Home Left

ନିସ୍ତେଜ ହେଉଛି ନରହନ୍ତା ଦନ୍ତା

ବନ୍ତଳା/ତାଳଚେର,୧୯।୧(ନି.ପ୍ର.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ କରିବା ସହ ୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ହାତୀକୁ ଶନିବାର ଟ୍ରାଙ୍କୁଲାଇଜ୍‌ କରୁଛି ବନ ବିଭାଗ। ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ୪ଥର ଟ୍ରାଙ୍କୁଲାଇଜ…

ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି। ଘେରାବନ୍ଦୀ କରାଯାଇ ନ ଥିବାରୁ ପାଠ ପଢ଼ିବାକୁ ଆସୁଥିବା ପିଲାମାନେ ଅସୁରକ୍ଷିତ ଅବସ୍ଥାରେ ଯାତାୟାତ…

୮୫ ପରୀକ୍ଷା କେନ୍ଦ୍ର, ୮ ନୋଡାଲ ସେଣ୍ଟର

ଅନୁଗୋଳ ଅଫିସ, ୧୯।୧ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ରୁ ଆରମ୍ଭ ହେବ। ଏ ନେଇ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲା ଶିକ୍ଷା ବିଭାଗ ମଧ୍ୟ ଚଳଚଞ୍ଚଳ…

କୋର୍ଟ କାର୍ଯ୍ୟ ତଦାରଖ କଲେ ହାଇକୋର୍ଟ ବିଚାରପତି

ଫୁଲବାଣୀ ଅଫିସ, ୧୯ା୧-ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଶନିବାର ଫୁଲବାଣୀ କୋର୍ଟ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ନୂଆ କୋର୍ଟ ପାଇଁ ବିଶିପଡାଠାରେ ଚିହ୍ନଟ ହୋଇଥିବା ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାବେଳେ ବିଚାରପତି…

ନିଲାମ ପରେ ଖଣିରେ ନିଯୁକ୍ତି ନେଇ ଶଙ୍କାରେ ଶ୍ରମିକ: ୨୦ରେ ସଚିବାଳୟ ସମ୍ମୁଖରେ ଧାରଣା

ଯୋଡ଼ା, ୧୯।୧(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖଣି ନିଲାମ ପ୍ରକ୍ରିୟା। ଏଭଳି ସ୍ଥିତିରେ ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି ଗୁଡିକର ଶ୍ରମିକ , ପରିବହନ ଟ୍ରକର ଡ୍ରାଇଭର ଓ ହେଲପର କିପରି ପୁନଃ ଖଣି…

ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ

ସୋର, ୧୯ା୧(ଡି.ଏନ୍‌.ଏ.)-ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ୧ମ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବା ସହ ପାସ୍‌ ଫେଲ୍‌ ନିୟମ ବାତିଲ କରିବା ଦାବିରେ ଶନିବାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି…

ଘନ କୁହୁଡ଼ିରେ ପିକନିକ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ ଗୁରୁତର

ଭୋଗରାଇ,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନହରା ଛକଠାରେ ଶନିବାର ଭୋର ସମୟରେ ଏକ ବୋଲେରୋ ଘନ କୁହୁଡ଼ିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦ଜଣ ବଙ୍ଗୀୟ ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର…

‘ବରିଷ୍ଠ ନାଗରିକ ବୋଝ ନୁହନ୍ତି’

ଔପଦା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ହାଇସ୍କୁଲ ପଡ଼ିଆରେ ରମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ବରିଷ୍ଠ ନାଗରିକ ମଞ୍ଚର ୭ତମ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ ପରେ ଆବାହକ ମହେନ୍ଦ୍ର ପ୍ରସାଦ…

ଦମ୍ପତିଙ୍କ ଦ୍ୱାରା ୧୦ ଲକ୍ଷ ଟଙ୍କା ଠକେଇ, ଥାନାରେ ଏତଲା

ଦିଗପହଣ୍ଡି,୧୮ା୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ଦଳିତ ସାହିର ବହୁ ସଂଖ୍ୟକ ମହିଳାଙ୍କ ଠାରୁ ପ୍ରାୟ ୧୦ ଲକ୍ଷଟଙ୍କା ଠକେଇ ନେଇ ଥାନାରେ ଅଭିଯୋଗ ହୋଇଛି। ସାହିରେ ରହୁଥିବା ଜଣେ ଗୋରୁ ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀ ବିଭିନ୍ନ ଉପାୟରେ ମହିଳାମାନଙ୍କୁ…

ରାଜନୀତି ସହ ଆର୍‌ଏସ୍‌ଏସ୍‌ର ସମ୍ପର୍କ ନାହିଁ: ଭାଗବତ

ମୋରାଦାବାଦ୍‌,୧୮।୧(ପି.ଟି.): ଦେଶବାସୀଙ୍କ ନୈତିକ ବିକାଶ, ସାଂସ୍କୃତିକ ଓ ମାନବିକ ମୂଲ୍ୟବୋଧର ଉତ୍‌ଥାନ ଲାଗି ଆର୍‌ଏସ୍‌ଏସ୍‌ କାମ କରିଆସୁଛି, ରାଜନୀତି ସହ ଏହି ସଙ୍ଗଠନର କୌଣସି ସମ୍ପର୍କ ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଆର୍‌ଏସ୍‌ଏସ୍‌ର ୪…

ସଭର୍‌କରଙ୍କ ବିରୋଧୀ ଆଣ୍ଡାମାନ ଜେଲ୍‌ରେ ୨ ଦିନ କାଟନ୍ତୁ: ରାଉତ

ମୁମ୍ବାଇ,୧୮।୧(ପି.ଟି.): ହିନ୍ଦୁତ୍ୱ ବିଚାରଧାରା ସମ୍ପନ୍ନ ଭି.ଡି. ସଭର୍‌କରଙ୍କୁ ଭାରତରତ୍ନ ପ୍ରଦାନ କରିବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି। ଏହାକୁ ବିରୋଧ କରୁଥିବା ଲୋକେ ସଭର୍‌କର ରହିଥିବା ଆଣ୍ଡାମାନ ସେଲୁଲାର୍‌ ଜେଲରେ ୨ ଦିନ କାଟନ୍ତୁ ବୋଲି ସେ…

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି ଓ କିଛି ତଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri