାର ଓ ରବିବାର ସେ କୋଲକାତା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକୀରେ ଯୋଗ ଦେବେ ବୋଲି ଜଣାପଡିଛି।…
ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି: ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା
ପୁରୀ ଅଫିସ,୧୦ା୧: ମହାପ୍ରଭୁଙ୍କ କର୍ପସ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ରଖାଯିବାକୁ ନେଇ ଆରମ୍ଭ ହୋଇଛି ଘଣ୍ଟାଚକଟା। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଅର୍ଥ ସବ୍ କମିଟିକୁ ଅନ୍ଧାରରେ ରଖି ଏପରି କରାଯାଇଛି। ଏ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ପରିଚାଳନା କମିଟି…
ଉମେଶଙ୍କୁ ପରିହାସ କଲେ ଜାଡେଜା
ପୁଣେ,୧୦।୧- ଭାରତୀୟ ଟେଷ୍ଟ ଦଳର ସଦସ୍ୟ ଉମେଶ ଯାଦବଙ୍କୁ ପରିହାସ କରିଛନ୍ତି ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜା। ୩୨ ବର୍ଷୀୟ ପେସର ନିକଟରେ ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି। ସେଥିରେ ସେ ଭାରୋତ୍ତୋଳନ କରୁଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ତୁମେ…
ଯୁବକଙ୍କୁ ନିର୍ମମ ଭାବେ ମାଡ଼ମାରି ୩ ପୋଲିସ ନିଲମ୍ବିତ
ଦେବରିଆ,୧୦।୧: ଉତ୍ତରପ୍ରଦେଶର ଦେବରିଆ ଜିଲାରେ ପୋଲିସର ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଚୋରି ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଥାନାରେ ନିସ୍ତୁକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ…
Archives


